ଅଭ୍ୟାସ ମୈଦାନକୁ ଓହ୍ଲାଇଛନ୍ତି ପୂଜାରା
ନୂଆଦିଲ୍ଲୀ,୨୨ା୬(ଏଜେନ୍ସି): କରୋନା ଆତଙ୍କ ସତ୍ତେ୍ୱ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ସୋମବାର ଅଭ୍ୟାସ ମୈଦାନକୁ ଓହ୍ଲାଇଛନ୍ତି । ୩୨ ବର୍ଷୀୟ ପୂଜାରା ଦୀର୍ଘ ସମୟ ଧରି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ । ଦେଶର ଅନ୍ୟ ଆଥଲେଟ୍ଙ୍କ ଭଳି ଗତ ମାର୍ଚ୍ଚ ମାସରୁ ପୂଜାରା ପରିବାର ସହ ଘରେ ଲକ୍ଡାଉନ୍ରେ ଥିଲେ । କିନ୍ତୁ ସୋମବାର ରାଜକୋଟ୍ର ଘରୋଇ ପଡ଼ିଆରେ ପୂଜାରା ଅଭ୍ୟାସ କରୁଥିବା ଦେଖାଯାଇଛି । ଇନ୍ଷ୍ଟାଗ୍ରାମ୍ରେ ପୂଜାରା ନେଟ୍ସ ସେସନରୁ ଫଟୋ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି ।