Odisha news

ବିଜେପି ର ସସାହାଣ୍ଡି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବୋରିଗୁମ୍ମା (କେ.ସାକିଲି ଦୋରା)— ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିଜାପୁର ଶିବ ମନ୍ଦିର ପରିସର ଠାରେ ବିଜେପି ର ସସାହାଣ୍ଡି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସସାହାଣ୍ଡି ବିଜେପି ମଣ୍ଡଳ ସଭାପତି ଜି.ରାଜା ରାଓ ଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରମେଶ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ମିଶ୍ର ଓ ସୁନିଲ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ସସାହାଣ୍ଡି ବିଜେପି  ମଣ୍ଡଳ ରେ ତୃଣ ମୂଳ ସ୍ତରରେ କିପରି ବିଜେପି ସୁଦୃଢ ହୋଇପାରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କରିଥିବା ବେଳେ ସସାହାଣ୍ଡି ମଣ୍ଡଳ ଅଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି ବୋଲି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଜେନା ଅଭିଯୋଗ କରିଥିଲେ।ଏଣୁ ଉପସ୍ଥିତ ସସାହାଣ୍ଡି ମଣ୍ଡଳ ର ୧୨ ଗୋଟି ପଞ୍ଚାୟତ ରୁ ଆସିଥିବା ବିଜେପି କର୍ମୀ ମାନଙ୍କୁ ବୁଥ ସ୍ତରରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଖଗେଶ୍ୱର ପୂଜାରୀ, ସସାହାଣ୍ଡି ମଣ୍ଡଳ ର ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Ad2

Comments are closed.