ଫୁଲବାଣୀ (ସନ୍ତୋଷ ମିଶ୍ର ) ୧୦/୦୮, କନ୍ଧମାଳ ଜିଲ୍ଲାରେ ଆଜି ୧୭ ଜଣ ନୁଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭ ଜଣ ପୁରୁଷ ହୋଇଥିବା ବେଳେ ୧୦ ଜଣ ମହିଳା ରୋଗୀ ଅଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୯୧୬ ରେ ପଂହଚିଛି । ସେଥିରୁ ୫୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୩୮୨ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଅଜି ସୁଦ୍ଧା କରୋନାରେ ଅଅକ୍ରାନ୍ତ ହୋଇ ଜିଲ୍ଲାରେ ୫ ଜଣଙ୍କ ମୃତୁ୍ୟ ଘଟିଛି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀରୁ ୫ଜଣ ହୋଇଥିବାବେଳେ ଘୁ ଉଦୟଗିରିର ଜଣେ,ଦାରିଙ୍ଗବାଡି ଅଂଚଳର ୩ଜଣ,କ.ନୁଆଗାଁ ବ୍ଳକରୁ ଜଣେ,ତୁମୁଡିବନ୍ଧ ଅଂଚଳରୁ ୪ଜଣ,ବାଲିଗୁଡାର ଜଣେ ଏବଂ ଫିରିଙ୍ଗିଆ ବ୍ଳକ ଅଂଚଳରୁ ୨ଜଣ ରହିଥିବା ନେଇ ଆଜି କନ୍ଧମାଳ ଜିଲାପାଳ ଟ୍ୱିଟ୍ ଯୋଗେ ସୁଚନା ଦେଇଛନ୍ତି । କରୋନା ପଜିଟିଭଙ୍କ ସଂଖ୍ୟା ଜିଲ୍ଲାରେ ଦିନକୁ ଦିନ ବଢିଚାଲିଥିବାରୁ ପ୍ରଶାସନ ଚିନ୍ତାରେ ପଡିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଛି । ସେହିପରି ବାହାରକୁ ଆସିଲେ ହାତକୁ ଭଲଭାବେ ସାନିଟାଇଜ୍ କରିବାକୁ ପରାମର୍ଶ ଦେଇଛି । ସେହିପରି ଦୋକାନ ବଜାର ସକାଳ ୭ରୁ ଗୋଟାଏ ଯାଏଁ ଖୋଲା ରଖିବା ଲାଗି ନିଦେ୍ର୍ଦଶ ଦେଇଛି ପ୍ରଶାସନ ।