ଫୁଲନଖରା : ପାହାଳ ଫାଣ୍ଡି ବାଲିଅନ୍ତା ଥାନା ଅନ୍ତର୍ଗତ ତ୍ରିନାଥବଜାର ସାପ୍ତାହିକ ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଗୁରୁବାର ମଧ୍ୟାହ୍ନରେ ବାଲିଅନ୍ତା ବିଡ଼ିଓ ଆଦିକନ୍ଦ ବେହେରା, ଆଇଆଇସି ପ୍ରଦୀପ ରାଉତ, ପାହାଳ ଫାଣ୍ଡି ଅଧିକାରୀ ଓମପ୍ରକାଶ ମହାନ୍ତି ପ୍ରମୁଖ ତ୍ରିନାଥବଜାରରେ ପହଞ୍ଚô ହାଟକୁ ସାମୟୀକ ବନ୍ଦ କରି ଇଷ୍ଟ କଲେଜ ସମ୍ମୁଖରେ ପରବର୍ତ୍ତୀ ହାଟ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହି ଅବସରରେ ହାଟ ମାର୍ଫତଦାର ଦିବାକର ପାତ୍ର, ତ୍ରିନାଥବଜାର ବ୍ୟବସାୟୀ ସଂଘ ସଭାପତି ହେମନ୍ତ ପରିଜା, ସମ୍ପାଦକ ଘନଶ୍ୟାମ ପାତ୍ର, ସନାତନ ପରିଜା, ବଙ୍ଗାଳି ପରିଜା, ନୀଳାମ୍ବର ଦାସ, ଲଳିତକୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଲକଡ଼ାଉନ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପୋଲିସ ତ୍ରିନାଥବଜାରରେ ଥିବା ଦୁଇଟି ଜଳଖିଆ ଦୋକାନ ଉପରେ ଜରିମାନା ଲାଗୁ କରିବା ସହିତ ଗୋଟିଏ ଦିନ ପାଇଁ ଦୋକାନ ବନ୍ଦ କରିଥିଲା । ଦ୍ୱିତୀୟ ଥର ଏହି ନିୟମ ଉଲ୍ଲଙ୍ଘନ କଲେ ଜୋରିମାନା ପରିମାଣ ଦ୍ୱିଗୁଣିତ ହେବା ସହିତ ସମ୍ପୃକ୍ତ ଦୋକାନକୁ ସମ୍ପୂର୍ଣ୍ଣ ସିଲ କରାଯିବବୋଲି ପୋଲିସ ଚେତାବନୀ ଦେଇଛି ।