Odisha news

ଅନନ୍ତପୁର ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ରାଜନୈତିକ ଚାପରେ ପ୍ରତିବନ୍ଧକ ସାଜିଛି ପ୍ରଶାସନ : ସମ୍ବାଦିକ ସମ୍ମିଳନୀରେ ଜିଲାପାଳ ହସ୍ତକ୍ଷେପ ନକଲେ ଆମରଣ ଅନଶନରେ ବସିବା ନେଇ ଚେତାବନୀ ଦେଲେ ସରପଞ୍ଚ

0

ସୋର : ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବୀଙ୍କ ଥଇଥାନ ଅର୍ଥ ବିନିଯୋଗରେ ସ୍ଥାନୀୟ ବ୍ଲକ ପ୍ରଶାସନ ରାଜନୈତିକ ଚାପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ସରପଞ୍ଚ ବିଶ୍ୱନାଥ ଜେନା । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଆୟୋଜିତ ସମ୍ମିଳନୀରେ ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ଶ୍ରୀ ବେହେରା ।

କୈାଣସି କାର୍ଯ୍ୟ କରାଇନଦେବା ଷଢ଼ଯନ୍ତ୍ରରେ ଏହି ପଞ୍ଚାୟତ ଦାୟିତ୍ୱରେ ନିଯୁକ୍ତ ଥିବା ସହକାରୀ ଓ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ଅଧିକାରୀଙ୍କ ସହ ଜିଆରଏସ୍ଙ୍କୁ ବାରମ୍ବାର ବଦଳି କରାଯାଉଥିବା ଅଭିଯୋଗ ହେଉଛି । ଏପରିକି ୪ ମାସରେ ୪ ଜଣ ପିଇଓଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ ସମ୍ପନ୍ନ କରିବାକୁ କାର୍ଯ୍ୟାଦଶ ଦିଆଯାଇ କାର୍ଯ୍ୟ ସମ୍ପନ୍ନ ହେବା ପରେ ‘ିଜିବିଲିଟି ନଥିବା ରିପୋର୍ଟ କରି ଯୋଜନାକୁ ରଦ୍ଦ କରାଯାଇ ଅନ୍ୟତ୍ର କରାଯାଉ ଥିବା ଅଭିଯୋଗ ହୋଇଛି ।

ଏଥି ସହ ବିଭିନ୍ନ ଯୋଜନାରେ ଏହି ପଞ୍ଚାୟତର ପାଇବା ଯୋଗ୍ୟ୍ୟ ହିତାଧିକାରୀଙ୍କ ଯୋଜନାରୁ ବାଦ ଦିଆଯାଉଛି । ଜବ୍ କାର୍ଡ ଥିବା ପ୍ରବାସୀ ଶ୍ରମିକଙ୍କ ହାତକୁ କାମ ଦେବାକୁ ଏମ୍ଜିଏମ୍ଆର୍ଜିଏସ୍ରେ କାର୍ଯ୍ୟ କରାଯାଇଥିଲେବି ଅଦ୍ୟାବଧି ଏହି ଅଭାବ ସମୟରେ ସେମାନେ ପ୍ରାପ୍ୟ ନପାଇବା କ୍ଷୋଭର ବିଷୟ । ଗ୍ରାମ ସଭା ଓ ପଲ୍ଲୀ ସଭା ଅନୁମୋାଦନରେ ସ୍ଥାନୀୟ ଅଂଚଳର ଉନ୍ନୟନ କାର୍ଯ୍ୟ କରାଯିବାକୁ ଏବେ ସରକାର ଜୋର ଦେଉଥିବା ବେଳେ ଏହି ଅନୁମୋଦନକୁ ଅଣଦେଖା କରି ବ୍ଲକ କର୍ତ୍ତୁପକ୍ଷ ବିଭିନ୍ନ ଆଳରେ କାର୍ଯ୍ୟ କରାଇ ଦେଉନଥିବା ଅଭିଯୋଗର ଜିଲାପାଳ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଶ୍ରୀ ବେହେରା । ଏହି ସବୁ ସମସ୍ୟାର ସମାଧାନ ନହେଲେ ସେ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମାର୍ଦ୍ଧରେ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ସେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Leave A Reply