ନୂଆଦିଲ୍ଲୀ : ଚୀନ୍ ନୂଆ ଦିଲ୍ଲୀ ରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟନି ବ୍ଲିଙ୍କନ୍ ସହିତ ଦଳାଇ ଲାମା ଙ୍କ ସାକ୍ଷାତ କୁ ନେଇ ଅନ୍ତରୀଣ ମାମଲାରେ ଦଖଲ ଦେବା ଦର୍ଶାଇଛି । ଭାରତ ଗସ୍ତରେ ଆସିଥିବା ଆମେରିକା ବିଦେଶ ମନ୍ତ୍ରୀ ବୁଧବାର ଦିନ ସକାଳେ ଦଳାଇ ଲମା ବ୍ୟୁରୋ ର ନିର୍ଦେଶକ ଙ୍କ ସହିତ ସାକ୍ଷାତ କରିଥିଲେ । ଯେଉଁଥିରେ ତିବ୍ବତ ହାଉସ ର ନିର୍ଦେଶକ ଙ୍କ ସହିତ ସାକ୍ଷାତ ହୋଇଥିଲା ।
ନୂଆଦିଲ୍ଲୀ ରେ ଦଳାଇ ଲାମା ଙ୍କ ପ୍ରତିନିଧି ଙ୍କ ସାକ୍ଷାତ କରିବାକୁ ନେଇ ଚୀନ୍ ଆମେରିକା ଉପରେ ଅସନ୍ତୋଷ ପ୍ରକାଶ କରିଛି । ବେଜିଂ ରେ ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ତିବ୍ବତ ସମ୍ପୂର୍ଣ୍ଣ ଭାବରେ ଚୀନ୍ ର ଅନ୍ତରୀଣ ମାମଲା , ଯାହାକୁ ନେଇ ବିଦେଶୀ ମାନେ ହସ୍ତକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ ।
ଏଥିରେ ଚୀନ୍ ପକ୍ଷରୁ କ୍ଷଭୋ ପ୍ରକାଶ କରାଯାଇ କୁହାଯାଇଛି ଯେ ଚୀନ୍ ଦଳାଇ ଲାମା ଙ୍କ ସହିତ ବିଦେଶୀ ମାନଙ୍କର କୌଣସି ସମ୍ପର୍କ କୁ ଚୀନ୍ ଆଦୌ ଗ୍ରହଣ କରୁନାହିଁ । ଏହା ଚୀନ୍ ପାଇଁ ଗୋଟିଏ ଆପତ୍ତିଜନକ କଥା । ଚୀନ୍ ପକ୍ଷରୁ କୁହାଯାଇଛି ଆମେରିକା ନିଜର ପ୍ରତିବଦ୍ଧତା ଉପରେ କାୟମ ରହିବା ଆବଶ୍ୟକ । ତିବ୍ବତ ବାହାନ ରେ ଚୀନ୍ ର ଅନ୍ତରୀଣ ମାମଲାରେ ଦାଖଲ ନଦେଉ । ଚୀନ୍ ନିଜର ହିତ ପାଇଁ ସବୁ ଜରୁରୀ ପଦକ୍ଷେପ ଉଠାଇ ପାରିବ ।
ଚୀନ୍ ଜଣାଇ ଦେବାକୁ ଚାହୁଁଛି ଯେ ସେ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଅଧିକାଂଶ ଅଂଶରେ ଭାରତର ସନପ୍ରଭୂତାକୁ ସ୍ବୀକାର କରୁ ନାହିଁ । ଭାରତ ଏହି ସାକ୍ଷାତକାର ଜରିଆରେ ଏହା ସନ୍ଦେଶ ଦେଇଛି ଯେ ଭାରତ ଚୀନ୍ ର ଅଭିଭାଜ୍ୟ ଅଂଶ ଭାବରେ ତିବ୍ବତ ର ବର୍ତ୍ତମାନ୍ ସ୍ଥିତି କୁ ମାନୁ ନାହିଁ ।

Comments are closed.