Odisha news

ଚଣ୍ଡିଖୋଲ ବଜାର ରାସ୍ତାରେ ପୋଖରୀ ସଦୃଶ ଗାଡ : ଖାଲରେ ଧାନ ତଳି ରୋଇ ପ୍ରତିବାଦକଲେ ଲୋକେ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକ ଏକ ବ୍ୟସ୍ତ ବହୁଳ ସ୍ଥାନ ଭାବେ ଜଣାସୁଣା! ଏଠାରେ ତିନୋଟି ଜାତୀୟ ରାଜପଥ ପରସ୍ପରକୁ ସଞ୍ଜୋଗ କରିଛନ୍ତି! ଯେଉଁଥି ପାଇଁ ଏହି ଛକଟିରେ ପ୍ରତି ମୁହୂର୍ତ୍ତରେ ଶହଶହ ଗାଡିମଟର ଯାତାୟାତ କରିଥାଏ! ବହୁଳ ଗାଡି ଚଳାଚଳ ଯୋଗୁଁ ସଦା ସର୍ବଦା ଏହି ଛକ ଓ ସମଗ୍ର ବଜର ଅଞ୍ଚଳରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥାଏ! ଅତ୍ୟଧିକ ଗାଡି ଚଳିଚଳ ଯୋଗୁଁ ବଜର ଅଞ୍ଚଳର ରାସ୍ତା ଭାଙ୍ଗିରୁଜି ଯାଇଜି! ହେଲେ ପରିତାପର ବିଷୟ ଏହି ଛକ ଓ ବଜାର ଅଞ୍ଚଳର ରାସ୍ତାଘାଟର ରକ୍ଷଣା ବେକ୍ଷଣ ଓ ମରାମତି ପ୍ରତି କେହି ଧ୍ୟାନ ଦେଉ ନଥିବାରୁ ଏବେ ସମଗ୍ର ବଜାର ଅଞ୍ଚଳର ରାସ୍ତା ଓ ସଞ୍ଜୁକ୍ତ ଜାତୀୟ ରାଜପଥର ଅବସ୍ତା ଅତି ଶୋଚନୀୟ ହୋଇପଡିଛି! ବଜାର ମଝି ବୁଦ୍ଧମୂର୍ତି ପଛପାଖ ପାରାଦୀପ  ପଟ୍ଟକୁ ଯାଇଥିବା ରାସ୍ତା ଓ ଡୁବୁରୀ ପଟକୁ ଯାଇଥିବା ସଞ୍ଜୁକ୍ତ କରୁଥିବା ରାସ୍ତାରେ ଏବେ ବିରାଟ ବିରାଟ ଗାଡ ସୃଷ୍ଟି ହୋଇ ଏହା ବଜାର ମଝିରେ  ପୋଖରୀର ଭ୍ରମ ସୃଷ୍ଟି କରୁଛି! ରାସ୍ତାର ଏପରି ଦୂରାବସ୍ତା ପାଇଁ ଗାଡି ମଟର ଓ ସାଧାରଣ ଲୋକେ ଚଳାଚଳ କରିବାରେ ଘୋର ସମସ୍ୟା ଉପୁଯିଛି! ଏପରି ସମସ୍ୟାର ସ୍ଥାୟୀ ସମାଧାନ ଓ ବଜାରମଝି ରାସ୍ତା ଘାଟର ମରାମତି ତଥା ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଲୋକେ ବାରମ୍ବାର ଜାତୀୟ ରାଜପଥ କତ୍ତୃପକ୍ଷ ଓ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବିକରି ଆସୁଥିଲେ ମଧ୍ୟ ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି! ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି! ଏହାର ପ୍ରତିବାଦ ଓ ରାସ୍ତାର ଆଶୁ ମରାମତି ଦାବିକରି ସୋମବାର ଦିନ ସ୍ଥାନୁୟ ଲୋକେ କତ୍ତୃପକ୍ଷଙ୍କୁ ସଚେତନ କରାଇବା ପାଇଁ ବଜାରମଝି ରାସ୍ତା ଉପରେ ପାଣି ଓ ମାଟି ଯମିଥିବା ଖାଲରେ ଧାନତଳି ରୋଇଥିବା ଦେଖାଯାଉଛି! ସମାଜସେବୀ ତଥା ବରିଷ୍ଠ ନାଗରିକ ମାନଗୋବିନ୍ଦ ଦାଶ,ଉଦୀତନାରାୟଣ ମହାପାତ୍ର,ମାସରଞ୍ଜନ ଘଡେଇ,ସର୍ବେଶ୍ୱର ବାରିକ ପ୍ରମୁଖଙ୍କ ନେତୃତ୍ୱରେ ଲୋମାନେ ଏହିସବୁ ପାଣିଖାଲରେ ଧାନତଳି ରୋଇଥିଲେ! ଲୋକମାନଙ୍କ ଏହି ଅଭିନବ ପ୍ରତିବାଦକୁ ବଜାରବାସୀ ତଥା ପଥଚାରୀ ମାନେ ବେସ ସମର୍ଥନ ଜଣାଉଥିବା ଦେଖାଯାଇଥିଲା! ପ୍ରକାଶ ଥାଉକି ରାସ୍ତାର ଏହିସବୁ ଖାଲରେ ପଡି ପ୍ରତିଦିନ ବହୁ ଗାଡିମଟର ଓ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହେବା ସାଙ୍ଗକୁ ନାହିଁ ନଥିବା ହୀନସ୍ତା ଭୋଗୁଛନ୍ତି!

Leave A Reply