ପିପିଲି : ଏକାଦଶୀ ତଥା ପ୍ରଭୁ ଜଗନ୍ନାଥ ଙ୍କ ସୁନାବେଶ ପରିପ୍ରେକ୍ଷୀରେ ପୁରୀ ବଡ଼ ଦାଣ୍ଡ ସଂଲଗ୍ନ ଜଗନ୍ନାଥ ସଡ଼କ ତଥା ଆଜିର ଜାତୀୟ ରାଜପଥ ର ଉତ୍ତରା ଛକ, ଏକଚଳିଆ ଗୁଡ଼ିଆପୋଖରି ଗୋବିନ୍ଦପୁର, ସିଉଳା, ଦଇସପାଟଣା, ପିପିଲି,ଦାଣ୍ଡମୁକୁନ୍ଦପୁର ,ମଙ୍ଗଳପୁର, ସାତସଂଖ ଆଦି ଛକ ମାନଙ୍କରେ ପାର୍ଶବତୀ ଗ୍ରାମ ମାନଙ୍କର ଶହ ଶହ ଗ୍ରାମବାସୀମାନେ ଅତି ଆନନ୍ଦର ସହିତ ଦାଣ୍ଡ ଉପରେ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରୁଥିବାର ଦେଖିବାକୁ ମିଳିଛି। ଜନ ସୃତିରୁ ଜଣାଯାଏ ଉକ୍ତ ସଡ଼କ ବଡ଼ ଦାଣ୍ଡ କୁ ସଂଲଗ୍ନ ଥିବାରୁ ଏହାକୁ ଜଗନ୍ନାଥ ଙ୍କ ଦାଣ୍ଡ ବୋଲି କୁହାଯାଏ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ପରେ ସିଂହ ଦ୍ଵାରରେ ରଥ ଉପରେ ଜୀଉ ମାନେ ଥିବା ସମୟରେ ଏକାଦଶୀ ତିଥିରେ ଜୀଉ ମାନଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ପ୍ରେମୀ ମାନେ ଦାଣ୍ଡ ଉପରେ ଭୋଗ ନୈବେଦ୍ୟ ଅର୍ପଣ କରିଥାନ୍ତି। ଏହା ବହୁ ପୁରୁଣା ପରମ୍ପରା ବୋଲି କୁହାଯାଏ।