Odisha news

ବାଙ୍କୀ : ବରପୁଟରେ ସ୍ୱାବ ସଂଗ୍ରହ, ବିଧାୟକ ସ୍ୱାବ ନମୁନା ଦେଲେ

0

ବାଙ୍କୀ : ଭୟଙ୍କର କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଆଗରୁ ନିଆଯାଉଛି । ଏପରିକି ଲକଡ଼ାଉନ ସମୟରେ ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତିମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନମୁନା ପଠା ଯାଉଥିବା ବେଳେ ବାଙ୍କୀ ବ୍ଲକର ବରପୁଟ ପଞ୍ଚାୟତରେ ପଶ୍ଚିମ ବାଙ୍କୀର ବିଭିନ୍ନ ପଞ୍ଚାୟତରୁ ୨୫୦ଜଣ ଆସିଥିଲେ । ସେମାନେ ପ୍ରଥମେ ନାମ ପଞ୍ଜିକରଣ କରି ଜଣକ ପରେ ଜଣେ ସ୍ୱାବ ଦେଇଥିଲେ । ସୁବର୍ଣ୍ଣପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତରଙ୍କ ସମେତ କଟକରୁ ଏକ ଡ଼ାକ୍ତରୀଦଳ ଆସିଥିଲେ । ପ୍ରଥମେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲଶ । ସମସ୍ତେ ଧାଡ଼ିରେ ଆସି ସାମାଜିକ ଦୂରତ୍ୱ ରକ୍ଷା କରି ନାମ ପଞ୍ଜିକରଣ କରି ସ୍ୱାବ ପରୀକ୍ଷା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ । ବିଶେଷ କରି ପଶ୍ଚିମବଙ୍ଗରୁ ବହୁ ବ୍ୟକ୍ତି ଆସିଥିବାର ଦେଖା ଯାଇଛି । ବାଙ୍କୀ ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନା, ତହସିଲଦାର ପଦ୍ମ ଚରଣ ସାହୁ, ନିଜେ ଉପସ୍ଥିତ ରହିଥିଲେ । ବାଙ୍କୀ ବିଡ଼ିଓ ପ୍ରଭାତ କୁମାର ସାହୁ ଶିବିରକୁ ତଦାରଖ କରୁଥିବାବେଳେ ସହଯୋଗ କରିଥିଲେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ବେହେରା, ଗ୍ରାମ ରୋଜଗାର ସେବକ କୀର୍ତ୍ତି ରଂଜନ ପ୍ରଧାନ, ସମାଜସେବୀ ବିଜୟ ପ୍ରତିହାରୀ, ସଦାଶିବ ଦାସ ଓ ଆଇନଜୀବି ଜୟ ପ୍ରକାଶ ମିଶ୍ର । ପଶ୍ଚିମବଙ୍ଗରୁ ଫେରିଥିବା ବ୍ୟକ୍ତିମାନେ ନିଜଆଡ଼ୁ ନିଜେ ପହଞ୍ଚô ସ୍ୱାବ ଟେଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ବାଙ୍କୀ ବ୍ଲକର ବରପୁଟରେ ହୋଇଥିବାରୁ ସହଜରେ ପଶ୍ଚିମ ବାଙ୍କୀ ଲୋକେ ଯାଇ ସ୍ୱାବ ସଂଗ୍ରହରେ ସହଯୋଗ କରିଥିଲେ ।

Leave A Reply