ଲୋ – ବିପି କୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ପ୍ରାଣ ଘାତକ , ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସତର୍କ ସ୍ୱାସ୍ଥ୍ୟ By Sakala Khabar Last updated Aug 14, 2025 0 Share ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ l ଆଜିକାଲି ବ୍ଲଡ଼ ପ୍ରେସର ସମସ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି l କିଏ ଉଚ୍ଚ ତ ଆଉ କେହି ନିମ ରକ୍ତଚାପ ଦ୍ୱାରା ପ୍ରଭାବିତ ହେଉଛନ୍ତି l ସାଧାରଣ ଭାବରେ ଦେଖିବାକୁ ଗଲେ ମଣିଷ ର ରକ୍ତଚାପ 120 / 80 mmHg ରହିବା ଜରୁରୀ l କିନ୍ତୁ ଯଦି ଏହା 90 / 60 mmHg ରୁ କମ ରହିଥାଏ, ତେବେ ଲୋ ବ୍ଲଡ଼ ପ୍ରସାର ସମସ୍ୟାର କାରଣ ଅଟେ l ଏହି ସ୍ଥିତିରେ ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଯାଇଥାଏ , ଯେପରିକି – – ମୁଣ୍ଡ ବୁଲାଇବା – ଆକ୍ଷି ଆଗରେ ଅଚାନକ ଅନ୍ଧାର ଦେଖାଯିବା – ମୁଣ୍ଡ ବିନ୍ଧିବା – ବାନ୍ତି ଲାଗିବା – ଥକା ଲାଗିବା ଓ ଦେହ ଥରିବା – ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖା ଯାଇଥାଏ l – ଯଦି ସମୟ ଥାଉ ଥାଉ ଏହିସବୁ ଲକ୍ଷଣ କୁ ଆମେ ଅଣଦେଖା କରିଥାଉ ତେବେ ହାର୍ଟ ଆଟାକ , ହାର୍ଟ ଷ୍ଟ୍ରୋକ ଓ ବ୍ରେନ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଯାଇଥାଏ l * ନିମ୍ନ ରକ୍ତଚାପ ବା ଲୋ ବିପି ରେ ଘରୋଇ ଉପାୟ – – ଯଦି ଆପଣ ଲୋ ବିପି ରେ ପ୍ରଭାବିତ ରହୁଛନ୍ତି ତେବେ ସୈନ୍ଧବ ଲୁଣ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ l ଏଥିରେ ପୋଟାସିୟମ ର ମାତ୍ରା ଖୁବ ଅଧିକ ରହିଥାଏ, ଯାହାକି ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରିଥାଏ l ଯଦି ଅଚାନକ ଭାବରେ ରକ୍ତଚାପ ନିମ୍ନ ହୋଇ ଯାଉଛି ଗୋଟିଏ ଗ୍ଲାସ ପାଣି ରେ ସୈନ୍ଧବ ଲୁଣ ପକାଇ ସେବନ କରନ୍ତୁ l – ଲୋ ବିପି ସମସ୍ୟାରେ ତୁଳସୀ ପତ୍ର ଖୁବ ପ୍ରଭାବଶାଳୀ ଭିଟାମିନ ସି, ପୋଟାସିୟମ, ମଗ୍ନେଶୀୟମ ଓ ଆଣ୍ଟି ଅକ୍ସିଡେଣ୍ଟ ର ଗୋଟିଏ ଭଲ ତୁଳସୀ ପତ୍ର l ଏହା ବିପି ରେଗୁଲେଟ କରିଥାଏ l ଲୋ ବିପି ହେବା ମାତ୍ରକେ ଅଚାନକ କିଛି ତୁଳସୀ ପତ୍ର ନେଇ ଚୋବାଇ ସେବନ କରନ୍ତୁ l – ଲୋ ବ୍ଲଡ଼ ପ୍ରେସର କୁ ଠିକ କରିବା ପାଇଁ ଗୋଲମରିଚ ଗୋଟିଏ ଭଲ ସ୍ରୋତ l ଅଚାନକ ରକ୍ତଚାପ କମିବା ସମୟରେ ଉଷୁମ ପାଣି ଓ ୫ଟି ଗୋଲମରିଚ ଚୋବାଇ ସେବନ କରନ୍ତୁ l – ଲୋ ବିପି ପାଇଁ ଅଶ୍ଵଗନ୍ଧା ଗୋଟିଏ ଭଲ ମାଧ୍ୟମ ଅଟେ l ଏଥିରେ ଥିବା ପୋଷକତତ୍ୱ ରକ୍ତଚାପ କୁ ସନ୍ତୁଳନ ରଖିଥାଏ l ଅଶ୍ଵଗନ୍ଧା କୁ ଉଷୁମ ପାଣି ସହିତ ସେବନ କରିପାରିବେ l 0 Share