Odisha news

ପାଣି ପିଇବା ମାଗି ବାରଣ୍ଡାରେ ନବଜାତ ଶିଶୁ ପୁତ୍ରକୁ ଛାଡି ଚାଳିଗଲେ ମହିଳା , ତାପରେ ……

0

ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ବ୍ଲକର କୁଶପଲ୍ଲୀ ଗ୍ରାମର ପ୍ରିୟତମ ଭୂୟାଁ ନାମକ ଜଣେ ଯୁବତୀଙ୍କ ବାରଣ୍ଡାରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜଣେ ମହିଳା କୁଶପଲ୍ଲୀ ସ୍ଥିତ ପ୍ରିୟତମ ପାଣି ଆଣିବା ପାଇଁ ଘର ଭିତରକୁ ଯାଇଥିଲେ । ପାଣି ନେଇ ଫେରିବା ବେଳକୁ ଘର ବାହାରେ କେହି ନଥିଲେ । କିନ୍ତୁ ବାରଣ୍ଡାରେ ଏକ ଶିଶୁ ପୁତ୍ର ପଡିଥିବାର ଦେଖିବାକୁ ପାଇଥିଲେ । ତେବେ ଘରେ ପୁରୁଷ ଲୋକ କେହି ନଥିବାରୁ ଏବଂ ସଂଧ୍ୟା ହୋଇଯାଇଥିବାରୁ ଉକ୍ତ ଯୁବତୀ ଜଣକ ଶନିବାରଦିନ ଚାଇଲଡିଲିଇନର ଏକ ଦୁଇ ଜଣଆ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁଦେଖିବା ପରେ ଆର,ଉଦୟଗିରି ପୁଲିସକୁ ଖବର ଦେଇଥିଲେ ।

ପୁଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଅମାନୁଷିକ ଭାବେ ଜନ୍ମଦାତ୍ରି ମାଅା କିଭଳି ଭାବରେ ଛୁଆଟିକୁ ଜଣକ ବାରଣ୍ଡାରେ ଛାଡି ଚାଲିଗଲା ତାକୁ ନେଇ ଉଠୁଛି ପ୍ରଶ୍ନ । ଶିଶୁର ଶରୀରରେ କୌଣସି ପ୍ରକାର ଆଘାତ ଲାଗିନଥିବା ବେଳେ ଶିଶୁଟି ସଂପୂଣ୍ଣ ଭାବେ ସୁସ୍ଥ ଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଶିଶୁଟି ମେଡିକଲ ହିଁ ପ୍ରସବ କରାଯାଇଥିବା ସନ୍ଦେହ କରାଯାଇଛି । ତେବେ ଏତେ ସବୁ ସଚେତନ ସ୍ବରେ ଜୀବିତ ଅବସ୍ଥାରେ ଥିବା ଶିଶୁ ପୁତ୍ର ଟିକୁ କିଏ ଏବଂ କାହିଁକି ଏଭଳି ଛାଡି ଦେଇ ଚାଲିଯାଇଛି ତାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚା ହେଉଛି ।

Leave A Reply