ପଞ୍ଜାବ ନେସନାଲ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,ନିଜ ଗ୍ରାହକ ମାନଙ୍କୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା
ନୂଆଦିଲ୍ଲୀ : ଆମ ଦେଶରେ ଥିବା ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦିଆ ଯାଉଛି l ଏହି ବ୍ୟାଙ୍କ ଗୁଡିକ ନିଜ ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି l ଅଧିକାଂଶ ସମୟ ଦେଖିବାକୁ ମିଳୁଛି ଗ୍ରାହକ ମାନେ ଲୋନ ପାଇବା ପାଇଁ ଅଧିକାଂଶ ଅସୁବିଧା ର ସମୁଖୀନ ହେଉଛନ୍ତି l ଏପରି ସ୍ଥିତିରେ ଆପଣ ଯଦି ପଞ୍ଜାବ ନେସନାଲ ବ୍ୟାଙ୍କ ର କଷ୍ଟମର ଅଟନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର l ଯଦି ଆପଣ ପିଏନବି ବ୍ୟାଙ୍କ ର ଗ୍ରାହକ ତେବେ ଆପଣଙ୍କୁ ଏମର୍ଜେନ୍ସୀ ରେ ପଇସାର ଆବଶ୍ୟକତା ରହିଛି ତେବେ ବ୍ୟାଙ୍କ ଆପଣଙ୍କ ପାଇଁ ସ୍ପେଶାଲ ସୁବିଧା ଆଣିଛି l ବର୍ତମାନ ବ୍ୟାଙ୍କ ତାର ଗ୍ରାହକ ମାନଙ୍କୁ ଖୁବ ସହଜ ରେ ୮ ଲକ୍ଷ ଟଙ୍କା ର ସୁବିଧା ଦେବ l ଏହି ସୁବିଧାକୁ ବ୍ୟାଙ୍କ ପକ୍ଷରୁ ଟୁଇଟ କରି ତାର ପ୍ରୋସେସ ବିଷୟରେ କୁହା ଯାଇଛି l
ପିଏନବି ର ଟୁଇଟର ଆକାଉଣ୍ଟ ରେ ଲେଖା ହୋଇଛି ଯେ ” ବର୍ତମାନ ବ୍ୟାଙ୍କ ରୁ ଲୋନ ନେବା ସେତିକି ସହଜ ହେଲା, ଯେତିକି ଖାଇବା ଅର୍ଡର କରିବାରେ ହୋଇଥାଏ l ଯଦି ଆପଣ କମ ଋଣ ହାରରେ ପର୍ଶନଲ ଲୋନ ଚାହୁଁଛନ୍ତି ତେବେ ପଞ୍ଜାବ ନେସନାଲ ବ୍ୟାଙ୍କ ର ଇନ୍ସଟା ଲୋନ ପାଇଁ ଆବେଦନ କରନ୍ତୁ l ଅଧିକ ତଥ୍ୟ ହାସଲ ପାଇଁ ଆପଣ tinyurl.com/t3u6dcnd ଲିଙ୍କ ଉପରେ କ୍ଲିକ କରନ୍ତୁ “l
କିପରି ଉଠାଇବେ ଏହାର ଲାଭ :-
– ପିଏନବି ର ଲାଭ ଉଠାଇବା ପାଇଁ ଗ୍ରାହକ ମାନେ କେନ୍ଦ୍ର ସରକାର,ରାଜ୍ୟ ସରକାର କିମ୍ବା ପିଏସୟୁ କର୍ମଚାରୀ ହୋଇଥିବା ଆବଶ୍ୟକ l
– ଏହି ଲୋନ ର ସୁବିଧା ବର୍ତମାନ ପାଇଁ ସବୁ ମୁହୂର୍ତ୍ତ ରେ ରହିଛି l
– ଏହି ସୁବିଧା ଅନୁସାରେ ଗ୍ରାହକ ମାନେ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇ ପାରିବେ l
– ଏଥିରେ ପ୍ରୋସେସିଂ ଫି ଜିରୋ ରହିବ l