ପୋଲସରା :30/01/2021(ରଂଜୟ ପାଣିଗ୍ରାହୀ)ପୋଲସରା ବ୍ଲକ ଜାଗିଲି ଡେଙ୍ଗାପଦର ଜି ପି ର ଡେଙ୍ଗାପଦର ଓ ମର୍ଦରାଜପୁର ଉଭୟ ଗ୍ରାମବାସୀଙ୍କ ତରଫରୁ ନିର୍ମାଣ ହେବାକୁଥିବା ରାମ ମନ୍ଦିର ପାଇଁ ଗତ 25 ତାରିଖ ଡେଙ୍ଗାପଦର ଗ୍ରାମର ଗୋପୀନାଥ ମନ୍ଦିର ରେ ଆ ର ଏସ୍ ଏସ୍ ଘୁମୁସର ଜିଲା ମୁଖ୍ୟ ସଂଯୋଜକ ସିବାରମ ଜେନା ଙ୍କ ଉପସ୍ଥିତିରେ ଏକ ସଭା ଜରିଆରେ47 ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଥିଲା ।ଏହି କମିଟି ମାନେ 3 ଦିନ ମଧ୍ୟରେ ପଞ୍ଚାୟତ ବାସି ଙ୍କ ଠାରୁ ନିଧିସଂଗ୍ରହ କରିଥିଲେ ।ଏହିପରି ଭାବେମୋଟ 34ହଜାର4ସହ20 ଟଙ୍କା ସଂଗ୍ରହ ହୋଇଥିଲା ସଂଗ୍ରହକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ କାମଦେବ ପ୍ରଧାନ,ସହପ୍ରମୁଖ ଦୀନବନ୍ଧୁ ନାୟକ, କୋସାଧକ୍ଷ କୃଷ୍ଣଚରଣ ପଟନାୟକ ,ପୋଲସରା ର ସୀମାଞ୍ଚଳ ସାହୁ ମିଶି ଉକ୍ତ ଅର୍ଥକୁ ନିଧିସଂଗ୍ରହ କାରୀ ଚାର୍ଜ ରେଥିବା ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।ଏହି ଅର୍ଥ ରାମ ମନ୍ଦିର କୁ ପ୍ରଦାନ କରିଥିବରୁ ଗ୍ରାମ ବାସି ବହୁତ ଖୁସି ହୋଇଥିବା ଜାଗିଲି ଡେଙ୍ଗାପଦର ଜି ପି ରଲୋକମାନେ କହିଛନ୍ତି ।