Odisha news

କିଟ ବିଶ୍ୱବିଦ୍ୟାଳୟ ଓ ଭଗବତୀ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ଚୁକ୍ତି ସ୍ବାକ୍ଷରିତ।

0

କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଭଗବତୀ ମହାବିଦ୍ୟାଳୟରେ ଗବେଷଣା, ଶୈକ୍ଷିକ ବାତାବରଣ ଓ ଶିକ୍ଷା ଭିତିଭୁମିକୁ ସୁଦୃଢ଼ କରିବା, ପରୀକ୍ଷାଗାର ସମେତ ବିଭିନ୍ନ ବିଭାଗରେ କର୍ମଶାଳା ମାନ ଆୟୋଜନ କରିବାର ମହତ୍ବ ଲକ୍ଷ୍ୟ ସଫଳତା ନିମନ୍ତେ ଭୁବନେଶ୍ବର ସ୍ଥିତ କିଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅବତାର ମିଶ୍ରଙ୍କ ମଧ୍ୟରେ ଏକ ବୁଝାମଣା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣା ଚୁକ୍ତି ସ୍ବାକ୍ଷରିତ ହେବା ଫଳରେ ମହାବିଦ୍ୟାଳୟର ଶିକ୍ଷାର ଉନ୍ନତି, ଶୈକ୍ଷିକ ବାତାବରଣ ସୃଷ୍ଟି, ଛାତ୍ର ଛାତ୍ରୀ ମାନଙ୍କ ଗବେଷଣା, ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷଣ ଓ କର୍ମଶାଳା ଆୟୋଜନ ମାଧ୍ୟମରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ଏହି ବୁଝାମଣା ଚୁକ୍ତି ଆସନ୍ତା ୩ବର୍ଷ ନିମନ୍ତେ ବଳବତ୍ତର ରହିବ ବୋଲି କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟରେ ନାମ ଲେଖାଇ ୩ବର୍ଷ ମଧ୍ୟରେ ଏହି ସୁବିଧା ସୁଯୋଗକୁ ହାସଲ କରି  ଛାତ୍ରଛାତ୍ରୀମାନେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅବତାର ମିଶ୍ର ନିବେଦନ କରିଛନ୍ତି।

Nalco
Leave A Reply