ବୁଗୁଡ଼ା : ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଡାକ୍ତରଙ୍କ ଅଗୋଚରରେ ଜଣେ ଷ୍ଟାଫ୍ ନର୍ସ ଟଙ୍କା ଲୋଭରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭାଶୟଟିକୁ କଣା କରିଦେବାରୁ ଘଟିଛି ଏହି ଅଘଟଣ। ଗୁରୁତର ଅବସ୍ଥାରେ ଏବେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଉକ୍ତ ମହିଳାଜଣକ ଆଇ ସି ୟୁ ରେ ଲଢୁଥିବା ଜଣାଯାଇଛି। କରଚୁଲି ଗ୍ରାମର କାଳୁ ବେହେରାଙ୍କ ସହ ଟେଲିଫୋନ ଯୋଗେ କଥାହେବାରୁ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ପ୍ରମୋଦିନୀ ମୁର୍ମୁଷୁ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ବ୍ରହ୍ମପୁର ଡାକ୍ତରଖାନାରେ। ତାଙ୍କର ହିମୋଗ୍ଲୋବିନ୍ ଅତି କମ୍ ସ୍ତରକୁ ଚାଲିଆସୁଥିବାରୁ ରକ୍ତ ଦିଆଯାଉଛି ବଞ୍ଚାଇବା ପାଇଁ।
ଘଟଣାରୁ ଜଣାଯାଇଛି ଯେ ଅସୁସ୍ଥତା କାରଣରୁ ପ୍ରମୋଦିନୀ ଦିନବେଳେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ରୋଗୀଙ୍କ ଭିଡ ଲାଗୁଥିବାରୁ ପ୍ରମୋଦିନୀ ଅପେକ୍ଷା କରିଥିଲେ। କିନ୍ତୁ କୃଷ୍ଣା କୁମାରୀ ଆଚାରୀ ନାମରେ ଜଣେ ଷ୍ଟାଫ୍ ନର୍ସ ତାଙ୍କୁ ଡାକି ପଚରାଉଚରା କରିଥିଲେ। ପ୍ରମୋଦିନୀ ଗର୍ଭବତୀ ଥିବା କହି ତାଙ୍କର ଏହି ୩ୟ ସନ୍ତାନକୁ ଗର୍ଭପାତ କରିବାକୁ ଚାହୁଁଥିବା କହିଥିଲେ। ଗର୍ଭପାତ ପାଇଁ କେତେ ଟଙ୍କା ଲାଗିବ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯୋଜନାନୁଯାୟୀ ପ୍ରମୋଦିନୀ ଓ ତାଙ୍କ ସ୍ଵାମୀ କାଳୁ ବେହେରା ଏକ ବାଇକ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସିଥିଲେ। ଷ୍ଟାଫ୍ ନର୍ସ କୃଷ୍ଣା ନିଜେ ତାଙ୍କୁ ନେଇ ଗର୍ଭପାତ କରାଇଥିଲେ।
ତାପରେ ପ୍ରମୋଦିନୀ ଓ କାଳୁ ବାଇକରେ ଘରକୁ ଫେରିଥିଲେ। କିଛି ସମୟ ପରେ ପ୍ରମୋଦିନୀ ଙ୍କ ପେଟ ବିନ୍ଧାଟଣା ହେବାରୁ ପୁଣି ଷ୍ଟାଫ୍ ନର୍ସ ଙ୍କ ପାଖକୁ ଆସି ମେଡିସିନ ନେଇ ଘରକୁ ଫେରିଥିଲେ। ସେହି ମେଡିସିନ ରେ ପେଟ ଯନ୍ତ୍ରଣା ନ କମିବା ଯୋଗୁଁ ସେମାନେ ରାତିରେ ପୁଣି ଆସି ଡାକ୍ତର ଙ୍କୁ ପରାମର୍ଶ କରିଥିଲେ। ଦାୟିତ୍ଵରେ ଥିବା ଡାକ୍ତର ସାର୍ଥକ ସଂକେତ ବିଶ୍ଵାଳ ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠେଇଦେଇଥିଲେ। ସେଠାରେ ଡାକ୍ତର ପ୍ରମୋଦିନୀ ଙ୍କୁ ପରୀକ୍ଷା ନିରୀକ୍ଷା ପରେ ଗର୍ଭାଶୟ ରେ ଛିଦ୍ର ସୃଷ୍ଟି ହେବା ସହ ଖାଦ୍ୟନଳୀରେ ଛିଦ୍ର ସୃଷ୍ଟି ହୋଇଥିବା କହିଥିଲେ। ମୁମୁର୍ଷୁ ଅବସ୍ଥାରେ ଏବେ ପ୍ରମୋଦିନୀ ଡାକ୍ତରଖାନା ଆଇ ସି ୟୁ ରେ ମୃତ୍ୟୁ ସହ ଲଢୁଛନ୍ତି। ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ଅଗୋଚରରେ ଏଭଳି ବହୁ ଗୁରୁତର ଘଟଣା ଘଟୁଥିବା ଓ ତାହାକୁ ଚପାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଆସନ୍ତା ୭୨ ଘଣ୍ଟା ପରେ ପ୍ରମୋଦିନୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ କି ନାହିଁ ଜଣାପଡିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟ ଦିଗରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ ମାମାଲା ସମ୍ପର୍କରେ ଜାଣନ୍ତି ନାହିଁ। ଅଭିଯୋଗ ପରେ ସେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ ଓ ସି ସି ଟିଭି ଫୁଟେଜକୁ ପଦକ୍ଷେପ ନେବେ। ଉକ୍ତ ଷ୍ଟାଫ୍ ନର୍ସ କୃଷ୍ଣା କୁମାରୀଙ୍କୁ ପରିବାରରେ ସେ ଏହି ଗର୍ଭପାତ କରିନାହାନ୍ତି ବୋଲି କହିଛନ୍ତି।