Odisha news

ରାଜରାସ୍ତାରେ ପୋଲିସ : ବାଲିକୁଦାରେ କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନିତ

0

ଜଗତସିଂହପୁର :କରୋନା ପାଇଁ ସରା ଦେଶ ଲକ ଡାଉନ ।ବଜାର ଘାଟ ସବୁ ବନ୍ଦ ।କାମ ଧନ୍ଧା ସବୁ ଠପ ।ଫଳରେ ଲୋକେ ଘରେ ରହୁଥିବା ବେଳେ ରାଜରାସ୍ତାରେ ପୋଲିସ ।ଏହି ପୋଲିସ କର୍ମଚାରୀମାନେ ଦିନ ରାତି ଅଳ୍ଲାନ୍ତ ପରିଶ୍ରମ କରି ରାଜରାସ୍ତାରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡା ହୋଇ ଲୋକମାନଙ୍କୁ ସଚେତନ କରାଉଛି ।ତେଣୁ ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ବ୍ୟବସ୍ଥାକୁ ଠିକ ଭାବରେ କରାଯାଉଥିବାରୁ ବହୁ ସଂଗଠନ ପକ୍ଷରୁ ପୋଲିସକୁ ସାଧୁବାଦ ମିଳିଛି ।ଏହି କ୍ରମରେ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ବାଲିକୁଦା ପୋଲିସ ପ୍ରଶାସନକୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି ।ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତି ବାଲିକୁଦା ତାନାରେ ପହଞ୍ଚି ଏସଆଇ ନିଲମ ସୋରେନ,ଏଏସଆଇ ସୁରେନ୍ଦ୍ର ଦାଶ,ନିତ୍ୟାନନ୍ଦ ସ୍ୱାଇଁ,କନେଷ୍ଟବଲ କୈଳାସ ଚନ୍ଦ୍ର ଭୋଇ,ସରୋଜ ସେଠୀ,ରଞ୍ଜୀତା ଦାସ ପ୍ରମୁଖ ଅନ୍ୟ ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧୀତ କରିଥିଲେ ।ପରେ ବାଲିକୁଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମୁଖ୍ୟ ଚିକିସôକ ଦାକ୍ତର ହିମାଂଶୁ ଶେଖର ସାହୁ,ଡାକ୍ତର ଦିବ୍ୟ ପ୍ରକାଶ ବାରିକ,ମଧୁସ୍ମିତା ଦାଶ,ପିଏଚଇଓ ସସ୍ମିତା ମହାପାତ୍ର ନପ୍ରମୁଖ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧୀତ କରିଥିଲେ ।ପରେ ଶ୍ରୀ ମହାନ୍ତି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଯାଇ କଲ୍ୟାଣ ସୌରଭ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ତହସିଲର ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ଓ ଅନ୍ୟାନ୍ୟ କର୍ମଚାରିଙ୍କୁ ସମ୍ମାନିତ କରିଥିଲେ ।ଏହି କାର୍ଯ୍ୟରେ ବିଜେପି ଜିଲ୍ଲା ଉପସଭାପତି ନିର୍ଲିପ୍ତ ଜେନା,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା ଜିଲ୍ଲା ସାଧାରଣ ସଂପାଦକ ମୋହିତ ମହାନ୍ତି,୨ନଂ ଜୋନ ମଣ୍ଡଳ ସଭାପତି ଦିଲିପ ରାଉଳ,୩ନଂ ଜୋନ ମଣ୍ଡଳ ସଭାପତି ସୌଭାଗ୍ୟ ମୁଦୁଲି,କ୍ଷେତ୍ର ମୋହନ ସାହୁ,ଟୁକୁନା ରାଉତ,ହରେକୃଷ୍ଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply