ଖଲ୍ଲିକୋଟ–୦୯/୧୦–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ପୋଲିସ ଚଢ଼ାଉ କରି ଆଜି ୪ କୁଇଣ୍ଟାଲ ଭାଙ୍ଗ ସହ ମହୀନ୍ଦ୍ର ଯାଇଲୋ ଗାଡ଼ି ଜବତ କରିଥିବା ବେଳେ ଡ୍ରାଇଭର କୁ ଗିରଫ କରିଥିବା ଜଣାପଡିଛି ।ଆଜି ସକାଳେ ଆସିକା ରୁ ପୁରୀ ଅଭିମୁଖେ ଯାଉଥିବା ଏକ ମହୀନ୍ଦ୍ର ଯାଇଲୋ ଗାଡ଼ି ନମ୍ବର ଓଆର୧୩ଏଚ୬୩୪୧ ରେ ଚୋରା ଭାଙ୍ଗ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, କନେଷ୍ଟବଳ ସୀମାଦ୍ରୀ ପ୍ରଧାନ, ସୁଦର୍ଶନ ଜେନା ପ୍ରମୁଖ ଚଢ଼ାଉ କରିଥିଲେ ।ଗାଡି ରେ ୩କୁଇଣ୍ଟାଲ ୯୯ କେଜି ଭାଙ୍ଗ ଥିବା ଜାଣିବାକୁ ପାଇଥିଲେ ।ଗାଡି ସହ ଭାଙ୍ଗ କୁ ଜବତ କରି ଫାଣ୍ଡି କୁ ଆଣିଥିବା ବେଳେ ଡ୍ରାଇଭର ପୁରୀ ବେହେରା ସାହି ର ଶ୍ୟାମ ବେହେରା(୩୬)କୁ ଗିରଫ କରିଥିଲେ ।ଏ ସମ୍ପର୍କରେ ଥାନା କେସ ନମ୍ବର ୪୩୪/୨୦୨୦ ଅନୁସାରେ ଏକ ମକଦ୍ଦମା ରୁଜୁ ହୋଇଛି ।
