ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲାପାଳ ଓ କଟକ ଜିଲ୍ଲା କୋଭିଡ୍ -୧୯ର ପର୍ଯ୍ୟବେକ୍ଷକ ଆଜି ପୂର୍ବାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଥିବା କୋଭିଡ-୧୯ କରେଣ୍ଟାଇନ୍ ଗୃଡ ପରିଦର୍ଶନ କରି ଫେରିଯାଇଛନ୍ତି । ପ୍ରକାଶ ଯେ ଓଡିଶା ବାହାରେ ପ୍ରବାସୀ ଓଡିଆ ମାନଙ୍କ ଆସନ୍ତା ୩ତାରିଖ ପରେ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ଓଡିଶାକୁ ଫେରିବା ପାଇଁ ପଞ୍ଜିକୃତ କରିଥିବା ପ୍ରବାସୀ ଓଡିଆମାନଙ୍କ ପାଇଁ ୧୪ଦିନିଆ କ୍ୱରେଣ୍ଟିନ୍ରେ ରହିବେ । ଏଥିପାଇଁ ଓଡିଶା ସରକାରଙ୍କ ନିଦେ୍ର୍ଦଶରେ ପ୍ରତି ପଞ୍ଚାୟତରେ କ୍ୱାରେଣ୍ଟିନ୍ ଗୃହ ଖୋଲାଯାଇଛି । ଏହି କ୍ୱାରେଣ୍ଟିନ୍ ଗୃହକୁ ଆଜି ଦିବା ୧୨ଟା ସମୟରେ କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚଇନୀ ଓ କଟକ ଜିଲ୍ଲା କୋଭିଡ୍ -୧୯ର ପର୍ଯ୍ୟବେକ୍ଷକ ଶୁଶାନ୍ତ ମହାପାତ୍ର , ଉପଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରମୁଖ ନିଶ୍ଚିନ୍ତକୋଇଲି ବ୍ଳକ୍ ଓ ରାମକୃଷ୍ଣପୁର ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କୋଭିଡ-୧୯ ପାଇଁ ହୋଇଥିବା କରେଣ୍ଟ୍ାଇନ୍ ସେଣ୍ଟର ବୁଲିଦେଖିବା ସହ ନିଶ୍ଚିନ୍ତକୋଇଲି ବ୍ଲକ୍ର ଗୋଦାମ ଗୃହକୁ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ ଗୃହରେ କେବଳ ବହିରାଗତ ମହିଳାମାନେ ରହିବେ ବୋଲି ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ପରେ ଜିଲ୍ଲାପାଳ ଓ ପର୍ଯ୍ୟବେକ୍ଷକ ନିଶ୍ଚିନ୍ତକୋଇଲି ପଞ୍ଚାୟତରରେ ହୋଇଥିବା କରେଣ୍ଟିନ୍ ଗୃହ ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟ, କଟିକଟା ପଞ୍ଚାୟତର ରାଧାମୋହନ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ଗୃହକୁ ପରିଦର୍ଶନ କରିଥିଲେ । କ୍ୱାରେଣ୍ଟିନ୍ରେ ଗୃହରେ କ୍ୱାରେଣ୍ଟିନ୍ରେ ରହିବା ଲୋକମାନଙ୍କ ପାଇଁ ବେଡ୍ର ସାମାଜିକ ଦୂରତା ରକ୍ଷା କରିବା, ବଦୁ୍ୟତ, ପାନୀୟଜଳ, ଶୌଚାଳୟର ବ୍ୟବସ୍ଥା କିପରି ଅଛି ତାହା ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାର୍ଦ୍ଦାର, ତହସିଲଦାର ଜିତେନ୍ଦ୍ର କୁମାର ପାତ୍ର, ବ୍ଲକ୍ ଅଧ୍ୟକ୍ଷା ସବିତା ଓଝା, ନିଶ୍ଚିନ୍ତକୋଇଲି ସରପଞ୍ଚ ରବିନ୍ଦ୍ର ସେଠୀ, କଟିକଟା ସରପଞ୍ଚ ମାନସ୍ମୀତା ପଣ୍ଡା, ରାମକୃଷ୍ଣ ସରପଞ୍ଚ ମନୋରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।