Odisha news

ପିପିଲି ପୁଲିସ ପକ୍ଷରୁ ସଫଳ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

0

ପିପିଲି… ପୁରୀ ସ୍ଥିତ ରେଳବାଇ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଥିବା ଜିଲା ସ୍ତରୀୟ ଟାଏକୁଣ୍ଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ସଫଳତା ଆଣି ଦେଇଥିବା ପ୍ରତିଯୋଗୀ ଙ୍କୁ ପିପିଲି ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଥାନା ପରିସରରେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଗକୁ ଆହୁରି କିପରି ଭଲ ପ୍ରତିଭା ପ୍ରଦର୍ଶନ କରି ରାଜ୍ଯ ସ୍ତରରେ ଅଂଶ ଗ୍ରହଣ କରି ଅଞ୍ଚଳର ସୁନାମ ରଖିବେ ସେଥିପାଇଁ ନିଜ କ୍ରୀଡା ଅନୁଭୂତି ପ୍ରକାଶ କରି ଉତ୍ସାହିତ କରିଥିଲେ. ଏହା ସହିତ ପିପିଲି ଟାଏ କୁଣ୍ଡ ଏକାଡେମୀ ର କୋଚ୍ ନୃସିଂହ ସିଂହ ଏବଂ ସଭାପତି ପ୍ରଦ୍ୟୁମ୍ନ ପ୍ରଧାନ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ. ସୂଚନା ଥାଉ କି ଉକ୍ତ ଜିଲା ସ୍ତରୀୟ ପ୍ରତିଯୋଗିତା ରୁ 8 ଟି ଗୋଲ୍ଡ ଏବଂ 14 ଟି ସିଲଭର ପଦକ ହାସଲ କରି 22 ଜଣ ପ୍ରତିଯୋଗି ସଫଳତା ଆଣି ଦେଇଛନ୍ତି.  ନୂତନ ଭାବେ ଯୋଗ ଦେଇ ଥିବା ଇନ୍ସପେକ୍ଟର ଦୀପକ କୁମାର ଖଣ୍ଡାୟତରାୟ ଜଣେ ସଫଳ କ୍ରୀଡାବିତ୍. ସେ ତାଙ୍କ ସ୍କୁଲ୍ ଏବଂ କଲେଜ ପଢ଼ା ସମୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଅନେକ୍ ଗୁଡିଏ ସଫଳତା ହାସଲ କରିଥିବା ତାଙ୍କ ବକ୍ତବ୍ୟରେ କହି ଏହି ଶିଶୁ ପ୍ରତିଭା ମାନଙ୍କୁ ଆହୁରି ଅଧିକ ଉତ୍ସାହିତ କରିବା ପାଇଁ ଏପରି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

Nalco
Leave A Reply