Odisha news

ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି କାର୍ଯ୍ୟକର୍ତା

ପିପିଲି-ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗ ପରେ ପିପିଲି ବିଧାନସଭା ଆସନ ପାଇଁ ଏପ୍ରିଲ୧୭ ତାରିଖରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସବୁ ଦଳ ପ୍ରଚାର ମୈଦାନୁ ଓହ୍ଲାଇ ସାରିଥିବା ବେଳେ ପିପିଲି ନିର୍ବାଚନ ମଣ୍ଡଳି କେତେକ ବିଜେପି କର୍ମକର୍ତା ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲି ହୋଇଛନ୍ତି । ବିଜୁ ଜନତା ଦଳରେ ସାମିଲି ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଶ୍ୱର ପ୍ରସାଦ ଦାଶ ମହାତାବ,ପୁର୍ବତନ ମହିଳା ମୋର୍ଚ୍ଚା ବ୍ଲକ ସଭାନେତ୍ରୀ ତଥା ୨୪ ନମ୍ବର ଜୋନ ବିଜେପି ଦଳର ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ମଞ୍ଜରୀ ମହାନ୍ତି,ଶଙ୍କର୍ଷଣ ସ୍ୱାଇଁ,ଧିରେନ୍ଦ୍ରନାଥ ଦଳେଇ,ଅଭିରାମ ବେହେରା ଓ ବୈକୁଣ୍ଠନାଥ ପାତ୍ର ପ୍ରମୁଖମାନେ ବିଜୁ ଜନତା ଦଳରେ ତେଇସିପୁର ପଂଚାୟତର ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କ୍ଷୁଦ୍ରନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ସହଯୋଗରେ ମନ୍ତ୍ରୀ ଶ୍ରୀଦାଶ ସେମାନଙ୍କୁ ବିଜୁ ଜନତା ଦଳର ଉତରୀୟ ପ୍ରଦାନ କରି ଦଳରେ ସ୍ୱାଗତ କରିଥିଲେ । ଅନ୍ୟପଟେ ବିଜେପି ଦଳ ଛାଡିଥିବା ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀଦାଶ ମହତାବ ପୁରୀ ଜିଲ୍ଲା ବିଜେପି ସଭାପତିଙ୍କ ଦଳ ବିରୋଧି କାର୍ଯ୍ୟ କଳାପକୁ ନେଇ ଆଜି ବିଜୁ ଜନତା ଦଳରେ ବିଧିବଧ ସାମିଲି ହୋଇଥିବା ସେ ଜଣାଇଛନ୍ତି ।

Comments are closed.