Odisha news

ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଜୀବନସାଥୀ ସାମ୍‌ ବମ୍ବେ

0

ମଡେଲ୍‌ ତଥା ବଲିଉଡ୍‌ ଅଭିନେତ୍ରୀ ପୁନମ ପାଣ୍ଡେ ଗତ ଲକ୍‌ଡାଉନ୍‌ ଭିତରେ ପରିଣୟ ସୂତ୍ରରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକ ତଥା ଫିଲ୍ମ ଡିରେକଫର ସାମ୍‌ ବମ୍ବେଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି । ନବ ଦମ୍ପତି ଇନ୍‌ଷ୍ଟାଗ୍ରାମ୍‌ରେ ବିବାହ ଉତ୍ସବର ତଥା ଏକାଧିକ ବିବାହୋତ୍ତର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି । ସାମ୍‌ କେତେକ ପ୍ରି-େୱଡିଂ ସେରିମନି ଫଟୋ ମଧ୍ୟ ଇନ୍‌ଷ୍ଟାରେ ସେୟାର କରି କ୍ୟାପ୍‌ସନ ଦେଇଛନ୍ତି- ମିଷ୍ଟର ଆଣ୍ଡ୍‌ ମିସେସ୍‌ ବମ୍ବେ । ନବଦମ୍ପତି ସେମାନଙ୍କ
ଫଟୋ ତଳେ ଲେଖିଛନ୍ତି- ସାତ ଜନ୍ମ ପାଇଁ ସାଥୀ ହେଲୁ (ହିୟର ଇଜ୍‌ ଲୁକିଙ୍ଗ୍‌ ଫରୱାର୍ଡ ଟୁ ସେଭେନ୍‌ ଲାଇଫ୍‌ଟାଇମ୍‌ ୟୁଥ୍‌ ୟୁ ) । ଲକ୍‌ଡାଉନ ଭିତରେ ଜୁଲାଇ ମାସରେ ଦୁହିଁଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ସୋସାଲ୍‌ ମିଡିଆରେ ନବ ଦମ୍ପତି ସେମାନଙ୍କ ପିଡିଏ (ପବ୍ଲିକ୍‌ ଡିସ୍‌ପ୍ଲେଜ୍‌ ଅଫ୍‌ ଆଫେକ୍‌ସନ ବା ଅନ୍ତରଙ୍ଗ ମୁହୂର୍ତ୍ତକୁ ସର୍ବସାଧାରଣରେ ପ୍ରଦର୍ଶନ କରିବା) ନେଇ ସଙ୍କୋଚବୋଧ କରିନାହାନ୍ତି । ବିବାହ ଉତ୍ସବ କୋଭିଡ୍‌-୧୯ ମହାମାରୀ ଯୋଗୁ ଏକାନ୍ତରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ପୁନମ୍‌ ନୀଳରଙ୍ଗର ମେହେଙ୍ଗା ଚୋଲି ସହ ପିଙ୍କ୍‌ ଦୁବତ୍ତା ପିନ୍ଧିଥିଲେ । ସେ ଅତି ମାତ୍ରାରେ ସୁନା ଅଳଙ୍କାର ପିନ୍ଧିଥିବା ଦେଖାଯାଇଛି । ଶାମ୍‌ ପିନ୍ଧିଥିଲେ ଗୋଟିଏ ବ୍ଲì ବନ୍ଦଗଳା । ଶାମ୍‌ ଗୋଟିଏ ଫଟୋ ତଳେ କ୍ୟାପ୍‌ସନ ଦେଇଛନ୍ତି- ଦ ବିଗିନିଂ ଅଫ୍‌ ଫର୍‌ଏଭର ମେହେନ୍ଦୀ ଉତ୍ସବର ଫଟୋ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ପୁନମ୍‌ ପିନ୍ଧିଛନ୍ତି ପିଷ୍ଟାଗ୍ରୀନ୍‌ ବ୍ଲାଉଜ୍‌ ଓ ସ୍କର୍ଟ ଏବଂ ମଧ୍ୟ ପିନ୍ଧିଛନ୍ତି କୁନ୍ଦନ ଜୁଏଲାରୀ । ପୁନମ୍‌ ହିନ୍ଦୀ, କନ୍ନଡ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି ।

Leave A Reply