Odisha news

ପିପିଲି ରେ ଇଣ୍ଡୋର କ୍ରିକେଟ ଏକାଡେମି ଉଦ୍ଘାଟିତ।

0

ପିପିଲି : ପିପିଲି ଅନ୍ତର୍ଗତ ସିଉଳା ଛକ ଠାରେ ଆର ଆର କେ ଇଣ୍ଡୋର କ୍ରିକେଟ ଏକାଡେମି ର ଉଦ୍ଘାଟନ ହୋଇଅଛି। ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃତିବାସ ପାଣିଗ୍ରାହୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, କଂଗ୍ରେସ ରାଜ୍ୟ ମୁଖପାତ୍ର, ନିଶିକାନ୍ତ ମିଶ୍ର,ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ତ ଏକାଡେମି କୁ ଉଦ୍ଘାଟନ କରିଥିଲେ।ଉଦ୍ଘାଟନ ସମୟରେ ପ୍ରତିଷ୍ଠାତା ବିଜୟ କୁମାର ପଣ୍ଡା,ରମାକାନ୍ତ ପଣ୍ଡା ଓ ପରିଚାଳକ ସୂର୍ଯ୍ୟକାନ୍ତ ପଣ୍ଡା ଙ୍କ ସମେତ ତାଙ୍କ ପରିବାର ସଦସ୍ୟ ମାନେ ଉପସ୍ଥିତି ଥିଲେ।ଏହି କ୍ରିକେଟ ଏକାଡେମି ରାଜ୍ୟର ଏକ ଅତ୍ୟାଧୁନିକ ଇଣ୍ଡୋର୍ ଷ୍ଟାଡିଅମ୍ ଅଟେ।ଏଠାରେ ପାଞ୍ଚ ବର୍ଷରୁ ଉର୍ଦ୍ଧ ପିଲାମାନେ ଅଭିଜ୍ଞ ପ୍ରଶିକ୍ଷକ ଦ୍ଵାରା କ୍ରିକେଟ୍ ପ୍ରଶିକ୍ଷଣ ନେଇ ପାରିବାର ବ୍ୟବସ୍ଥା ଅଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପିଲାମାନେ ଆସି ଏଠାରେ ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ଅଛି। ଏହା ଦ୍ବାରା ପିପିଲି ଅଞ୍ଚଳ ରେ କ୍ରିକେଟ ର ଅଧିକ ବିକାଶ ହୋଇ ପରିବା ବୋଲି ମତ ପ୍ରକାଶ ପାଇଛି।

Leave A Reply