Odisha news

ଜିଲ୍ଲା ବାର ଆସୋସିଏସନ ଫୁଲବାଣୀର ନୂତନ କର୍ମକର୍ତା ଚୟନ : ବିଶ୍ୱଜିତ ସଭାପତି ବୀଣାପାଣି ସମ୍ପାଦିକା

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲା ବାର ଆସୋସିଏସନ ଫୁଳବାଣୀର ନୁତନ କର୍ମକର୍ତା ଚୟନ କରାଯାଇଛି । ଆଜି ଏହି କାର୍ଯ୍ୟକ୍ରମକୁ ଫୁଲବାଣୀର ବରିଷ୍ଠ ଆଇନଜୀବି ପ୍ରତାପ କୁମାର ପାତ୍ର ପରିଚାଳନା କରିଥିଲେ । ସମସ୍ତ ସଦସ୍ୟଙ୍କ ସମ୍ମତିକ୍ରମେ ଆସୋସିଏସନର ସଭାପତି ଭାବରେ ଆଇନଜୀବ ବିଶ୍ୱଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବରେ କୁଞ୍ଜବିହାରୀ ଶତପଥିଙ୍କୁ ମନୋନିତ କରାଯାଇଛି । ସମ୍ପାଦିକା ଭାବରେ ବୀଣାପାଣି ପ୍ରଧାନଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ଯୁଗ୍ମ ସମ୍ପାଦିକା ଭାବରେ ନନ୍ଦିତା କୁମାରୀ ଏବଂ କୋଷାଧ୍ୟକ୍ଷ ଭାବରେ ଜ୍ଞାନେନ୍ଦ୍ରନାଥ ପାଢୀଙ୍କୁ ନିର୍ବାଚିତ କରାଯାଇଛି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ପଙ୍କଜ ବେହେରା ଏବଂ ନମିତା ସାହୁଙ୍କୁ ଚୟନ କରାଯାଇଥିବା ନେଇ ଆସୋସିଏସନର ନୁତନ ସଭାପତିଙ୍କ ସୂତ୍ରରୁ ଜଣାପଡିଛି ।

 

Leave A Reply