Odisha news

ରାଷ୍ଟ୍ରୀୟ ନୂତନ ଶିକ୍ଷାନୀତି ୨୦୨୦ ଭାରତୀୟ ଶିକ୍ଷାବ୍ୟବସ୍ଥାର ସ୍ୱର୍ଣ୍ଣିମ ଅଧ୍ୟାୟ

0

ଅଂଶୁମାନ ମହାରଣା : ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ଭାରତ ସରକାରଙ୍କ ୟୁନିୟନ କ୍ୟାବିନେଟ ଦ୍ୱାରା ନୂତନ ଶିକ୍ଷାନୀତି ୨୦୧୯ ଗୃହୀତ ହୋଇଛି । ବର୍ତମାନ ସମୟରେ ଶିକ୍ଷା ଜଗତରେ ବହୁ ସମସ୍ୟାର ସମାଧାନ କରିବାକୁ ଯାଉଥିବା ନୂତନ ଶିକ୍ଷାନୀତି ଭାରତୀୟ ଜୀବନମୂଲ୍ୟ ଆଧାରରେ ସୃଷ୍ଟି କରିବାକୁ ଯାଉଛି ଭାରତର ସ୍ୱର୍ଣ୍ଣିମ ଭବିଷ୍ୟତ । କିଛିଦିନ ପୂର୍ବେ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ସମ୍ବଳିତ ଏହି ପ୍ରସ୍ତାବ କେନ୍ଦ୍ରୀୟ ମାନବ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ବେଳେ ତା ୨୯.୦୭.୨୦୨୦ ରେ କେନ୍ଦ୍ରୀୟ କ୍ୟାବିନେଟ୍ ର ସ୍ୱୀକୃତି ପାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ସମିତିର ଅଧ୍ୟକ୍ଷ ଡଃ କସ୍ତୁରୀ ରଙ୍ଗନ ଙ୍କ ନେତୃତ୍ୱରେ ୧୧ ଜଣ ସଦସ୍ୟ ବିଶିଷ୍ଟ ଏହି ପ୍ରସ୍ତାବ ସମିତି ଦୁଇବର୍ଷ ମଧ୍ୟରେ ଦେଶରେ ଶିକ୍ଷା ସମ୍ବନ୍ଧିତ ଅନେକ ସଂସ୍ଥା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ ଠାରୁ ରାୟ ସଂଗ୍ରହ କରି ପ୍ରସ୍ତୁତ କରାଯାଇଥିବା  ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରସ୍ତାବ ଶେଷରେ ସ୍ୱୀକୃତି ଲାଭ କରିଛି । ୧୯୮୬ ମସିହାରେ କୋଠାରୀ କମିଶନ୍ର ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି ଲାଗୁ ହେବା ଏକ ଐତିହାସିକ ଘଟଣା ଅଟେ । ଏଥି ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ର ନାମ ପରିବର୍ତିତ ହୋଇ ଶିକ୍ଷା ମନ୍ତ୍ରଣାଳୟ ନାମରେ ପୁନର୍ନାମିତ ହୋଇଛି ।

ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୧୯ କେନ୍ଦ୍ରୀୟ କ୍ୟାବିନେଟ୍ ର ସ୍ୱୀକୃତି ପାଇବା ସହ ଭାରତୀୟ ଶିକ୍ଷା ବ୍ୟବସ୍ଥା ଜଗତରେ ହୋଇଛି ସ୍ୱର୍ଣ୍ଣିମ ଭବିଷ୍ୟତର ସୂର୍ଯ୍ୟଦୋୟ । ଯିଏକି ଦେଶର ଊଭୟ ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପରିବର୍ତନ ଆଣିବା ନିମନ୍ତେ ଉଦ୍ଦିଷ୍ଟ । ୨୦୩୦ ସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପରେ ପ୍ରସ୍ତୁତ କରାଯାଇଥିବା ଏହି ନୂତନ ଶିକ୍ଷାନୀତିରେ ଶିକ୍ଷାର ସର୍ବାଙ୍ଗୀନ ବିକାଶର ଅନେକ ଦିଗ ଉପରେ କରାଯାଇଛି ଗୁରୁତ୍ୱାରୋପ । କେନ୍ଦ୍ର ସରକାର ଦେଶରେ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୟନ କରିବା ଅବସରରେ ଦେଶର ସମସ୍ତ ସ୍କୁଲରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା ତଥା ଅଂଚଳିକ ଭାଷାରେ ଶିକ୍ଷାଦାନ ବାଧ୍ୟତାମୂଳକ ବୋଲି ପ୍ରକାଶ କରିଛନ୍ତି ।  ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏଥିପ୍ରତି ଧ୍ୟାନ ରଖାଯାଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି ଏହାକୁ ମଧ୍ୟ ବିଧିବଦ୍ଧ ଭାବେ ଶିକ୍ଷାରେ ସାମିଲ କରି ଶିକ୍ଷାର ଅବଧିକୁ (୫+୩+୩+୪) ବର୍ଷ ଢାଂଚାର ପ୍ରୟୋଗ କରାଯିବ । ପ୍ରଥମ ଭାଗ – ଖେଳ ଖେଳରୁ ଶିକ୍ଷା ଦ୍ୱିତୀୟ ଭାଗ- କ୍ରିୟାଯୁକ୍ତ ଶିକ୍ଷା, ତୃତୀୟ ଭାଗ- ଶିକ୍ଷାଣାତ୍ମକ ଓ ଚତୁର୍ଥ ଭାଗ – କାର୍ଯ୍ୟାତ୍ମକ ଶିକ୍ଷା ଏହିପରି ସ୍ତର ରହିବ । ଛାତ୍ରଛାତ୍ରୀ ମାନେ ଏହି ୪ଟି ପର୍ଯ୍ୟାୟ ଦେଇ ଅଧ୍ୟୟନର ସୁବିଧା ପାଇବେ । ଷଷ୍ଠ ଶ୍ରେଣୀରୁ ବୃତି ଆଧାରିତ (ଠକ୍ଟମବଗ୍ଧସକ୍ଟଦ୍ଭବକ୍ଷ ଋୟଙ୍କମବଗ୍ଧସକ୍ଟଦ୍ଭ) ଆରମ୍ଭ ହେବ । ଏଥିସହିତ ଶିକ୍ଷା ଅଧିକାର ଆଇନ ଏଣିକି ୬-୧୪ ବର୍ଷ କୁ ପରିବର୍ତେ ୩-୧୮ ବର୍ଷରେ ପରିବର୍ତିତ କରାଗଲା । ଯାହାକି ବିଦ୍ୟାର୍ଥୀର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏକ ବୈ÷ଜ୍ଞାନିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶିଶୁର ସର୍ବାଙ୍ଗୀନ ବିକାଶ ୩ରୁ ୮ ବର୍ଷ ପର୍ଯ୍ୟନ୍ତ ଦୃତ ବେଗରେ ହୋଇଥାଏ । ଏଥିସହିତ ସ୍ଥାନୀୟ ଭାଷରେ ଶିକ୍ଷା ଯାହାକି ବିଦ୍ୟାର୍ଥୀକୁ ବୁଝିବାରେ ଓ ଲେଖିବାରେ ସହଜ ହେବ ତାକୁ ଲାଗୁ କରିବା ପାଇଁ ଗୁରୁତ୍ୱ ଦେବା ସହିତ ଭାରତରେ ପ୍ରଚଳିତ ଅନ୍ୟ ଭାଷା, ବିଦେଶୀ ଭାଷାକୁ ଲାଗୁ କରାଯିବା ନେଇ ସ୍ପଷ୍ଟ କରାଯାଇଛି । ନାରୀ ଶିକ୍ଷା, ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଶିକ୍ଷା, ଅନୁସୂଚିତ ଜାତ,ି ଜନଜାତି. ମୁସଲିମ୍, ପ୍ରବାସୀ ଏବଂ ୧୫ ପ୍ରତିଶତ ବିଦ୍ୟାର୍ଥୀ ଯେଉଁମାନେ ଶିକ୍ଷାପ୍ରାପ୍ତ ନିମନ୍ତେ ଅଯୋଗ୍ୟ ସମସ୍ତ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କ ପାଇଁ ଗୁଣବତାପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ରହିଛି ।

ଦେଶରେ ଅନୁସନ୍ଧାନ ଓ ବିକାଶ ବଢାଇବା ଓ ଗୁଣାତ୍ମକ ବୃଦ୍ଧି  ଉଦେ୍ଦଶ୍ୟରେ ଏକ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ଗଠନ ହେବ । ସେହିଭଳି ବିଭିନ୍ନ ଉଚ୍ଚ ଶିକ୍ଷାନୁ୍ଷ୍ଠାନ ଗୁଡିକର ମାନ ନିର୍ଦ୍ଧାରଣ, ଆର୍ଥିକ ପରିଚାଳନା, ଅନୁବନ୍ଧନ ପାଇଁ ସମଗ୍ର ଦେଶରେ ଗୋଟିଏ ମାତ୍ର ସଂସ୍ଥା ରହିବ । ୨୦୩୫ ମସିହା ସୁଦ୍ଧା ଉଚ୍ଚ ଶିକ୍ଷାରେ ଏକ୍ସକ୍ଟଗ୍ଦଗ୍ଦ ଋଦ୍ଭକ୍ସକ୍ଟକ୍ଷଜ୍ଞରଦ୍ଭଗ୍ଧ ଜବଗ୍ଧସକ୍ଟ ୫୦ ପ୍ରତିଶତ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିଭଳି ଉଚ୍ଚଶିକ୍ଷାର ପାଠ୍ୟକ୍ରମ ବିଭିନ୍ନ ଆଂଚଳିକ ଭାଷାରେ ଉପଲବ୍ଧ କରିବା ପାଇଁ ସ୍ଥିର କରାଯାଇଛି । ଉଚ୍ଚଶିକ୍ଷାରେ ପାରମ୍ପରିକ ବିଦ୍ୟାର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି । ଉଚ୍ଚଶିକ୍ଷାରେ ଯୋଜନା, ପ୍ରଶିକ୍ଷଣ, ମୂଲ୍ୟାଙ୍କନ, ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନା କ୍ଷେତ୍ରରେ ବୈଷୟିକ ଜ୍ଞାନ କୈାଶଳର ବ୍ୟପକ ବ୍ୟବହାର ହେବ । ବିଭିନ୍ନ ମହାମାରୀ ଆଦି ଆପାତ୍କାଳୀନ ପରିସ୍ଥିତିରେ ଶିକ୍ଷା ଓ ଗବେଷଣାରେ ନିରନ୍ତରତା ବଜାୟ ରଖିବା ପାଇଁ ଭର୍ଚୁଆଲ ଗବେଷଣାଗାର ବିକାଶ କରାଯିବ । କୃଷି,ି ବୈ÷ଷୟିକ, ସ୍ୱାସ୍ଥ୍ୟଶିକ୍ଷା ଆଦି ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ବେଳେ ସମସ୍ତ ଶିକ୍ଷାକୁ ଏକତ୍ରିତ କରି ଗୋଟିଏ ବିଭାଗ ଅଧୀନକୁ ଆଣିଲେ ଶିକ୍ଷାର ସାମଗ୍ରିକ ଚିନ୍ତନ ଓ ବିକାଶ ହୋଇପାରିବା ନେଇ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଚିନ୍ତନ କରାଯାଇଥିବା ଉଚ୍ଚ ସାମ୍ବିଧାନିକ ସଂସ୍ଥା ରାଷ୍ଟ୍ରୀୟ ଶିକ୍ଷା ଆୟୋଗକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । କେବଳ ସେତିକି ନୁହେଁ ଆଇ.ଆଇ.ଟି ଭଳି ଶିକ୍ଷାକ୍ଷେତ୍ରକୁ ସାମଗ୍ରିକ ଶିକ୍ଷା ଢାଂଚାରେ ପକାଯିବା ସହ ଆଇ.ଆଇ.ଟି ଶିକ୍ଷାରେ କଳା, ସଂସ୍କୃତି ଭଳି ଶିକ୍ଷା ସାମିଲ ହୋଇଛି ।

ଦେଶରେ ଆଜି ୮୦୦ରୁ ଅଧିିକ ବିଶ୍ୱବିଦ୍ୟାଳୟ ଥିବା ସତ୍ୱେ ଅନୁବନ୍ଧନ ପରୀକ୍ଷା ଓ ସାର୍ଟିଫିକେଟ୍ ପ୍ରଦାନର ବ୍ୟସ୍ତତା କାରଣରୁ ରିସର୍ଚ ବହୁତ କମ ହେଉଛି । ତେଣୁ ଏଥିନିମନ୍ତେ ନୂତନ ଶିକ୍ଷାନୀତିରେ ପ୍ରସ୍ତାବିତ କରାଯାଇଥିବା ଏହି ତିନି ପ୍ରକାର ବିଶ୍ୱବିଦ୍ୟାଳୟ/ ଉଚ୍ଚଶିକ୍ଷା ସଂସ୍ଥାନ ଯଥା (୧) ରିସର୍ଚ୍ଚକୁ ଅଧିକ ଗୁରୁତ୍ୱ ଦେଉଥିବା ବିଶ୍ୱବିଦ୍ୟାଳୟ, (୨) ସ୍ନାତକ ଶିକ୍ଷା କୁ ଅଧିକ ଗୁରୁତ୍ୱ ଦେଉଥିବା ବିଶ୍ୱବିଦ୍ୟାଳୟ, (୩) ଡିଗ୍ରୀ ପ୍ରଦାନ କରୁଥିବା ସ୍ୱୟଂଶାସିତ ପ୍ରମୁଖ ମହାବିଦ୍ୟାଳୟକୁ ସ୍ୱୀକୃତି ଦିଆଯାଇଛି । ଫଳରେ ଗବେଷଣା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପ୍ରୋସôାହନ ମିଳିବା ସହିତ ଆମ ଦେଶର ଆବଶ୍ୟକତାକୁ ନେଇ ଗବେଷଣା ହେବା ସହିତ ଉଚ୍ଚ ଶିକ୍ଷା ସଂସ୍ଥାନ ଓ ସ୍ଥାନୀୟ ଅଂଚଳ ମଧ୍ୟରେ ଉତମ ସମ୍ପର୍କ ସ୍ଥାପନ ହୋଇପାରିବ । ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ, ଉକ୍ଟ- ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ, ଋଙ୍ଘଗ୍ଧକ୍ସବ ଉଙ୍କକ୍ସକ୍ସସମଙ୍କକ୍ଷବକ୍ସ ଏହିଭଳି କୈ÷ାଣସି ବିଷୟ ରହିବ ନାହିଁ । ବରଂ ସବୁ ବିଷୟକୁ ସେ ଶାରିରୀକ ଶିକ୍ଷା ହେଉ ବା ସଂଗୀତ ସମସ୍ତ ବିଷୟକୁ ସମାନ ଗୁରୁତ୍ୱ ଦିଆଯିବ । ନିଜର ପାଠ୍ୟକ୍ରମ ସହିତ ଖେଳ, ସଙ୍ଗୀତ, କୃଷି ଭଳି ଶିକ୍ଷା ମୁଖ୍ୟ ପାଠ୍ୟକ୍ରମରେ ସାମିଲ ହେବ । ଦେଶରେ ୧୧୯୩୦୩ ଏକଲ ବିଦ୍ୟାଳୟ ଚାଲୁଅଛି । ସେଥିମଧ୍ୟରୁ ୧୫ ରୁ ଉଦ୍ଧ୍ୱର୍ ବିଦ୍ୟାଳୟକୁ ନେଇ ସ୍କୁଲ କମ୍ଲେକ୍ସ ର ନିର୍ମାଣ କରି ସେଥିରେ ପାଠପଢାର ମୂଲ୍ୟବୃଦ୍ଧି କରିବା ସହିତ  ଖେଳ ଗୀତ ଆଦି ବିଭିନ୍ନ ଆୟାମର ଶିକ୍ଷାବୃଦ୍ଧି କରାଯିବା ପାଇଁ ସ୍ଥିର କରାଯାଇଛି । ଯାହାକି ୧୯୬୬ ରେବ କୋଠାରୀ କମିଶନ ର ନିଦେ୍ର୍ଦଶ ଥିଲା ଆଜି ୫୫ ବର୍ଷ ପରେ ଲଙ୍କଜ୍ଞର କରାଯାଇଛି । ସେହିଭଳି ବୃତିଗତ (ଠକ୍ଟମବଗ୍ଧସକ୍ଟଦ୍ଭବକ୍ଷ) ବିଷୟକୁ ମଧ୍ୟ ପାଠ୍ୟକ୍ରମର ଏକ ଅଙ୍ଗ ଭାବରେ ଗ୍ରହଣ କରାଯିବ ।  ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ମନପସନ୍ଦ ବିଷୟ ବାଛିବା ପାଇଁ ବହୁତ ଗୁଡିଏ କ୍ଟକ୍ଟ୍ରଗ୍ଧସକ୍ଟଦ୍ଭ ରହିବ । ପଦାର୍ଥ ବିଜ୍ଞାନ  ସହିତ ଅର୍ଥନୀତି, ବାଣିଜ୍ୟ ସହିତ ସଂଗୀତ, ଇତିହାସ ସହିତ ଗଣିତ ଭଳି ବିଷୟ ନେଇ ମଧ୍ୟ ଛାତ୍ରଛାତ୍ରୀ ମାନେ ପଡିବାର ସୁଯୋଗ ପାଇପାରିବେ । ସବୁଠାରୁ ଗୁରୁତ୍ୱର ବିଷୟ ବିନ୍ଦୁ ଭାବେ ୨୦୩୦ ସୁଦ୍ଧା ଶତପ୍ରତିଶତ ବିଦ୍ୟାଳୟ ପ୍ରବେଶକୁ ହାସଲ କରିବା ପାଇଁ ଲକ୍ଷ୍ୟ ସ୍ଥିରୀକୃତ ହୋଇଛି । ଛାତ୍ରଛାତ୍ରୀ ସେମାନଙ୍କର ମୁଲ୍ୟାଙ୍କନ ନିଜେ କରିବା ସହିତ, ସହପାଠୀ ଓ ଶିକ୍ଷକଙ୍କ ଦ୍ୱାରା ନିଜର ମୁଲ୍ୟାଙ୍କନ କରିବେ ।

କେବଳ ସାର୍ଟିଫିକେଟ୍ ଅର୍ଜନ କରିବା ଆଜିର ଶିକ୍ଷାର ମୂଳ ଉଦେ୍ଦଶ୍ୟ ହୋଇଯାଇଛି । ଆଜିର ଶିକ୍ଷା ବ୍ୟବସ୍ଥା ଶିକ୍ଷା ଦେବା ନାମରେ ଛାତ୍ର ଉପରେ କେବଳ ବାହାରୁ ବିଭିନ୍ନ ବିଷୟ ଲଦି ଦେବାରେ ବ୍ୟସ୍ତ । ଶିକ୍ଷା କହିଲେ କେବଳ କିଛି ସୂଚନା ସଂଗ୍ରହ ନୁହଁ କିମ୍ବା କେବଳ ମସ୍ତିଷ୍କ ସହିତ ହୃଦୟ, ହସ୍ତ, ପାଦ ସମସ୍ତଙ୍କ ବିକାଶ ହେବା ଉଚିତ୍ । ଅର୍ଥାତ ଶିକ୍ଷାପ୍ରାପ୍ତ ଦ୍ୱାରା ବୁଦ୍ଧିର ବିକାଶ ସହିତ ହୃଦୟ ବିକାଶ ଅର୍ଥାତ ସମାଜ ପାଇଁ ଭଲ ମନୁଷ୍ୟ ତଥା ନିଜେ ରୋଜଗାରକ୍ଷମ ଅର୍ଥାତ୍ ନିଜର ହସ୍ତପଦ କାର୍ଯ୍ୟର ବିକାଶ ମଧ୍ୟ ହେବା ଉଚିତ । ସ୍ୱାମୀ ବିବେକାନନ୍ଦ କହିଥିଲେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଅର୍ନ୍ତନିହିତ ଗୁଣ ଓ କ୍ଷମତା ରହିଛି । ତାହାର ପରିପ୍ରକାଶ ହିଁ ଶିକ୍ଷା । ନୂତନ ଶିକ୍ଷାନୀତି ପ୍ରଣୟନ ୨୦୧୯ ପୂର୍ବରୁ ୧୯୮୪ ରେ ରାଧାକ୍ରିଷ୍ନ କମିଶନ, ୧୯୬୪ ରେ କୋଠାରୀ କମିଶନ ମଧ୍ୟ ଶିକ୍ଷାରୁ କିଲୋନିୟଲ ବିଚାରକୁ ଦୂର କରି ଭାରତୀୟତା ବା ଆମ ଦେଶର ଆବଶ୍ୟକତା ଭିତିକ ଶିକ୍ଷାଦେବା ପାଇଁ ସୁପାରିଶ କରିଥିଲେ । କିନ୍ତୁ ଆମେ ୧୮୩୦ ମସିହାର ବ୍ରିଟିଶ ଶିକ୍ଷା ବ୍ୟବସ୍ଥାର ଏତେ ପରିମାଣରେ ଦାସ ହୋଇଯାଇଥିଲୁ ଯେ, ବିଭିନ୍ନ ଶିକ୍ଷା ଆୟୋଗ  ଦେଇଥିବା ପ୍ରସ୍ତାବକୁ ଲାଗୁ ନକରି ଥଣ୍ଡା ବ୍ୟବସ୍ଥା ମଧ୍ୟକୁ ଫିଙ୍ଗିଦେଇଥିଲୁ । ୧୯୮୬ ମସିହାରେ ଆମର ଶେଷ ଶିକ୍ଷାନୀତି ମଧ୍ୟ ପ୍ରଣୟନ ହୋଇଥିଲା । ତାହାମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଡଃ କସ୍ତୁରୀ ରଙ୍ଗନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତାବିତ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି, ଯାହାକି ଆଧୁନିକ ହେଲେ ମଧ୍ୟ ଦେଶର ପାରମ୍ପରିକ ଜ୍ଞାନକୁ ପ୍ରୋସôାହନ ଦେଉଛି ।  ଶିକ୍ଷାକୁ ଖଣ୍ଡ ଖଣ୍ଡ ଭାବେ ବିଚାର ନକରି ସମଗ୍ରତାର ସହ ବିଚାର କରୁଛି । ଶିକ୍ଷା କେବଳ ଚାକିରୀ ପାଇଁ ନୁହଁ ମନୁଷ୍ୟ ନିର୍ମାଣ ପାଇଁ ବିଚାର କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ଶିକ୍ଷାନୀତି କେବିଂଶ ଶତାବ୍ଦୀର ଭାରତ ପାଇଁ ଏକ ନୂତନ ଆଶା ଆଣିଦେଇଛି ଯାହାର ଆଧାରରେ ଶ୍ରେଷ୍ଠ ଭାରତ ନିର୍ମାଣ କରାଯାଇପାରିବ । କୌଣସି ନୀତିକୁ ସଠିକ ଭାବେ କ୍ରିୟାନ୍ୱୟନ କରିବା ଦ୍ୱାରା ହିଁ ଏହାର ସୁଫଳ ମିଳିଥାଏ । ତେଣୁ କେନ୍ଦ୍ର ସରକାର ଏହି ନୀତିକୁ ସଫଳ ଓ ଉତ୍ସାହ ପୂର୍ଣ୍ଣ ଭାବେ କ୍ରିୟାନ୍ୱୟନ କରି ୫ ବର୍ଷ ମଧ୍ୟରେ ଏହାର ମହତ୍ୱପୂର୍ଣ୍ଣ ଉଦେ୍ଦଶ୍ୟକୁ ପ୍ରତିପାଦନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ଅତଏବ୍ ଏହି ନୂତନ ଶିକ୍ଷାନୀତିର ପ୍ରବର୍ତନ ଦ୍ୱାରା ଭାରତବର୍ଷ ଯେ ପୁଣିଥରେ ସମଗ୍ର ବିଶ୍ୱରେ ବିଶ୍ୱଗୁରୁ ବୋଲାଇବ ଏହା ନିଃସନେ୍ଦହ ।

Leave A Reply