ପିପିଲି-ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥି ଆଜି ପିପିଲି ଏନଏସିରେ ତାଙ୍କ ସମର୍ଥକଙ୍କ ସହିତ ବାଇକ ରାଲିରେ ଯାଇ ୱାର୍ଡ କୁ ୱାର୍ଡ ଭୋଟ ଭିକ୍ଷା କରିଛନ୍ତି ।ପ୍ରଥମେ ପିପିଲି ବିଜେଡି କାର୍ଯ୍ୟାଳୟ ଠାରୁ ସକାଳ ୮ଘଟିକା ସମୟରେ ବାହାରୀ ପିପିଲି ଶାସନ,୨ନମ୍ବର ୱାର୍ଡ ହରିଜନସାହୀ,୩ନମ୍ବର ମୁସିଲିମ ବସ୍ତି, ୪ନମ୍ବର ବଣିଆ ସାହୀ ,ଗୋଳା ପୋଖରୀ ,ମା ଧନେଶ୍ୱରୀ ମନ୍ଦୀର ଓ ମା ଦୃର୍ଗାଙ୍କ ମଣ୍ଡପ ରାସ୍ତା ଦେଇ ପିପିଲି ଏନଏସିର ସମସ୍ତ ୱାର୍ଡ କୁ ୱାର୍ଡ ବୁଲି ଜୁନିୟର ମହାରଥି ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ ।
ତାଙ୍କ ଭୋଟ ପ୍ରଚାର ସମୟରେ ପ୍ରତି ୱାର୍ଡରେ ଜୁନିୟର ମହାରଥିଙ୍କୁ ଦେଖିବା ପାଇଁ ଭିଡ ଜମୁଥିବା ବେଳେ ପ୍ରତି ୱାର୍ଡରେ ଫୁଲମାଳ ଦେଇ ବିପୁଳ ସ୍ୱାଗତ କରିବା ସହିତ ଦହି,ସରବତ,ପଇଡପାଣି ଦେଇ ତାଙ୍କୁ ଆର୍ଶିବାଦ ଦେଇଥିଲେ ।
ତାଙ୍କ ସହିତ ପିପିଲି ଏନଏସି ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ତଥା ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ,ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ ପ୍ରମୁଖମାନେ ଉପସ୍ଥିତ ରହିଥିଲେ । ସେଠାରୁ ନୁଆଶାସନ ଓ ଜଗନ୍ନାଥପୁର ପଂଚାୟତକୁ ବିରାଟ ପଟୁଆରରେ ତାଙ୍କର ସମର୍ଥକ ମାନେ ଜୁନିୟର ମହାରଥିଙ୍କୁ ବାଇକ ରାଲିରେ ନେଇ ବିବିନ୍ନ ଗ୍ରାମ ପରିକ୍ରମ କରି ଭୋଟ ଭିକ୍ଷା କରିଥିଲେ ।
Comments are closed.