ଫୁଲବାଣୀ ୩।୪, ଫୁଲବାଣୀ ର ଅଜୟ ପାତ୍ର ନାମକ ଜଣେ ବ୍ଯବସାୟୀ ସ୍ଥାନୀୟ ଏକ୍ସିସ୍ ବ୍ୟାଙ୍କ୍ ରେ ଟଙ୍କା ଜମା କରିବା ପାଇଁ ଏକ ବ୍ଯାଗରେ ଟଙ୍କା ନେଇ ବାଇକରେ ତାଙ୍କର ଗୁମାସ୍ତା ସହିତ ଯାଉଥିବା ବେଳେ ବ୍ଯାଙ୍କ ନିକଟରୁ ହିଁ ଏକ କଳା ରଙ୍ଗର ବଜାଜ୍ ପଲସର ବାଇକ ଯୋଗେ ଦୁଇ ଜଣ ଲୁଟେରା ଆସି ବ୍ଯବସାୟୀଙ୍କଠାରୁ ବ୍ଯାଗ ଝାମ୍ପି ଥିଲେ। ଫଳରେ ବ୍ଯବସାୟୀ ଅଜୟ ପାତ୍ର ତାଙ୍କ ଗୁମସ୍ତା ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଯାଇଥିଲେ। ଏହାର ସୁଯୋଗରେ ଲୁଟେରା ମାନେ ତାଙ୍କ ର ଟଙ୍କା ବ୍ଯାଗଟି ଲୁଟି ନେଇ ସେଠାରୁ ଫେରାର୍ ହୋଇ ଯାଇଥିଲେ। ତେବେ ସେହି ବ୍ଯାଗରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଥିବା କହିଛନ୍ତି ଅଜୟ ପାତ୍ରଙ୍କ ବଡ ଭାଇ ସାସ୍କର ପାତ୍ର। ଖବର ପାଇ ସାସ୍କର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଆହତ ଅଜୟ ପାତ୍ରଙ୍କୁ ଡାକ୍ତରଖାନା ପଠାଇ ଫୁଲବାଣୀ ଟାଉନ୍ ଥାନା ରେ ଏକ ଅଭିଯୋଗ କରି ଥିଲେ। ଅଭିଯୋଗ ପରେ ଟାଉନ୍ ଥାନା ଅଧିକାରୀ ଅଶୋକ କୁମାର ଗିରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଫୁଟେଜ କୁ ମଧ୍ୟ ତଦନ୍ତ କରୁଥିବା ଜଣାପଡିଛି। ତେବେ ଏକ ଜନଗହଳି ଯାଗାରୁ ସ୍ପଷ୍ଟ ଦିବା ଆଲୋକରେ ବ୍ୟବସାୟୀଙ୍କ ଠାରୁ ଏହିଭଳି ବଡ ଧରଣର ଲୁଟ୍ ହେବା ଘଟଣା ଫୁଲବାଣୀ ସହରରେ ଚହଳ ସୃଷ୍ଟି କରିଛି। ବ୍ୟବସାୟୀଙ୍କ ବ୍ଯାଗରେ ସମୁଦାୟ ୧୭ ଲକ୍ଷ ୫୦ ହଜାର ଟଙ୍କା ଥିବା ନେଇ ସୁଚନା ଦେଇଛନ୍ତି ସାସ୍କର ପାତ୍ର।ତେବେ ଗତ ଦୁଇ ଦିନ ଧରି ବ୍ଯାଙ୍କ ବନ୍ଦ ଥିବାରୁ ଆଜି ବ୍ଯବସାୟୀ ସାସ୍କର ପାତ୍ର,ବ୍ଯାଙ୍କରେ ଟଙ୍କା ଜମା କରିବା ପାଇଁ ଭାଇ ଅଜୟଙ୍କୁ ତାଙ୍କର ଗୁମାସ୍ତା ସହିତ ପଠେଇ ଥିଲେ। ଗୋଟିଏ ବାଇକରେ ସେମାନେ ପ୍ରଥମେ ଷ୍ଟେଟ୍ ବ୍ଯାଙ୍କ ରେ କିଛି ଟଙ୍କା ଜମା କରିବା ପରେ ଅବଶିଷ୍ଟ ୧୭ ଲକ୍ଷ ୫୦ ହଜାର ଟଙ୍କା ନେଇ ଆକ୍ସିସ୍ ବ୍ଯାଙ୍କ କୁ ଯାଉଥିବା ବେଳେ ଲୁଟେରା ମାନେ ଏହି କାଣ୍ଡ ଘଟାଇଛନ୍ତି।
