କୋଣାର୍କ : ଆସନ୍ତା ମାର୍ଚ୍ଚ ୨୧ତାରିଖ ପୂର୍ବାହ୍ନ ୧୦ଘ ରେ କୋଣାର୍କ ନିକଟସ୍ଥ ଅର୍କଶ୍ରୀ ଶିଳ୍ପୀବାଟିକା ପରିସରରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ “ବିଶ୍ୱରେ କୋଣାର୍କ ଶୀର୍ଷକ” ଯୋଗ ଦେଇଥିବା ସାହିତ୍ୟିକ ଓ ଗବେଷକ ମାନଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ରାଜ୍ୟ ସ୍ତରୀୟ ଏହି ସାହିତ୍ୟ ଆସରରେ ଅତିଥି ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଓଡିଶା ଭାଷା ପ୍ରତିଷ୍ଠାନର ନିର୍ଦ୍ଧେଶିକା ଡ଼ଃ ଭାଗ୍ୟଲିପି ମଲ୍ଲ ,ବିଶିଷ୍ଟ କବି ଶଙ୍କର୍ଷଣ ପରିଡା , ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ,ଐତିହାସିକ ଗବେଷକ ସୁରେନ୍ଦ୍ର କୁମାର ମିଶ୍ର, କବି ପ୍ରଭାତ ତରାଇ ,କୋଣାର୍କ ଭାଷା ସାହିତ୍ୟର ଉପଦେଷ୍ଟା ତଥା କୋଣାର୍କ ସୂର୍ଯ୍ୟ ମନ୍ଦିରର ବରିଷ୍ଠ ଗବେଷକ ସୁବାସ ବରାଳ ଓ କୋଣାର୍କ ଏନଏସିର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସହ ରାଜ୍ୟ ର କୋଣ ଅନୁକୋଣରୁ କବି, କବିୟତ୍ରୀ, ସାହିତ୍ୟିକ , ଲେଖକ ,ଗବେଷକ ଓ ବ୍ୟଙ୍ଗ କବି ମାନଙ୍କର ସମାରୋହ ହେବବୋଲି କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ର ସମ୍ପାଦକ ତଥା ଯୁବ ସାମ୍ବାଦିକ ଭାଗିରଥି ସ୍ୱାଇଁ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । ପରେ ପରେ ସମାଜରେ ବିଭିନ୍ନ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ବେକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବୋଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଥିବା ସମ୍ପାଦକ ଶ୍ରୀ ସ୍ବାଇଁ ଇସ୍ତାହାରରେ ଜଣାଇଛନ୍ତି ।