Odisha news

ସବ୍ ଷ୍ଟେସନ ପାର୍କିଂରେ ଟ୍ରକ ମାଲିକକୁ ଛୁରା ମାଡ଼

0

ପାରାଦ୍ୱୀପ :  ପାରାଦ୍ୱୀପ ସବ୍ ଷ୍ଟେସନ  ଟ୍ରକ ପାର୍କିଂରେ ପାରାଦୀପ ବନ୍ଦର ପରିବହନ ନିମନ୍ତେ ନିୟୋଜିତ ହୋଇଥିବା ଟ୍ରକ ଗୁଡିକ ଏହି ସ୍ଥାନରେ ପାର୍କିଂ କରାଯାଏ l ଅନେକ ସମୟରେ  ଚୋରମାନେ ଟ୍ରକରୁ ଡିଜେଲ୍ ବେଟ୍ରି  ଚୋରି କରିଥାନ୍ତି  ଟ୍ରକ ମାଲିକ ମାନେ ପୂର୍ବରୁ ପ୍ରଶାସନକୁ ଅବଗତ କରେଇ ଥିଲେ ଯାହା ଫଳରେ ପାରାଦ୍ୱୀପ ଆଦର୍ଶ ଥାନା ପକ୍ଷରୁ ସାରା ରାତି ପାରାଦ୍ୱୀପ ସହରର ଗଳି  କନ୍ଦି  ପେଟ୍ରୋଲିଂଗି କରାଯାଏ . ହେଲେ ଅଧିକ ସମୟ ଟ୍ରକ ପାର୍କିଂ ସ୍ଥାନରେ ଥାନା ଅଧିକାରୀ  ପଇଁତରା ମାରିଥାନ୍ତି.  ଯାହା ଫଳରେ ଏଇ କିଛି ଦିନ ହେବ ଚୋରିର ସମସ୍ୟା ଆଉ ଉପୁଜୁ ନଥିଲା. କୃଷ୍ଣ ଚନ୍ଦ୍ରଙ୍କ ଟ୍ରକ ଲୋଡ଼ିଂଗି କରି ସବ୍ ଷ୍ଟେସନ ଟ୍ରକ ପାର୍କିଂରେ ଡ୍ରାଇଭର ଟ୍ରକ ରଖି ପଳାଇ ଯାଇଥିଲେ l ଡ୍ରାଇଭର ଟ୍ରକରେ ନଥିବାରୁ ବିଳମ୍ବିତ ରାତିରେ କୃଷ୍ଣ ଚନ୍ଦ୍ର ଦାସ ଟ୍ରକ କୁ ଦେଖିବା ପାଇଁ ପାର୍କିଂକୁ ଯାଇଥିଲେ.ସେଠାରେ କିଛି  ଦୃର୍ବତ୍ତମାନେ ଛିଡା ହବାର ଦେଖିଥିଲେ କୃଷ୍ଣ ଚନ୍ଦ୍ର ସେମାନଙ୍କୁ ପଚାରିବାରୁ ଏଠାରେ କଣ ପାଇଁ ଛିଡା ହୋଇଛ ଦୃର୍ବତ୍ତମାନେ ଦାସଙ୍କୁ ଗାଳି ଗୁଲଜ କରିବା ସହିତ କୃଷ୍ଣ ଚନ୍ଦ୍ରଙ୍କୁ ଛୁରୀ ସାହାଯ୍ୟରେ  ଆକ୍ରମଣ କରିଥିଲେ l କୃଷ୍ଣଙ୍କ ଶରୀରରେ ଅନେକ କ୍ଷତ ହୋଇଥିବା ବେଳେ ତାଙ୍କ ଖାଦ୍ୟ ନଳୀରେ ଜୋରସେ ଆଘାତ ଲାଗିଛି. ଗୁରୁତର ଅବସ୍ଥାରେ କୃଷ୍ଣ ଚନ୍ଦ୍ରଙ୍କୁ ପ୍ରଥମେ ଅଠରବାଙ୍କୀ ହସ୍ପିଟାଲକୁ ନେଇଥିଲେ ପ୍ରଥମେ ପ୍ରାଥମିକ ଚିକିତ୍ସିତ କରାଯାଇଥିଲା ହେଲେ  ଖାଦ୍ୟ ନଳୀ କଟି ଯାଇଥିବାରୁ  ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ଘଟଣା ସ୍ଥଳରେ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ପହଂଚି ସବ୍ ଷ୍ଟେସନରେ ଥିବା ମୁଣ୍ଡା ପଡ଼ାର କିଛି ଯୁବକ ମାନଙ୍କୁ ପଚରା ଉଚରା କରିବା ସହ ଥାନାକୁ ନେଇଯାଇଥିଲେ. ପରେ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ ଆରମ୍ଭ କରିବା ସହ ମାରନା ଅସ୍ତ୍ର ଜବତ କରି ତଦନ୍ତ ଆରମ୍ଭ କରିଥିଲେ. ହେଲେ ଖୁବ୍ ଶୀଘ୍ର ଅଭିଯୁକ୍ତକାରୀମାନେ ଧରାପଡିବେ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ସାମଲ ପ୍ରକାଶ କରିଛନ୍ତି l

Govt
Leave A Reply