ପିପିଲି- ପିପିଲି ଦାଣ୍ଡମକୁନ୍ଦପୁର ସ୍ଥିତ ସଂସ୍କୃତି ଭବନ ତଥା ଜନ କଲ୍ୟାଣ ପାଠାଗାର ପରିସରରେ ଜାଗୃତି ସଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ଉକôଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ହେଉଥିବା ବେଳେ ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ଇଂ ରମେଶ ଚନ୍ଦ୍ର ଶତ୍ପଥି , ଶିକ୍ଷାବିତ୍ ବଳଭଦ୍ର ଦାସ,ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର ଏବଂ ସମାଜସେବୀ ଡା. ଭିକାରି ଚରଣ ଦାସ ପ୍ରମୁଖ ଯୋଗଦେଇଥିଲେ ।
ଅତିଥିମାନେ ଉକôଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଶ୍ରୀଯୁକ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମାଜସେବୀ ପ୍ରସନ୍ନ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ଶିକ୍ଷାବିତ୍ ଶ୍ରୀଯୁକ୍ତ ମିଶ୍ର ପଣ୍ଡିତ ଗୋପବନ୍ଧୁଙ୍କ କବିତାରେ ଜାତୀୟତା ବୋଧ , ସମାଜ ଦର୍ଶନ, ବୈଦିକ ସଂସ୍କୃତି ଓ ଜଗନ୍ନାଥ ଚେତନା ଉପରେ ଆଲୋକପାତ କରିଥିଲେ ।
ଏଥିସହ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ ଓ ନିସ୍ୱର୍ଥପର ସମାଜସେବା ଉପରେ ଯୁବପିଢୀ ଅନୁପ୍ରାଣିତ ହେବାପାଇଁ ଅତିଥିମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ସଂଗୀତ ଗୁରୁ ଅଧ୍ୟାପକ ଡଃ ସଚିକାନ୍ତ ନାୟକଙ୍କ ନିଦେ୍ର୍ଦଶନାରେ ଗୋପବନ୍ଧୁଙ୍କ କବିତାବଳୀର କେତକ ସଂଗୀତକୁ ନେଇ ସଂଗୀତ ସମାରୋହର ଆୟୋଜନ ହୋଇଥିଲା ।
ବନ୍ଦୀ ଜୀବନରେ ଦରଦୀ କବି ଗୋପବନ୍ଧୁଙ୍କ ସ୍ୱଲିଖିତ ଲୋକପ୍ରିୟ ଦେଶାତ୍ମବୋଧ ଓ ଅଧ୍ୟାତ୍ମିକ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ସ୍ଥାନୀୟ କଳାକାର ସଂପଦ ମହାପାତ୍ର, ସଂବିତ ମହାନ୍ତି, ସନ୍ତୋଷ ମହାରଣା, ସଂଯୁକ୍ତା ମହାପାତ୍ର ପ୍ରମୁଖ ସାମିଲ ହୋଇ ମନଛୁଆଁ ସଂଗୀତ ଗାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳନାକାରୀ ଶ୍ରୀମାନ ବଂଶୀଧର ସାହୁଙ୍କ ସମେତ ପ୍ରଭାତ ବେହେରା, ବାପୁ ବେହେରା, ଜୀବନଜୟ ରାଉତରାୟ, ଦୀପକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।