Odisha news

ପୁରୁଷ ଓ ମହିଳାଙ୍କ ନିକଟରେ ବନ୍ଧ୍ୟା ଦୋଷକୁ ବୃଦ୍ଧି କରୁଛି ପଲିଥିନର ଖାଦ୍ୟ ଓ ପାଣି , ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ

0

ବର୍ତମାନ ସାରା ବିଶ୍ୱର ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, କାହିଁକିନା ଏଥିରେ ଥିବା ଦୂଷିତ ପଦାର୍ଥ ପର୍ଯାବରଣ କୁ ଦୂଷିତ କରିବାର ମୁଖ୍ୟ କାରଣ ବୋଲି କୁହାଯାଉଛି l ତଥାପି ଲୋକେ ଏହାର ବ୍ୟବହାର କରିବା ଛାଡୁ ନାହାନ୍ତି, ଖୁଲମ ଖୁଲା ଅଧିକ ରୁ ଅଧୀକ ବ୍ୟବହାର କରୁଛନ୍ତି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବିଶେଷ ଭାବରେ ଆମେ ହୋଟେଲ ଗୁଡିକ ରୁ ଓ ଦୋକାନ ଗୁଡିକ ରୁ କୌଣସି ଖାଦ୍ୟ ଡେଲିଭରି ଆଣିବା ସମୟରେ ବ୍ୟବହାର କରିଥାଉ l  ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଠିକ ନୁହେଁ l

* ବର୍ତମାନ କ୍ୟାନ୍ସର ର ମୁଖ୍ୟ କାରଣ ପଲିଥିନ ର ବ୍ୟବହାର ଦର୍ଶା ଯାଉଛି l କ୍ୟାନ୍ସର ର ଯଦି ଆମେ ପରାରମ୍ଭକ ଉପଚାର କରିପାରୁଛୁ ତେବେ କିଛି ମାତ୍ରାରେ ସୁସ୍ଥ ରହିବାର ସମ୍ଭାବନା ବଢି ଯାଉଛି l କ୍ୟାନ୍ସର ଗୋଟିଏ ଏଭଳି ରୋଗ ଯାହାକି ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ l ବର୍ତମାନ ସ୍ଥିତିରେ ପୁରୁଷ ମାନଙ୍କ ନିକଟରେ ମୁଖ ଗହ୍ୱର କ୍ୟାନ୍ସର ଓ ଫୁସଫୁସ କ୍ୟାନ୍ସର ଅଧିକ ଦେଖିବାକୁ ମିଳୁଛି l ଏବଂ ମହିଳା ମାନଙ୍କ ନିକଟରେ ସର୍ବlଇକାଲ କ୍ୟାନ୍ସର ଓ ସ୍ତନ କ୍ୟାନ୍ସର ରେ ପୀଡିତ ହେଉ ଥିବାର ଅଧ୍ୟୟନ କହୁଛି l

* କ୍ୟାନ୍ସର ଜନିତ ସମସ୍ୟା ବଢିବା ସହିତ ଲୋକେ ତାର ଲକ୍ଷଣ ପ୍ରତି ସଚେତନ ହେଉ ନାହାନ୍ତି , କ୍ୟାନ୍ସର ଗୋଟିଏ ଏଭଳି ରୋଗ ଯାହାର ଲକ୍ଷଣ କୁ ଆମେ ଜାଣି ମଧ୍ୟ ଅଣଦେଖା କରିଥାଉ l ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟ ରେ ଯଦି କିଛି ଲକ୍ଷଣ ଦେଖୁଚୁ ତେବେ ସେଥିପ୍ରତି ଆମେ ସଚେତନ ହେବା ନିହାତି ଜରୁରୀ l ତେଣୁ କରି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ l

– କ୍ୟାନ୍ସର ର ମୁଖ୍ୟ କାରଣ ଧୁମ୍ରପାନ ଓ ଖାଦ୍ୟପେୟ କୁ ବୋଲି ମଧ୍ୟ କୁହାଯାଇଛି l କାହିଁକି ନା ଏଥିରେ ବ୍ୟବହୃତ ହେଉଥିବା ରସାୟନ ଶରୀରରେ କ୍ୟାନ୍ସର ସେଲ କୁ ବୃଦ୍ଧି କରୁଛି l ତେଣୁ ଏହାର ଗୋଟିଏ ବଡ଼ କାରଣ ପଲିଥିନ କୁ ମଧ୍ୟ ଦର୍ଶା ଯାଇଛି l  ପଲିଥିନ ରେ ଗରମ ଖାଦ୍ୟ କିମ୍ବା ପାଣି ବ୍ୟବହାର କରିବା ଦ୍ୱାରା ଆମ ଶରୀରରେ କ୍ୟାନ୍ସର ସେଲ୍ ବୃଦ୍ଧି ହୋଇଥାଏ l ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପଲିଥିନ ରହୁଥିବା ଖାଦ୍ୟ କୁ ବର୍ଜନ କରିବା ନିହାତି ଜରୁରୀ l

–  ପଲିଥିନ ରେ ଆମେ ଗରମ ଜିନିଷ ରଖି ତାହାକୁ ସେବନ କଲେ ମାନସିକ ଦୃଷ୍ଟିରୁ ମଧ୍ୟ ରୋଗ ଗ୍ରସ୍ତ ହୋଇଥାଉ, ଏବଂ ଏହା ଆମ ଟିସୁ କୁ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ପଲିଥିନ ରେ ବ୍ୟବହୃତ ହେଉଥିବା ରସାୟନ ଉଭୟ ପୁରୁଷ ଓ ମହିଳାଙ୍କ ର ସନ୍ତାନ ପ୍ରସବ ରେ ଆଣୁଚି ବାଧା l

– ଖାଦ୍ୟ ପଦାର୍ଥ ରେ ବ୍ୟବହୃତ ହେଉଥିବା ବିଭିନ୍ନ ରାସାୟନିକ ପଦାର୍ଥ ଓ ପେଷ୍ଟି ସାଇଡ ପଦାର୍ଥ ମଧ୍ୟ କ୍ୟାନ୍ସର ର ମଧ୍ୟ କାରଣ ଅଟେ l ଏହିସବୁ ରସାୟନ , ପ୍ରିଜର୍ଭ ଭେଟିବ ମଧ୍ୟ ଶରୀରରେ କ୍ୟାନ୍ସର ସେଲ କୁ ବୃଦ୍ଧି କରିବାର ଗୋଟିଏ ବଡ଼ କାରଣ ଅଟେ l

Ad2
Leave A Reply