Odisha news

କାହିଁକି ପାକିସ୍ତାନ ପିଓକେ କୁ ସ୍ୱତନ୍ତ୍ର ସ୍ୱାୟତ୍ତ ଦେଇଛି : ପିଓକେ ର ଯଦି ସ୍ୱତନ୍ତ୍ର ସରକାର ଓ ଅଲଗା ସୁପ୍ରିମ କୋର୍ଟ ରହିଛି ତେବେ ତାହା ପାକିସ୍ତାନ ର କିଭଳି ?

 POK ସବୁବେଳେ ପାକିସ୍ତାନର ବୋଲି ପାକିସ୍ତାନ  ଦାବି କରି ଆସୁଥିଲେବି ଭାରତ ଏହାକୁ ଗ୍ରହଣ କରିପାରି ନଥାଏ, ଏହା ପଛରେ ରହିଛି ଅନେକ କାରଣ ?

0

POK କଣ ପ୍ରଥମେ ଜାଣିବା ଜରୁରୀ , POK ର ୨ଟି ଆଡମିନିଷ୍ଟ୍ରେଟିଭ ୟୁନିଟ ରହିଛି, ଗୋଟିଏ ହେଉଛି କାଶ୍ମୀର ଓ ଅନ୍ୟଟି ଗିଲଗୀତ ବାଲ୍ଟିସ୍ଥାନ l ପାକିସ୍ତାନ ଅଧିକୃତ କାଶ୍ମୀର କୁ ପାକିସ୍ତାନ ସ୍ୱାୟତ୍ତ ଅଂଚଳ ଭାବରେ ଗ୍ରହଣ କରିଛି, ଏବଂ ଦାବି କରିଥାଏ ସେ ତାର ରାଜନୈତିକ ନିଷ୍ପତି ରେ ଦଖଲ ଦେଇନଥାଏ, ଅନ୍ୟ ପକ୍ଷରେ ଗିଲାଗିତବ୍ଳତିଷ୍ଠାନ ନିକଟରେ ସୀମିତ ଅଟୋନମି ରହିଛି, ଏବଂ ଏହି ଅଂଚଳ ସାମରିକ ସ୍ତରରେ ଖୁବ ମୁଖ୍ୟ ଅଟେ, ଏହା ସହିତ ଏହା ଚୀନ ପାକିସ୍ତାନ ଇକୋନମି କରିଡର ଦେଇ ଯାଇଛି ତେଣୁ ପାକିସ୍ତାନ ର ସିଧା ସଳଖ କଣ୍ଟ୍ରୋଲ ଜରୁରୀ ଅଟେ l

କାହିଁକି ପାକିସ୍ତାନ ପିଓକେ କୁ ସ୍ୱତନ୍ତ୍ର ସ୍ୱାୟତ୍ତ ଦେଇଛି –
ଭାରତ ଲଗାତାର ଭାବରେ ପିଓକେ ଉପରେ ପାକିସ୍ତାନ ର ଅବୈଧ ଅଧିକାର ର ମୁଦା ଉଠାଇବା କୁ ଯାଇ ନିଜର ଦାବି କରି ଆସିଥାଏ, ପାକିସ୍ତାନ ପିଓକେ ଉପରେ ଅଧିକାର କରିଛି କିନ୍ତୁ ତାହା ଅସ୍ଥାୟୀ ଅଟେ l ବିବାଦୀୟ ଅଂଚଳ ହୋଇଥିବା କାରଣରୁ ସେ ଏହି ସ୍ଥାନର ବିକାଶ ଉପରେ ଧ୍ୟାନ ଦେଇନଥାଏ l ପାକିସ୍ତାନ pok ଉପରେ କବଜା ତ କରିନେଇଛି କିନ୍ତୁ ସେ ଠିକ ଭାବରେ ଜାଣିଚି ଯେ ଏହା ଉପରେ ଅଧିକାର ରଖିପାରୁନି l

ଏମିତିରେ ଦେଖିବାକୁ ଗଲେ pok ପାକିସ୍ତାନ ର ଅଂଚଳ ନୁହେଁ, ଏହା ପାକିସ୍ତାନ ମଧ୍ୟ ଜାଣିଚି, ପାକିସ୍ତାନ ସମ୍ବନ୍ଧିତ ଦେଶ କୁ ଚାରିଭାଗ କରାଯାଇଛି, ପଞ୍ଜାବ, ସିନ୍ଧ, ବଲୁଚିସ୍ତାନ ଓ ଖେବାର ପଖତୁନଖ୍ବା , ପାକିସ୍ତାନ ଅକୂପାଏଡ଼ କାଶ୍ମୀର ଏଥିରେ ଶାମିଲ ନାହିଁ l ପାକିସ୍ତାନ ର ସଂସଦ ରେ ମଧ୍ୟ ଏହାର କୌଣସି ରିପ୍ରେଜେଣ୍ଟେଟେସନ ନାହିଁ l

ଯେଉଁ ପିଓକେ କୁ ପାକିସ୍ତାନ କହୁଛି ତାର, ଯାହାକି ପାଖାପାଖି ୧୩ ହଜାର କିଲୋମିଟର ରେ ପରିବ୍ୟାପ୍ତ ଏବଂ ଏଠାକାର ଜନସଂଖ୍ୟା ୪୦ ଲକ୍ଷରୁ ଉର୍ଧ୍ଵ ସେଠାକାର ରାଜନୈତିକ ଢାଞ୍ଚା ସମ୍ପୂର୍ଣ ଅଲଗା, ଯେଉଁଠି ଜଣେ ଅଲଗା ପ୍ରଧାନମନ୍ତ୍ରୀ ଙ୍କ ଶାସନ ରହିଛି, ଏପରିକି ପିଓକେ ନିର୍ଧାରଣ କରିଥାଏ ଯେ ସେଣ୍ଟର ରେ କିଏ ପ୍ରଧାନମନ୍ତ୍ରୀ ହେବ l ଏବଂ ଏଭଳି ମଧ୍ୟ ହୋଇଥାଏ ଯେ ପାକିସ୍ତାନ ସୁନିଶ୍ଚିତ କରିଥାଏ ଯେ କେବଳ ସେହି ଲୋକମାନେ ମତଦାନ ରେ ଅଂଶ ଗ୍ରହଣ କରିବେ ଯେଉଁମାନେ ପାକିସ୍ତାନ ସରକାରଙ୍କୁ ସପୋର୍ଟ କାରୁଥିବେ l ପିଓକେ କୁ ୧୪ ଜଣ ବିଶିଷ୍ଟ କାଉନସିଲ ପରିଚାଳନା କରନ୍ତି, ଯାହା ଉପରେ ଇସ୍ଲାମାବାଦ ର ନିୟନ୍ତ୍ରଣ ରହିଥାଏ l

ପିଓକେ ରେ ମଧ୍ୟ ଗୋଟିଏ ସୁପ୍ରିମ କୋର୍ଟ ରହିଛି, ଏବଂ ଗୋଟିଏ ହାଇକୋର୍ଟ ମଧ୍ୟ ରହିଛି l ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ ପିଓକେ ଉପରେ ପାକିସ୍ତାନ ନିଜର ଆଧିପତ୍ୟ ଜାହିର କାରି କରିଆସୁଛି ପାକିସ୍ତାନ ସମ୍ବିଧାନ ୧ ର ନିୟମ ଅନୁସାରେ ଏଠାକାର ଲୋକେ ସାଧାରଣ ନିର୍ବାଚନ ରେ ଭାଗ ନେଇପାରିବେ ନାହିଁ l

ପିଓକେ ପାକିସ୍ତାନ ର ସେହି ଅଂଶ ଯେଉଁଠି ଆତଙ୍କବାଦୀ ଙ୍କୁ ଟ୍ରେନିଂ ଦିଆଯାଇଥାଏ, ଏଠାରେ ବେକାରୀ ଯୁବକ ଙ୍କୁ ମିଲିଟାରୀ ଟ୍ରେନିଂ ଦିଆଯାଇ ଭାରତ ବିରୁଦ୍ଧରେ ଆତଙ୍କ ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଏ l ପିଓକେ ର ଲୋକେ ଅନେକ ଥର ଦାବି କରି ଆସୁଛନ୍ତି ଯେ ପାକିସ୍ତାନ ସରକାର ଏଠାରୁ ନିଜ ସେନା ହଟାଇ ନିଅନ୍ତୁ  l

କିନ୍ତୁ ଭାରତର ମନଭାଵ ସର୍ବଦା ପିଓକେ ପ୍ରତି ନରମ ଅଟେ, ଯେଉଁଠି ପାକିସ୍ଥାନ ସରକାର ପିଓକେ କୁ ନିଜଠାରୁ ଅଲଗା ଓ ଗୋଟିଏ ବିଦେଶୀ ରାଷ୍ଟ୍ର ଭାବି ଥାଆନ୍ତି ସେହିଠାରେ ଭାରତ ପିଓକେ ର ଜନସାଧାରଣ ଙ୍କୁ ଗୋଟିଏ ଭଲ ଜୀବନ ଦେବାକୁ ସବୁବେଳେ ଦାବି କରିଆସୁଛି l

Leave A Reply