ଆର,ଉଦୟଗିରି : ଲାଞ୍ଚ ନେବା ବେଳେ ଭିଜିଲାନସ ଜାଲରେ ପଡିଛନ୍ତି ଗଜପତି ଜିଲ୍ଲା ନୁଆଗଡ ବ୍ଲକର ଯୋଗାଣ ନିରୀକ୍ଷକ ସବ୍ୟସାଚୀ ମହାପାତ୍ରଙ୍କ ତାଙ୍କଠାରୁ ଲାଞ୍ଚଟଙ୍କା ଜବତ ହୋଇଛି । କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ କରାଯାଇଛି । ବ୍ରହ୍ମପୁର ଭିଜିଲାସ ଏସପି ଅନୀଲ କୁମାର ପାତ୍ରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ପିଡିଏସ ସାମଗ୍ରୀ ପରିବହନ କରୁଥିବା ଗଞ୍ଜାମ ଜିଲ୍ଲା ଧରାକୋଟ ଜାହାଡା ଗ୍ରାମର ଶିବ ପଲେଇଙ୍କ କିଛି ବିଲ ନୁଆଗଡ ଯୋଗାଣ ବିଭାଗରେ ପଡି ରହିଥିଲା ।
ସେହି ବିଲ୍ ପାସ୍ କରିବାକୁ ଯୋଗାଣ ନିରୀକ୍ଷକ ମହାପାତ୍ର ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଶିବ ଭିଜିଲାସର ଦ୍ବରାସ୍ଥ ହୋଇଥିଲେ । ଯୋଗାଣ ନିରୀକ୍ଷକ ଧରବାକୁ ଭିଜିଲାସ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଥିଲା । ସେଠାକାର ଜଣେ ଗ୍ରାମ ପଞ୍ଚୟତ ସଂପ୍ରସାରଣ ଅଧିକାରୀଙ୍କ ଘରେ ଯୋଗାଣ ନିରୀକ୍ଷକ ଶିବଙ୍କ ଠାରୁ ଲାଞ୍ଚ ନେବା ବେଳେ ସେଠାରେ ଲୁଚି ରହିଥିବା ଭିଜିଲାସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ତାଙ୍କ ମନିପର୍ସରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଥିବା ଭିଜିଲାସ ଏସପି କହିଛନ୍ତି ।