Odisha news

ପୈତୃକ ସମ୍ପତି ଟିକସ କଣ ? ଯାହାକୁ ନେଇ ସାମ ପିତ୍ରୋଡା କରୁଛନ୍ତି ଓକିଲାତି

0

ନୂଆଦିଲ୍ଲୀ : ଦେଶର ରାଜନୀତି ବର୍ତମାନ ମତଦାନ କୁ ନେଇ ସରଗରମ l ଠିକ ଏହି ସମୟରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ଅଧକ୍ଷ ସାମ ପିତ୍ରୋଡା ଙ୍କର ଗୋଟିଏ ବିବାଦିତ ବୟାନ ଆଲୋଚନା ର ବିଷୟ ପାଲଟିଛି l ଯେଉଁଥିରେ ସେ ଆମେରିକାର ପୈତୃକ ସମ୍ପତ୍ତିର ଓକିଲାତି କରିଛନ୍ତି l ସାମ ପିତ୍ରୋଡା ଙ୍କ ବୟାନ ସାମ୍ନାକୁ ଆସିବା ପରେ ଭାଜପା କଡା ସମାଲୋଚନା କରିଛି l

କଣ କହିଲେ ସାମ ପିତ୍ରୋଡା –
ଆମେରିକାର ଶିକାଗୋ ରେ ସାମ ପିତ୍ରୋଡା ନିଜ ଅଭିଭାଷଣ ରେ କହିଛନ୍ତି ‘ ଆମେରିକା ରେ ପୈତୃକ ସମ୍ପତି ରେ କର ଲାଗିଥାଏ, ଯଦି କାହା ପାଖରେ କୋଟି କୋଟି ଟଙ୍କାର ସମ୍ପତି ରହିଛି ତେବେ ତାର ମୃତ୍ୟୁ ପରେ ତା ସମ୍ପତି ର ମାତ୍ର ୪୫ ପ୍ରତିଶତ ତାର ସନ୍ତାନ ମାନଙ୍କୁ ମିଳିବ, ଏବଂ ୫୫ ପ୍ରତିଶତ ସରକାରୀ ଖାତା କୁ ଯିବ l ଏହା ଗୋଟିଏ ସୁନ୍ଦର ନିୟମ ଅଟେ, ଏହି ନିୟମ ଅନୁସାରେ ଆପଣ ନିଜ ପିଢ଼ିରେ କରିଥିବା ସମ୍ପତ୍ତିକୁ ଯିବା ସମୟ ରେ ଜନସାଧାରଣ ଙ୍କ ପାଇଁ ଛାଡିକି ଯିବେ l ଭାରତରେ ମଧ୍ୟ ଏହାକୁ ନେଇ ଚର୍ଚା ହେବା ନିହାତି ଜରୁରୀ l ‘

କଂଗ୍ରେସ ର ବୟାନ –
କଂଗ୍ରେସ ନେତା ଜୟରାମ ରମେଶ ନିଜ ସଫେଇ ରେ କହିଛନ୍ତି ଯେ ‘ ସାମ ପିତ୍ରୋଡା ଏହି ଦୁନିଆରେ ଅନେକ ଲୋକଙ୍କର ଗୁରୁ , ମିତ୍ର, ଦାର୍ଶନିକ ଓ ମାର୍ଗଦର୍ଶକ ଅଟନ୍ତି l ସାମ ପିତ୍ରୋଡା ପ୍ରତ୍ୟେକ କଥାରେ ମନଖୋଲି ନିଜର ରାୟ ଦିଅନ୍ତି l ଯାହାକୁ ନେଇ ସେ ସ୍ୱତନ୍ତ୍ର ଅଟନ୍ତି l ଏହାର ଅର୍ଥ ନୁହେଁ ସାମ ପିତ୍ରୋଡା ଙ୍କ ବିଚାର କଂଗ୍ରେସ ର ସ୍ଥିତିକୁ ଦର୍ଶାଉଛି l ଏହାକୁ ନେଇ ଏତେ ଅଧିକ ରାଜନୈତିକ ଆଲୋଚନା ହେବା ଆବଶ୍ୟକ ନୁହେଁ l ‘

ନିଜ ସଫେଇ ରେ ସାମ ପିତ୍ରୋଡା କହିଥିଲେ ‘ ମୋ କଥାକୁ ଭୁଲ ଭାବରେ ପରିବେଷଣ କରାଯାଇଛି l ମୁଁ ଗୋଟିଏ ବ୍ୟକ୍ତିଗତ ଆଲୋଚନା ରେ ଆମେରିକା ପୈତୃକ ସମ୍ପତ୍ତିର ଆଲୋଚନା କରିଥିଲି l  ଏହା କଂଗ୍ରେସ କିମ୍ବା ଅନ୍ୟ ଦଳକୁ ଆଲୋଚନା କରିବା ନୁହେଁ l

Leave A Reply