Odisha news

କନ୍ଧମାଳ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

0
ଫୁଲବାଣୀ ତା ୪।୮, :କନ୍ଧମାଳ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ,ସେମାନଙ୍କ ୧୦ ଦଫା ଦାବି ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଏଥିରେ ସେମାନଙ୍କ ମୁଖ୍ୟ ଦାବି  ,ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ରେ ରାଜ୍ୟର ପ୍ରତି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାମ ପ୍ରଦାନ କରାଯିବାକୁ ଥିବା, ୫୦ ଲକ୍ଷ ଟଙ୍କା କୁ ସିଧାସଳଖ ପଞ୍ଚାୟତ ଗୁଡିକୁ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଆଜି ଫୁଲବାଣୀ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସରପଞ୍ଚ ମହାସଂଘର ସଭାପତି ସୁଦର୍ଶନ କହଁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ ପଞ୍ଚାୟତର ତୃଣମୂଳସ୍ତରର ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ସରପଞ୍ଚ ମାନେ ଭଲ ଭାବରେ ଅବଗତ ଅଛନ୍ତି। ତେଣୁ ଏହି ଅର୍ଥ କୁ ବ୍ଲକ ମାଧ୍ୟମରେ ଖର୍ଚ୍ଚ କରା ନଯାଇ ସିଧାସଳଖ ପଞ୍ଚାୟତ ଗୁଡିକୁ ପ୍ରଦାନ କରାଗଲେ ଏହାର ସଠିକ୍ ଉପଯୋଗ ହେବା ସହିତ ଗ୍ରାମାଞ୍ଚଳର ଲୋକେ ଏହାର ଲାଭ ପାଇବେ ବୋଲି କହିବା ସହ  ସରପଞ୍ଚ ମାନଙ୍କ ଅନାସ୍ଥା ପ୍ରସ୍ଥାବକୁ ଉଛେଦ କରାଯିବା,ସେମାନଙ୍କୁ ମାସିକ ଭତ୍ତା ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା,ପଞ୍ଚାୟତ ଗୁଡିକ ପାଇଁ ଜରୁରୀ କାଳୀନ ପାଣ୍ଠି ଯୋଗାଇ ଦେବା, ସରପଞ୍ଚ ମାନଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦେବା, ଗ୍ରାମପଞ୍ଚାୟତ ଗୁଡିକୁ ମିଳୁଥିବା ୨୫ ରୁ ୨୮ ଲକ୍ଷ ଟଙ୍କାର ପାଣ୍ଠିକୁ ବୃଦ୍ଧି କରିବା,ଗ୍ରାମପଞ୍ଚାୟତ ର ବିକାଶ ପାଇଁ ହେଉଥିବା ପ୍ରତ୍ଯେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ପଲ୍ଲିସଭା ଓ ଗ୍ରାମ ସଭାରେ ନିଷ୍ପତ୍ତି ଗ୍ରହଣ କରାଯିବା,ପୁର୍ବ ପରି ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ର ଦାୟିତ୍ଵ ପଞ୍ଚାୟତ କୁ ହସ୍ତାନ୍ତର କରାଯିବା,ସରପଞ୍ଚ ମାନଙ୍କ କାର୍ଯ୍ୟକାଳ ଶେଷ ହେଲେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଅବସର କାଳୀନ ଭତ୍ତା ପ୍ରଦାନ କରାଯିବା ଏବଂ ସେମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା କରାଯିବା ଆଦି ୧୦ ଦଫା ଦାବି ରହିଛି। ଏହି ଅବସରରେ ମହାସଂଘର ଉପସଭାପତି ଶ୍ରୀମତୀ ଜାନକୀ ପ୍ରଧାନ, ସମ୍ପାଦକ ସଞ୍ଜୟ ନାୟକ ମଧ୍ୟ ସେମାନଙ୍କ ଦାବି ଗୁଡିକ ବାବଦରେ କହିଥିଲେ। ଏହା ସହିତ କନ୍ଧମାଳ ଜିଲ୍ଲାର ସରପଞ୍ଚ ମହାସଂଘ ହିଁ ଉପୋରୋକ୍ତ ଦାବି ଗୁଡିକ ଉତ୍ଥାପନ କରିଛି। ପରେ ରାଜ୍ୟ ସଂଘ ପକ୍ଷରୁ ମଧ୍ୟ ଏହି ଦାବି  ସରକାରଙ୍କ ନିକଟରେ ଆଗତ କରାଯିବା ସହ ଏହି ଦାବି ପାଇଁ ରାଜ୍ୟ ବ୍ଯାପି ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ସଂଘର ସହସମ୍ପାଦକ ଲାଲମୋହନ କହଁର, କୋଷାଧ୍ୟକ୍ଷ ରୋହିତ କହଁର ଏବଂ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ, ସଦସ୍ୟା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
Leave A Reply