Odisha news

ପୂଜା ଶଙ୍ଖ କେବଳ ଧାର୍ମିକ କାର୍ଯ୍ୟରେ ଆସି ନଥାଏ ଦୂର ହୋଇଥାଏ ଏହି ଶାରୀରିକ ସମସ୍ୟା

0

ହିନ୍ଦୁ ଧର୍ମ ର ସମସ୍ତ ପୂଜା ପାଠ  ଶଙ୍ଖ ର ରହିଥାଏ ଅନେକ ମହତ୍ୱ ,  ଏହାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ଖୁବ ପକାଇଥାଏ l ନିକଟରେ ବ୍ରିଟେନ ରେ ଗୋଟିଏ ହୃଦରୋଗ ବିଶେଷଜ୍ଞ ଗୋଟିଏ ଦଳ ଏଭଳି ରିସର୍ଚ୍ଚ କରିଛନ୍ତି ଯାହା ଗୋଟିଏ ନୁଆ ଆଶା ନେଇ ଆସିଛି ହୃଦ ରୋଗୀ ଙ୍କ ପାଇଁ  l ଯେଉଁ ହୃଦ ରୋଗୀ ମାନେ ନିଦ ସମସ୍ୟା ରେ ପୀଡିତ ଅଛନ୍ତି ସେମାନେ ଶଙ୍ଖ ବଜାଇବା ଦ୍ୱାରା ୬ ମାସ ମଧ୍ୟରେ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଅନିଦ୍ରା ସମସ୍ୟା ଦୂର ହେବ l

– ଶଙ୍ଖ ବଜାଇବା ଗୋଟିଏ ପୁରୁଣା ପାରମ୍ପରିକ ବିଧି ଅଟେ ,  ଯାହାକୁ ବର୍ତମାନ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ସଠିକ ଭାବରେ ପ୍ରମାଣିତ କରାଯାଇଛି , ଅଧ୍ୟୟନ ଅନୁସାରେ ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ ର ମାଂଶପେସି ମଜବୁତ ହୋଇଥାଏ ଏବଂ ତାଳୁ ର ମାଂଶପେସି ଅଧିକ ଶକ୍ତ ହୋଇଥାଏ l

– ଏହି ପ୍ରକ୍ରିୟା ଶରୀରରେ ରକ୍ତ ସଂଚାଳନ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳିତ କରିଥାଏ l ଏବଂ ମସ୍ତିଷ୍କ କୁ ସୁଚାରୁ ରୂପେ ପରିଚାଳିତ କରିଥାଏ l

– ଶଙ୍ଖ ବଜାଇବା ଦ୍ୱାରା ନାକ ରେ ଜମିଥିବା ବର୍ଜ୍ୟ ବସ୍ତୁ ସଂଚାଳନ ରେ ସୁଧାର ଆସିଥାଏ ଏବଂ ପ୍ରଶ୍ୱାସ ନେବାରେ ସୁବିଧା ହୋଇଥାଏ l ଏବଂ ଅକ୍ସିଜେନ ସ୍ତରରେ ଉନ୍ନତି ହୋଇଥାଏ ଏବଂ ନିଦ୍ରା ସମସ୍ୟା ଦୂର ହୋଇଥାଏ l

ଏହି ଅଧୟନ ରେ କିଛି ଲୋକଙ୍କୁ ସାମିଲ କରାଯାଇଥିଲା , ଯେଉଁ ମାନଙ୍କୁ ୫ ରୁ ୧୫ ମିନିଟ ଶଙ୍ଖ ବଜାଇବା ପାଇଁ କୁହାଯାଇଥିଲା , ଏବଂ ୬ ମାସ ମଧ୍ୟରେ ଏହି ବ୍ୟକ୍ତି ମାନଙ୍କର ସ୍ଲିପିଂ ପ୍ୟାଟର୍ନ ରେ ସୁଧାର ଆସିଥିଲା l

– ବୈଜ୍ଞାନିକ ଙ୍କ ମତରେ ଶଙ୍ଖ ବଜାଇବା ଦ୍ୱାରା ମାନସିକ ସ୍ଥିତିରେ ସୁଧାର ଆସିଥାଏ ଏବଂ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ l ହାର୍ଟ ସମସ୍ୟା ଠିକ ରହିଥାଏ ଏବଂ ମନ ଶାନ୍ତ ରୁହେ l

Leave A Reply