Odisha news

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

0
ପୁରୀ ୨୦/୨ ଚଳିତ ମାସ ୨୭ ରୁ ମାର୍ଚ୍ଚ ୨  ତାରିଖ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ।ଏଥିରେ ପୁରୀ ର ପାରମ୍ପରିକ ସାହିଯାତ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ ବୋଲି ସ୍ଥିର ହୋଇଛି।ଗତକାଲି ସଂଧ୍ୟାରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଶ୍ରୀକ୍ଷେତ୍ର ମହୋତ୍ସବ ଆୟୋଜନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ମହୋତ୍ସବ କୁ ସମସ୍ତ ଙ୍କ ସହଯୋଗ ରେ ବର୍ଣ୍ଣାଢ୍ୟ ଓ  ଆକର୍ଷଣୀୟ ଭାବେ ଆୟୋଜନ କରିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇ ମହୋତ୍ସବ କମିଟି ର ଯୁଗ୍ମ ସମ୍ପାଦକ  ଚକ୍ରଧର ମହାପାତ୍ର ଶ୍ରୀକ୍ଷେତ୍ର ମହୋତ୍ସବ ପୁରୀ ର ଏକ ମର୍ଯ୍ୟଦାଜନକ କାର୍ଯ୍ୟକ୍ରମ।ଏହା ପାରମ୍ପାରିକ ସାହିଯାତର ଗାରିମାର ପ୍ରତୀକ। ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ବୋଲି ସେ କହିଥିଲେ।୮ ଟି ଆଖଡା ଓ ୬୦ ଯାଗା ଘର ଏଥିରେ ସାମିଲ ହୋଇ ସେମାନଙ୍କ ପାରମ୍ପରିକ କଳା କୌଶଳ ଯଥା ସାହି ଯାତ,ନାଗା,ଆଖଡା ଇତ୍ୟାଦି ଏଥିରେ ପ୍ରଦର୍ଶନ କରିବେ।ଉଦଘାଟନ ଦିନ  ସାହିଯାତ ର ଶୋଭାଯାତ୍ରା ହେବା ସହ ମଞ୍ଚ ରେ ପ୍ରଦର୍ଶନ କରାଯିବ।ଅନ୍ୟ ଦିନ ମାନଙ୍କରେ ୨ଟି ଲେଖାଏଁ ଆଖଡା ସେମାନଙ୍କ ପ୍ରଦର୍ଶନ ମଞ୍ଚରେ ରଖିବେ।ସେହିପରି ଅନ୍ୟାନ୍ୟ ସାଂସ୍କୃତିକ ଦଳ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସ୍ଥିର ହେଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର,vଅତିରିକ୍ତ ଏସପି ବିଷ୍ଣୁ ଚରଣ ପତି,ଉପଜିଲ୍ଲାପାଳ ଗୋପୀନାଥ କୁଅଁର, କମିଟିର କାର୍ଯ୍ୟକାରୀ ସଭାପତି  ପ୍ରଫୁଲ୍ଲ  ସାମନ୍ତରାୟ, ଆଠ ସାହି ସମ୍ପାଦକ ନରେନ୍ଦ୍ର ମହାନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ  ହେମନ୍ତ ବେହେରା, ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ବେହେରା,ଅନ୍ୟାନ୍ୟ ଅଧିକାରୀ ଓ କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ।
Leave A Reply