Odisha news

ପିପିଲିରେ ୩୦୦ ଜଣଙ୍କୁ ସ୍କୁଲ ଓ ବିଭିନ୍ନ ଆଶ୍ରୟସ୍ଥଳେ ରଖାଯାଇଛି : ଏବିଡିଓ

0

ପିପିଲି-ପିପିଲି ବ୍ଲକରେ ଦୟା ଓ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରଭାହିତ ହୋଇଛି । କଣ୍ଟି ଓ ମାଧିପୁର କାଜରେ ବନ୍ୟା ପାଣି ମାଡି ପିପିଲି ବ୍ଲକର ଭାରତୀପୁର,ପୋପରଙ୍ଗା ,ହାଟସାହୀ, କଣ୍ଟି ପଂଚାୟତରେ ବ୍ୟାପକ ପ୍ରଭାବ ପକାଇଛି । ଯାହା ଦ୍ୱାରା ରାସ୍ତା ଘାଟ ବୁଡିଯିବା ସହିତ ଗାଁ ଦାଣ୍ଡରେ ପାଣି ପସି ବୁଡି ରହିଛି ।

ପିପିଲି ଜଟଣି ରାସ୍ତା ରେ ଯୋଗାଯୋଗ ବିଛିନ୍ନ ରହିଛି । ବନ୍ୟା ପାଣି ଦ୍ୱାରା ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ଗୃହ ପାଳିତ ପଶୁ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜୀବନ ଚଳ ପ୍ରଚଳରେ ବ୍ୟାଘାତ ଲାଗିଛି । ହଜାର ହଜାର ହେକ୍ଟର ଧାନ ଫସଲ ପାଣିରେ ବୁଡି ଯାଇଛି ।

ବନ୍ୟା ପାଣି ମାଡିଯିବାରୁ ଭାରତୀପୁର ପଂଚାୟତ ବାଘେଶ୍ୱରପୁର ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ୧୫୦ ଜଣ ଓ କଣ୍ଟି ପଂଚାୟତ ଅଧିନସ୍ଥ ଏନସିସି ସେଣ୍ଟର ଠାରେ ୫୨ ଜଣ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଆଶ୍ରୟ ଦିଆଯାଇଥିବା ସୁଚନା ମିଳିଛି । ସେମାନଙ୍କୁ ବ୍ଲକ ପ୍ରଶାସନ ନିଦେ୍ଦର୍ଶରେ ପଂଚାୟତ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ପିପିଲି ବ୍ଲକ ଏବିଡିଓ ଶୈଳବାଳା ତ୍ରିପାଠୀ ସୁଚନା ଦେଇଛନ୍ତି । ସେହୀପରୀ ପିପିଲି ବ୍ଲକ ଅଧିନସ୍ଥ ଭାର୍ଗବୀ ନଦୀରେ ପଡିଥିବା ଘଳିଆ ସ୍ଥାନ ଗୁଡିକ ବିଧାୟକ ପ୍ରଦୀପ ମହାରଥି ପରିଦର୍ଶନ କରି ଦେଖିଥିଲେ ।

ଜଳସେଚ ବିଭାଗ ଅଧିକାରୀ ମାନଙ୍କ ସହିତ ଘଳିଆ ସ୍ଥାନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ପରିଦର୍ଶନ ସମୟରେ ତାଙ୍କ ସହିତ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧୀ ଆର୍ତବନ୍ଧୁ ସାମନ୍ତରାୟ,ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧୀ ସଦାଶିବ ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ ।

Nalco
Leave A Reply