Odisha news

ବନ୍ୟା ବିପନ୍ନ ଦୁଗ୍ଧଚାଷୀଙ୍କୁ ମିଲ୍କ୍ ମନ୍ତ୍ରର ସହାୟତା

0

ଓଡିଶା, ଭୁବନେଶ୍ୱର, ସେପ୍ଟେମ୍ବର ୧୪, ୨୦୨୦: ଓଡିଶାର ପୁରୀ ଜିଲ୍ଲା ଅନ୍ତର୍ଗତ କଣାଶ ବ୍ଲକର ବନ୍ୟା ପ୍ରଭାବିତ ଦୁଗ୍ଧଚାଷୀଙ୍କୁ ସହାୟତା କରିବା ଉଦେ୍ଦଶ୍ୟରେ ଅଭିନବ ଦୁଗ୍ଧ ଉତ୍ପାଦନକାରୀ ଷ୍ଟାର୍ଟଅପ୍ କମ୍ପାନୀ ମିଲ୍କ୍ ମନ୍ତ୍ର ସେପ୍ଟେମ୍ବର ୧୦ ତାରିଖରେ ଗଡମାଠିଆପଡା ଗ୍ରାମରେ ଗାଈମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଥିଲା । ସେଠାରେ ପ୍ରାୟ ୬୦୦ ଗାଈ ଏବଂ ବାଛୁରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଚିକିତ୍ସା କରାଯାଇଥିଲା । ଏଥି ସହିତ କମ୍ପାନୀ ପ୍ରାୟ ୨୮୪ ଜଣ ଦୁଗ୍ଧଚାଷୀ ପରିବାରଙ୍କୁ ଗୋଖାଦ୍ୟ ମଧ୍ୟ ଯୋଗାଇ ଦେଇଥିଲା ।

“ଖୁସି ଚାଷୀ=ଖୁସି ଗାଈ=ଖାଣ୍ଟି କ୍ଷୀର” ଏହି ମୂଳ ମନ୍ତ୍ର ଅନୁଯାୟୀ ନୈ÷ତିକ ଦୁଗ୍ଧ ସଂଗ୍ରହ ଯୋଜନା ଅଧୀନରେ ନାମ ଲେଖାଇଥିବା ଦୁଗ୍ଧଚାଷୀମାନଙ୍କ ପାଇଁ ମିଲ୍କ୍ ମନ୍ତ୍ର ଅତୀତରେ ଏହିପରି ଶହ ଶହ କାର୍ଯ୍ୟକ୍ରମ ପରିଚାଳନା କରିଛି । ଯଦିଓ ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ କମ୍ପାନୀ ସିଧାସଳଖ କାର୍ଯ୍ୟରତ ନୁହେଁ, କିନ୍ତୁ ବନ୍ୟା ହେତୁ ଉପୁଜୁଥିବା ପ୍ରତିକୂଳ ପରିସ୍ଥିତି ଦ୍ୱାରା ପ୍ରଭାବିତ ଗୋଚାଷୀ, ସେମାନଙ୍କ ପରିବାର ବର୍ଗ ଓ ଗୃହପାଳିତ ପଶୁମାନଙ୍କୁ ସହାୟତା କରିବା ପାଇଁ କମ୍ପାନୀ ନିଜର ନୈତିକ ଦୁଗ୍ଧ ସଂଗ୍ରହ କାର୍ଯ୍ୟକ୍ରମକୁ ଏହି ଅଞ୍ଚଳରେ ପହଞ୍ଚାଇଛି । ମିଲ୍କ୍ ମନ୍ତ୍ରର ଏହି ନୈତିକ ଦୁଗ୍ଧ ସଂଗ୍ରହ ଯୋଜନାରେ ୬୦,୦୦୦ ଦୁଗ୍ଧଚାଷୀ ଅଛନ୍ତି, ଯେଉଁମାନେ ଏହିଭଳି ମଙ୍ଗଳମୟ କାର୍ଯ୍ୟକ୍ରମ ଗୁଡିକର ନିୟମିତ ହିତାଧିକାରୀ ଅଟନ୍ତି ।

କମ୍ପାନୀର ଏହି ରିଲିଫ୍ କାର୍ଯ୍ୟକ୍ରମ ବିଷୟରେ ସୁଚନାଦେଇ ମୁଖ୍ୟ ପରିଚାଳନା ଅଧିକାରୀ, ବିଭୁପ୍ରସାଦ ନନ୍ଦ କହିଛନ୍ତି, “ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଘଟିବା ଦିର୍ଭାଗ୍ୟଜନକ, କିନ୍ତୁ ଦୁଃଖ ସମୟରେ ଯେତେ ସମ୍ଭବ ସହାୟତା କରି ଏକ ସଂଘଷପୂର୍ଣ୍ଣ ଅର୍ଥନୀତିକୁ ପୁର୍ନଜୀବିତ କରିବା ଆମର ଦାୟିତ୍ୱ । ଗ୍ରାମୀଣ ଅର୍ଥନୀତି ପ୍ରତି ଗୋଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଉଚ୍ଚମାନର ଦୁଗ୍ଧଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଲୋକମାନଙ୍କର ପୁଷ୍ଟିକର ଆବଶ୍ୟକତା ଓ ଯୋଗାଣ ଶୃଙ୍ଖଳରେ କାର୍ଯ୍ୟରତ ଚାଷୀମାନଙ୍କ ମଙ୍ଗଳ ହେଉଛି ଆମର ମୁଖ୍ୟ ପ୍ରାଥମିକତା । ଆମର ନୈ÷ତିକ ଦୁଗ୍ଧ ସଂଗ୍ରହ ଯୋଜନାରେ ଏସ୍କଟେନସନ୍ ସେବା କେବଳ ଆମର ନେଟୱର୍କରେ ସୀମିତ ନୁହେଁ କାରଣ ରାଜ୍ୟ ତଥା ସମଗ୍ର ଦେଶରେ ଲାଭଦାୟକ ଗୋଚାଷକୁ ପ୍ରସାରିତ କରିବା ଆମର ମୂଳ ଲକ୍ଷ୍ୟ । ସଂସ୍ଥାର ପ୍ରତିପୋଷଣ ଓ ରାଜ୍ୟରେ ଗୋଚାଷୀମାନଙ୍କ ବିକାଶ ପ୍ରତି ଆମେ ପ୍ରତିଶୃତି ବଦ୍ଧ ।”

ମିଲ୍କ୍ ମନ୍ତ୍ର ଏହାର ନୈ÷ତିକ ଦୁଗ୍ଧ ସଂଗ୍ରହ ଯୋଜନା ମାଧ୍ୟମରେ ମଧ୍ୟସ୍ଥି ମାନଙ୍କୁ ହଟାଇ ଗ୍ରାମୀଣ ଦୁଗ୍ଧଚାଷୀଙ୍କ ପାଇଁ ଅଧିକ ସ୍ୱଚ୍ଛ ଏବଂ ଲାଭଦାୟକ ବ୍ୟବସ୍ଥା ପ୍ରତିଷ୍ଠା କରିଛି । ଏହା ଦୁଗ୍ଧଚାଷୀ ଓ ଗୋରୁମାନଙ୍କ ପାଇଁ ଲାଭଜନକ ଆୟ ଏବଂ ସମ୍ମାନଜନକ ଅବସ୍ଥା ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଗ୍ରାହକ ମାନଙ୍କ ପାଇଁ ଗୁଣବତ୍ତା ଓ ଶୁଦ୍ଧତାରେ ପରିପୂର୍ଣ୍ଣ ଦୁଗ୍ଧଜାତ ଦ୍ରବ୍ୟମାନ ସୁନିଶ୍ଚିତ କରିଛି ।
ଏହି ରିଲିଫ୍ କାର୍ଯ୍ୟକ୍ରମରେ ଜଣେ ହିତାଧିକାରୀ ମଳୟ କୁମାର ବିହାର କହିଛନ୍ତି, “ପ୍ରାକୃତିକ ବିପର୍ଯୟ ଗରିବଙ୍କ ପ୍ରଗତିର ଶତ୍ରୁ । ଯେତେବେଳେ ମଣିଷ ଜୀବନ ସଂକଟାପର୍ଣ୍ଣ, ସେତେବେଳେ ଲୋକମାନେ ପଶୁମାନଙ୍କ ବିଷୟରେ ଭୁଲିଯାଆନ୍ତି । କିନ୍ତୁ ଆମ ପାଇଁ ଏହି ଗାଈ ଗୁଡିକ ପରିବାର ଠାରୁ କମ୍ ନୁହନ୍ତି । ବନ୍ୟା ଆମକୁ ଅନେକ ମାତ୍ରାରେ ଅସହାୟ କରିପାରିଥାନ୍ତା, କିନ୍ତୁ ମିଲ୍କ୍ ମନ୍ତ୍ରର ଏହି କାର୍ଯ୍ୟକ୍ରମ ପାଇଁ ଆମେ ଅତ୍ୟନ୍ତ କୃତଜ୍ଞ, ଯାହା କେବଳ ଆମ ଗାଈ ମାନଙ୍କୁ ଖାଇବା ଓ ଚିକିତ୍ସା ଯୋଗାଇଦେବା ନୁହେଁ ବରଂ ଅନିଶ୍ଚିତ ସମୟରେ ମଧ୍ୟ ଆମକୁ ସହାୟତା ଯୋଗାଇଛି ।”

Leave A Reply