ଫୁଲବାଣୀ : ଆଜି କନ୍ଧମାଳ ଜିଲା ଖଜୁରିପଡା ବ୍ଳକ ଅଂଚଳରେ ଥିବା ଭୁକ୍ତାକନାଲି ଗ୍ରାମର ନିକଟରେ ଥିବା ପାହାଡରୁ ବେଆଇନରେ ପାହାଡରୁ ନିରନ୍ତର ଭାବରେ ପଥର ଚୋରା ଚାଲାଣକୁ ଖଜୁରିପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏହି ପଥର ଖାଦାନ ଉପରେ ଚଢାଉ କରି ବନ୍ଦ କରିବା ସହିତ ସେଠାରେ ଥିବା କିଛି ଟ୍ରାକ୍ଟରରେ ପଥର ଲୋଡ ହେଉଥିବାବେଳେ ଜଣେ ଟ୍ରାକ୍ଟର ମାଲିକ ମାନଙ୍କଠାରୁ ୫ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରିବା ସହିତ ସେଠାରେ ଥିବା ଅନ୍ୟ ଟ୍ରାକ୍ଟର ମାନଙ୍କର ମାଲିକ ମାନଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ତହସିଲଦାର ଶ୍ରୀମତୀ ନାୟକ ।
ସେଠାରୁ ବର୍ଷବର୍ଷର୍ ଧରି ନିରନ୍ତର ଭାବରେ ପ୍ରଚୁର ମାତ୍ରାରେ ପଥର ଚାଲାଣକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଟିଟ୍ରାପଙ୍ଗାଠାରୁ ଭୁକ୍ତାକନାଲି ଗ୍ରାମକୁ ଯାଇଥିବା ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ରାସ୍ତା ନିକଟରେ ତିଆରି ହୋଇଛି ସେହି ରାସ୍ତା ନିର୍ମାଣ ପାଇଁ ସେଠାରୁ ବିପୁଳ ମାତ୍ରାରେ ପଥର ସେଠାରୁ ଚାଲାଣ ହୋଇଛି ବୋଲି ତହସିଲଦାରଙ୍କ ସୁତ୍ରରୁ ଜଣାପଡିଛି । ତେବେ ଏହି ପଥର ଖୋଳା କାମରେ ସେହି ଆଖପାଖ ରେ ଥିବା ଭୁକ୍ତାକନାଲି ଓ ଟିଟ୍ରାପଙ୍ଗା ଗ୍ରାମର ପ୍ରାୟ ୨୪ ଜଣ ପୁରୁଷ ଓ ମହିଳାମାନେ ସେହି ପାହାଡରୁ ପଥର ଖୋଳିବା ସହିତ ସେଗୁଡିକୁ ବାଡେଇ ଗୋଡି ଓ ମେଟାଲ ତିଆରି କରି ଠିକାଦାର ମାନଙ୍କୁ ବିକି୍ର କରିଆସୁଛନ୍ତି ବୋଲି କହିଥିଲେ । ତେବେ ସେଠାରେ ଥିବା ପାହାଡରୁ ଏତେ ମାତ୍ରାରେ ପଥର ଚାଲାଣ ହୋଇଯାଉଛି ଯାହାର ପରିଣାମ ସ୍ୱରୁପ ଆଗାମୀ ଦିନରେ ସେଠାରେ ଥିବା ଗ୍ରାମରେ ଭୁସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି ବୋଲି ସେମାନଙ୍କୁ ବୁଝାଇଥିଲେ ତହସିଲଦାର ଏବଂ ସେମାନେ ଆଗକୁ ଆଉ ସେଠାରୁ ପଥର ଖୋଳିବେନାହିଁ ବୋଲି ଲିଖିତ ଭାବରେ ତହସିଲଦାରଙ୍କୁ ଗାଁ ଲୋକେ ପ୍ରତିଶୁ୍ରତି ଦେଇଥିବା ଜଣାପଡିଛି ।
ଯେଉଁଠାରୁ ପଥର ଖୋଳାଯାଉଛି ସେହି ଅଂଚଳ ସବୁ ଜଙ୍ଗଲ ବିଭାଗର ଅନ୍ତର୍ଭୁକ୍ତ ବୋଲି ଜଣାପଡିବାପରେ ତହସିଲଦାର ଏହି ବାବଦରେ ଜଙ୍ଗଲ ବିଭାଗକୁ ଲିଖିତ ଭାବରେ ଜଣାଇବା ସହିତ ଜିଲାପାଳଙ୍କୁ ମଧ୍ୟ ଅବଗତ କରିବେ ବୋଲି କହିଛନ୍ତି । ତେବେ ଏହି ଅଂଚଳ ସବୁ ଜଙ୍ଗଲ ବିଭାଗର ବିଶିପଡା ରେଞ୍ଜ୍ ଅନ୍ତର୍ଗତ ହୋଇଥିବାବେଳେ ଦିର୍ଘ ବର୍ଷ ଧରି ସେଠାରୁ ବିପୁଳ ମାତ୍ରାରେ ବେଆଇନ ଭାବରେ ପଥର ଚାଲାଣ ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ବିଭାଗର କର୍ମକୁଷଳତାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।