Odisha news

“ଆଇ ଆମ୍ ଆଣ୍ଡ ଆଇ ୱିଲ୍’ ବଢ଼ୁଛି ଫୁସଫୁସ କର୍କଟ ବ୍ୟାଧିର କାୟା

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର(ବିଭାଗୀୟ ମୁଖ୍ୟ, ହେପାଟାଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ)  : ଆଜି ବିଶ୍ୱ ଫୁସଫୁସ କର୍କଟ ଦିବସ । ସଂପ୍ରତି ଭୟାବହ କରୋନା ପ୍ରକୋପ ସମୟରେ ଓ ଗୋଷ୍ଠୀ ପ୍ରତିରୋଧ ଶକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବାରୁ ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଲକ୍ଷ୍ୟ । ୨୦୧୫ରେ ଏହି କର୍କଟ ଯୋଗୁଁ ସାରା ବିଶ୍ୱରେ ସତର ଲକ୍ଷ ମଣିଷଙ୍କ ପ୍ରାଣ ଯାଇଥିଲା । ଫୁସଫୁସ କର୍କଟରେ ଆକ୍ରାନ୍ତ ହେଲେ ବଞ୍ଚôବାର ସମ୍ଭବାନା ମାତ୍ର ସତର ପ୍ରତିଶତ । ଧୂମପାନ, ରେଡ଼ନ୍ ବାଷ୍ପ, ଆଜ୍ବେସ୍ଟସ୍, ବାୟୁ ପ୍ରଦୂଷଣ ଆଦି ଏହାର ମୁଖ୍ୟ କାରଣ । ଏହା ଜିନ୍ ଦୋଷରୁ ମଧ୍ୟ ହୋଇପାରେ । ଧୂମପାନ କରୁଥିବା ଲୋକେ ଫୁସଫୁସ କର୍କଟର ଶିକାର ହେବାର ଆଶଙ୍କା ସର୍ବାଧିକ । ବିଶ୍ୱର ଏକ ମାତ୍ର ଦେଶ ଭୁଟାନରେ ୨୦୦୫ରୁ ଧୂମପାନ ନିଷିଦ୍ଧ । ୨୦୦୮ରେ ଆମ ଦେଶରେ ସର୍ବସାଧାରଣରେ ଧୂମପାନକୁ ନିଷିଦ୍ଧ କରାଯାଇଥିଲେ ହେଁ ଅଦ୍ୟାବଧି ବନ୍ଦ ହୋଇନାହିଁ । ତେବେ ସିଗାରେଟ ବିଡ଼ିର ବିଜ୍ଞାପନ ଉପରେ ଅଙ୍କୁଶ ଲାଗିବା ପରେ ଯୁବ ପିଢ଼ି ମଧ୍ୟରେ ଧୂମପାନ ଷୋହଳ ପ୍ରତିଶତ କମିଥିବା ପ୍ରକାଶ । ଚାଇନାରେ ଫୁସଫୁସ କର୍କଟ ଜନିତ ମୃତୁ୍ୟ ସଂଖ୍ୟା ସବୁଠାରୁ ଅଧିକ । ଯୁକ୍ତରାଷ୍ଟ୍ର ଆମେରିକା, ଇଉରୋପ ଓ ପୂର୍ବ ଏସିଆରେ ଧୂମପାନ ଜନିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସର୍ବାଧିକ । ଫୁସଫୁସ କର୍କଟ ପ୍ରାଚୀନ ରୋଗ ନୁହେଁ । ଟୁବାକୋର ବ୍ୟାପକ ପ୍ରଚଳନ ସହ ଏହି ରୋଗ ବ୍ୟାପିବା ଆରମ୍ଭ ହୋଇଥିଲା । ୧୭୬୧ ପୂର୍ବରୁ ଏହି ରୋଗ ନଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ବିଶ୍ୱ ଫୁସ୍ଫୁସ୍ କର୍କଟ ଦିବସର ବାର୍ତ୍ତା ରହିଛି “ଆଇ ଆମ୍ ଆଣ୍ଡ ଆଇ ୱିଲ୍’ ।

ସମଗ୍ର ବିଶ୍ୱରେ ପ୍ରତିବର୍ଷ ବୟାଅଶୀ ଲକ୍ଷ ଲୋକ କର୍କଟ ରୋଗରେ ମୃତୁ୍ୟ ବରଣ କରିଥାନ୍ତି ଓ ଏଥି ମଧ୍ୟରୁ ଚାଳିଶ ଲକ୍ଷ ଲୋକ ଅଳ୍ପ ବୟସରେ (୩୦ରୁ ୪୦ବର୍ଷ) ପ୍ରାଣ ହରାଇଥାନ୍ତି । କର୍କଟ ରୋଗର ନିର୍ଣ୍ଣୟ, ଚିକିତ୍ସା, ନିରାକରଣ, ସଚେତନତା ଓ ଗବେଷଣା ନିମିତ୍ତ ବିଶ୍ୱ କର୍କଟ ସଙ୍ଗଠନ କାର୍ଯ୍ୟ କରୁଅଛି ଓ ୨୦୨୦ ମସିହା ସୁଦ୍ଧା ସମଗ୍ର ବିଶ୍ୱରେ କ୍ୟାନସର ରୋଗକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ଏହି ସଙ୍ଗଠନର ମୁଖ୍ୟ ଉଦେ୍ଦଶ୍ୟ ରୂପେ ଧାର୍ଯ୍ୟ କରାଯାଇଅଛି । ବିଭିନ୍ନ ପ୍ରକାର (ଏକଶତ) କର୍କଟ ବ୍ୟାଧି ମନୁଷ୍ୟକୁ ଆକ୍ରାନ୍ତ କରେ । ଦେଶ, ଜାତି, ବର୍ଣ୍ଣ ଓ ବୟସର ସମସ୍ତ ସୀମାକୁ ଅତିକ୍ରମ କରି ଏହି ବ୍ୟାଧି ସମଗ୍ର ମନୁଷ୍ୟ ସମାଜ ପାଇଁ ମୃତୁ୍ୟର ଏକ ଭୟାବହ ବିଭୀଷିକା ରଚନା କରିଅଛି । ପୁରୁଷମାନେ ସାଧାରଣତଃ ଫୁସ୍ଫୁସ୍ କ୍ୟାନସର, ପ୍ରୋଷ୍ଟେଟ୍ କ୍ୟାନସର, ବୃହଦାନ୍ତ୍ର କ୍ୟାନସର ଓ ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ମହିଳାମାନେ ସ୍ତନ କ୍ୟାନସର, ବୃହଦାନ୍ତ୍ର କ୍ୟାନସର, ପିତ୍ତକୋଷ କ୍ୟାନସର, ଜନନେନ୍ଦ୍ରିୟ କ୍ୟାନସର ଓ ଫୁସଫୁସ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ପିଲାମାନେ ସାଧାରଣତଃ ରକ୍ତ କ୍ୟାନସର, ମସ୍ତିଷ୍କ ଟ୍ୟୁମର ଓ ଲିମ୍ଫେମାରେ ଆକ୍ରାନ୍ତ ହୁଅନ୍ତି । ଚର୍ମ କ୍ୟାନସର ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ କ୍ୟାନସର ରୋଗୀଙ୍କର ସଂଖ୍ୟା ମଧ୍ୟ ବଢ଼ିଥାଏ । ୨୦୧୩ ମସିହାରେ ରାଜ୍ୟ ସରକାର ଗୁଟ୍ଖା ଉପରେ ନିଷେଧାଦେଶ ଜାରି କରିଛନ୍ତି; ଏହା ସତ୍ତ୍ୱେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଟ୍ଖା ଓ ତମାଖୁ ଚୋରାରେ ପ୍ରସ୍ତୁତି ହେଉଛି ଏବଂ ରାଜ୍ୟବ୍ୟାପୀ ଖୋଲାଖୋଲି ବିକି୍ର ହେଉଛି ।

ରାଜ୍ୟରେ ବର୍ଷକୁ କର୍କଟ ଆକ୍ରାନ୍ତ ହେଉଥିବା ପ୍ରାୟ ୫୦,୦୦୦ ଲୋକଙ୍କ ମଧ୍ୟରୁ ଅଦେ୍ର୍ଧକ ଗୁଟ୍ଖା, ତମାଖୁ, ଧୂମପାନଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ମୃତୁ୍ୟବରଣ କରୁଥିବା ପ୍ରାୟ ୩୦୦୦୦ ରୋଗୀଙ୍କ ମଧ୍ୟରୁ ୧୨୦୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ଏହି କାରଣରୁ ଘଟୁଥିବା ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ଯେତେ ଲୋକ କର୍କଟରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ଦକ୍ଷିଣ ଏସୀୟ ଦେଶ ସମୂହ ଅଞ୍ଚଳର । ଭାରତ, ପାକିସ୍ତାନ, ବାଙ୍ଗଲାଦେଶ, ଶ୍ରୀଲଙ୍କାରେ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଅନୁ୍ୟନ ୬୫% ଏବଂ କେବଳ ଭାରତରେ ୫୦% । ସାରା ଦେଶରେ ବର୍ଷରେ ଅନୁ୍ୟନ ୭ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ୫୦,୦୦୦ରୁ ଅଧିକ । ଓଡ଼ିଶା ସହିତ ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଦେଶର ଅନ୍ୟ ଅଞ୍ଚଳ ଅପେକ୍ଷା କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ଏବଂ ସାଧାରଣତଃ ଗୁଟ୍ଖା ଓ ତମାଖୁ ସେବନ ଯୋଗୁଁ ଏହା ଅଧିକ ହେଉଥିବା ଏକ ପରିସଂଖ୍ୟାନରୁ ସୂଚନା ମିଳିଛି । ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ୧୫ବର୍ଷରୁ ଉଦ୍ଧ୍ୱର୍ ଅନୁ୍ୟନ ୪୩% ଜନସାଧାରଣ ତମାଖୁ, ଗୁଟ୍ଖା ପରି ସାମଗ୍ରୀ ସହ ଅଭ୍ୟସ୍ତ ।

ଅତ୍ୟଧିକ ଆମିଷ ଖାଦ୍ୟ, ଶାରୀରିକ ଶ୍ରମ ବିମୁଖତା ଓ ମୋଟାପଣ ଯୋଗୁଁ (୩୦-୩୫%) ମଧ୍ୟ କ୍ୟାନସର ହୋଇଥାଏ । ଶାରୀରିକ ପରିଶ୍ରମ ନକଲେ ଲୋକମାନେ ମୋଟା ହୋଇଯାନ୍ତି ଓ ସେମାନଙ୍କର ରୋଗ ପ୍ରତିରୋଧକଶକ୍ତି ଓ ଅନ୍ତଃସ୍ରାବୀ ସମନ୍ୱୟତା କମିଯାଏ । ଅତ୍ୟଧିକ ଲୁଣ ସେବନ କଲେ ପାକସ୍ଥଳୀ କ୍ୟାନସର ହୁଏ । ଜାପାନରେ ପାକସ୍ଥଳୀ କ୍ୟାନସର ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟନଳୀ (ବୃହଦାନ୍ତ୍ର) କ୍ୟାନସର ଅତ୍ୟଧିକ ଅଧିକ ଲୁଣ ସେବନ ଯୋଗୁଁ ହୋଇଥାଏ । ହେପାଟାଇଟିସ୍ ସି ମଧ୍ୟ ଯକୃତ କ୍ୟାନସର କରେ । ପରିବେଶ ପ୍ରଦୂଷଣ ଓ ଜୀବନ ଶୈଳୀ ଓ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ୭୦-୯୦% କର୍କଟ ରୋଗ ନିରାକରଣ ସାପେକ୍ଷ । ଧୂମପାନ, ମଦ୍ୟପାନ, ଅତ୍ୟଧିକ ମୋଟାପଣ, ଶାରୀରିକ ଶ୍ରମ ବିମୁଖତା ଓ ବାୟୁ ପ୍ରଦୂଷଣ ଇତ୍ୟାଦିର ନିରାକରଣରେ କ୍ୟାନସର ବ୍ୟାଧିକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଆମିଷ ଖାଦ୍ୟରେ ଶରୀର ବିଧାନ ଅତ୍ୟଧିକ ଉତ୍ତେଜିତ ଓ ଜର୍ଜରିତ ହୁଏ । ମାଛ, ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ । ନିରାମିଷ ଖାଦ୍ୟ, ଯଥେଷ୍ଟ ପରିମାଣରେ ପନିପରିବା ଓ ଫଳ ସେବନ କର୍କଟ ବ୍ୟାଧିର ନିରାକରଣରେ ସାହାଯ୍ୟ କରେ । ଟୀକା ନେବା (ହେପାଟାଇଟିସ୍ ବି ଓ ପେପିଲୋମା ଭାଇରସ୍) ମାଧ୍ୟମରେ ଲିଭର କ୍ୟାନସର ଓ ଜନନେନ୍ଦ୍ରିୟ କ୍ୟାନସର ନିରାକରଣ ହୋଇପାରିବ ।

 

Leave A Reply