Odisha news

ସମସ୍ତ ନୈରାଶ୍ୟ ଓ ଅନିଶ୍ଚିତତା ସମାପ୍ତ ହୋଇଛି : ପ୍ରତାପ ଷଡଙ୍ଗୀ

0

ଭୁବନେଶ୍ୱର :  ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାରୁ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ସେ ଟ୍ୱିଟ କରି କହିଛନ୍ତି ଯେ “ଲୀଳାମୟ ପୁରୁଷୋତମ ଶ୍ରୀ ଜଗନ୍ନାଥଙ୍କର ଅଦ୍ଭୁତ ଲୀଳାର ଆନନ୍ଦ ଆଜି ସମସ୍ତ ଭକ୍ତ ମଣ୍ଡଳୀ ଓ ସାରା ବିଶ୍ୱବାସୀଙ୍କୁ ଅଭିଭୂତ କରିଦେଇଛି । ସମସ୍ତ ନୈରାଶ୍ୟ ଓ ଅନିଶ୍ଚିତତା ସମାପ୍ତ ହୋଇଛି ।”
ସେ କହିଛନ୍ତି ଯେ “ବିଶେଷତଃ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଫଳରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା ଓ ରାଜ୍ୟ ସରକାର ତାହାକୁ ସମର୍ଥନ କରିବା କାରଣରୁ ସୁପ୍ରିମକୋର୍ଟ ଏହି ନିର୍ଣ୍ଣୟ ନ୍ୱୋ ହୁଏତ ସମ୍ଭବ ହୋଇପାରିଛି ।

Leave A Reply