କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ସାହସପୁର ପଂଚାୟତର ରାତ୍ର ଜଗୁଆଳୀ ଅଶୋକ କୁମାର ସେଠୀ(୪୬) ମାତ୍ର ମାସିକ ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ କାର୍ଯ୍ୟ କରୁ ଥିବାର ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ୨୦୧୦ ମସିହାରେ ସରପଂଚ ଶ୍ରୀଯୁକ୍ତ ଜେନା ତତ୍କାଳୀନ ସରପଂଚ ଥିବାବେଳେ ଅଶୋକଙ୍କୁ ମାତ୍ର ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ ଭାବେ ନିଯୁକ୍ତି ଦେଇଥିଲେ । ଏହି ମାସିକ ଦରମା ପଂଚାୟତ ଆୟରୁ ଭରଣା କରାଯାଇଥାଏ । ତେବେ ଏହି ୫୦୦ ଟଙ୍କାରେ ଅଶୋକ ବହୁ କଷ୍ଟରେ ତାଙ୍କ ଦୈନଦିନ ଜୀବନ ନିର୍ବାହ କରିବା ସହ ପରିବାର ଭରଣ ପୋଷଣ କରିଥାନ୍ତି । ତାଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ସହ ଦରମାକୁ ବର୍ଦ୍ଧିତ କରିବା ପାଇଁ ବ୍ଲକ ପ୍ରଶାସନକୁ ଜଣାଇଛନ୍ତି ।