Odisha news

୩୬ତମ ଜାତୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପରେ ରୋପ୍ୟ ପଦକ ପାଇଲେ ସୁଶ୍ରୀ ଓ ଜେ. ସାଇରାମ

0
ବ୍ରହ୍ମପୁର : ବ୍ରହ୍ମପୁର ଛାତ୍ରଛାତ୍ରୀ ତାଏକୋଣ୍ଡ ଚାମ୍ପିଅନସିପରେ ଜାତୀୟ  ସ୍ତରରେ ପାଇଛନ୍ତି ସଫଳତା ।ଗତମାସ ମାର୍ଚ୍ଚ ୨୮ ରୁ୩୧   ମଧ୍ୟରେ ରାଜସ୍ଥାନ ସ୍ଥିତ କୋଟା ବିଶ୍ୱବିଦ୍ୟାଳୟ ଠାରେ ୩୬ତମ ଜାତୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପ ଅନୁଷ୍ଠିତ ହୋଇଥିଲା।ସେଥିରେ ବ୍ରହ୍ମପୁର ର ସୁଶ୍ରୀ ଦିକ୍ସିତା ଓ ଜେ. ସାଇରାମ ପୃଷ୍ଟି  ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଯୁଗ୍ମ ବର୍ଗ ରେ ରୋପ୍ୟ ପଦକ ହାସଲ କରିଛନ୍ତି। ଦୁହେଁ ବ୍ରହ୍ମପୁର ରେ ଥିବା  ଜାଗୁଆର ଏକାଡେ଼ମୀ ଅଫ ମାର୍ଶାଲ ଆର୍ଟ ଠାରେ ପ୍ରଶିକ୍ଷଣ ନେଇଛନ୍ତି । ମାର୍ଚ୍ଚ ୦୯ ରୁ ୧୦ ମଧ୍ୟରେ ପୁରୀ ଠାରେ  ହୋଇଥିବା ରାଜ୍ୟ  ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ପଦକ ହାସଲ କରି ଜାତୀୟ ସ୍ତରୀୟ ସବଜୁନିୟର ତାଏକୋଣ୍ଡ ଚାମ୍ପିଅନସିପରେ  ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇଥିଲେ। ଏହି ଚାମ୍ପିଅନସିପରେ ଅମ୍ବିକା ପ୍ରାସାଦ ଦାସ ପ୍ରଶିକ୍ଷକ ଭାବେ ଯାଇଥିଲେ, ଉଭୟେ ଭଲ ପ୍ରଦର୍ଶନ କରି ରୋପ୍ୟ ପଦକ ହାସଲ କରିଛନ୍ତି ଆଗମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଦେଶ ତରଫରୁ ପ୍ରତିନିଧିତ୍ଵ କରିବା ପାଇଁ ଅଭ୍ୟାସ ଜାରିରଖିଛନ୍ତି।
Nalco
Leave A Reply