Odisha news

ଦାରିଙ୍ଗବାଡିରେ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ,ସ୍ୱେଛାସେବୀ ଶିକ୍ଷକ ସମ୍ମାନିତ

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ଜାଗୃତି ଦାରିଙ୍ଗବାଡି ପରିସରରେ ଶିଶୁ ପ୍ରତିଭା ୨୦୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଅନ୍ତରଙ୍ଗ,ଆକ୍ସନଏଡ ଏବଂ ଜାଗୃତିର ମିଳିତ ସହେଯାଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାଗୃତିର ସମ୍ପାଦକ କୈଳାସ ଦଣ୍ଡପାଟଙ୍କ ସମେତ କନ୍ଧମାଳ ଅନ୍ତରଙ୍ଗର ସଭାପତି ଦିଲ୍ଲିପ କୁମାର ସାହୁ,ସମ୍ପାଦକ ହୃଶିକେଶ ପ୍ରଧାନ,ବ୍ଳକ ସ୍ତରୀୟ ଅନ୍ତରଙ୍ଗ ସଭାନେତ୍ରୀ ରମାଦେବୀ ପ୍ରଧାନ,ଶିଶୁ କ୍ଳବ ସଭାପତି ଅଭିଶେଖ ବଳିଆସିଂ ଏବଂ ସମ୍ପାଦିକା ଶିଖା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇଥିବା ଶିଶୁ ମାନଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବାବଦରେ ସଚତେନତା ଓ ଶିକ୍ଷାର ବିକାଶ ବିଷୟରେ ଆଲୋଚନା କରାଯାଇଥିଲା । ଶିଶୁ ମାନଙ୍କ ମଧ୍ୟରେ ଥିବା କଳା ଓ ଅନ୍ତଃର୍ନିହିତ ଗୁଣ ଥିବା ସମସ୍ତ ଶିଶୁ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା । ଏଥିରେ କୃତି ଶିଶୁ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଗ୍ରାମାଂଚଳର ଗରିବ ଶିଶୁ ମାନଙ୍କୁ ମାଗଣାରେ ପାଠ ପଢାଉଥିବା ସ୍ୱେଛାସେବୀ ଶିକ୍ଷକମାନଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।

 

Nalco
Leave A Reply