ବାଙ୍ଗିରିପୋଷ : ଆଜି ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ପିଡି ଚଂଚଲ ରଣା ବାଙ୍ଗିରିପୋଷି ବ୍ଲକ ଗସ୍ତରେ ଆସିଥିଲେ । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମ ବେଳେ ଉଭୟ ଅଧିକାରୀଙ୍କ ସହ ବାଙ୍ଗିରିପୋଷି ତହସିଲଦାର ଅଭିମନୁ୍ୟ ପଣ୍ଡା, ଏବିଡିଓ ରୁପେଶ ନାଏକ, ବ୍ଲକ ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଢାକଟା ପଂଚାୟତରେ ଥିବା ପଂଚାୟତ ଅଧରକାରୀ, ଅଙ୍ଗବାଡି କର୍ମୀ, ଆଶା କର୍ମୀ,ସୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଭେଟି ସେମାନଙ୍କ ବିଭିନ୍ନ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଟିଏମସି ସେଂଟର) ଏବଂ ସଂଗରୋଧ କେନ୍ଦ୍ର ଗୁଡିକ ସଂପର୍କରେ ଏସଏଚଜି ମହିଳା ମାନେ କଣ ଜାଣିଛନ୍ତି, ମହାମାରୀ ସଂପର୍କରେ ଲୋକଙ୍କୁ କିପରି ସଚେତନ କରୁଛନ୍ତି ସେ ସଂପର୍କରେ ପଚାରି ବୁଝିଥିଲେ । ସେହିପରି ସରକାରଙ୍କ ଠାରୁ ମିଳୁଥିବା ଋଣ ସହାୟତା ନେଇ ତାହାକୁ କିପରି କାର୍ଯ୍ୟରେ ଲଗାଉଥିବା ନେଇ ପ୍ରଶ୍ନ ପଚାରିବାରୁ କିଛି ଏସଏଚଜି ମହିଳା ମାନେ ଋଣ ନେଇ ଘର ତିଆରି ପାଇଁ ବ୍ୟବହୃତ ସେଂନଟାରିଂଗ ପ୍ଲେଟ କିଣି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରୁଥିବା ଠିକାଦାର ମାନଙ୍କୁ ଭଡା ସୂତ୍ରରେ ଦେଇ ଲାଭବାନ ହେବା ସହ କମ ଟଙ୍କାରେ ଗରୀବ ହିତାଧିକାରୀ ମଧ୍ୟ ଉପକୃତ ହେଉଥିବାର ପ୍ରକାଶ କରିଛନ୍ତି । ସେହିପରି ଏକ ପ୍ରଡୁ୍ୟସର ଗ୍ରୁପ ପୋଟଳ ଚାଷ କରୁଥିବା ନେଇ ପ୍ରକାଶ କଲାରୁ ୨ ଅଧିକାରୀ ଚାଷ ଜମି ପରିଦର୍ଶନରେ ଯାଇ ପୋଟଳ ବାଡି ବୁଲି ଦେଖିଥିଲେ ।