Odisha news

ଫୁଲବାଣୀ : କୁମ୍ବିଙ୍ଗବେଳେ ମାଓ ପୁଲିସ୍ ଗୁଳିବିନିମୟ ,୨ମହିଳା ସମେତ ୪ କ୍ୟାଡର ମାଓବାଦୀ ନିହତ , ଅସ୍ତ୍ରଶସ୍ତ୍ର ଜବତ

0

ଫୁଲବାଣୀ,୦୫/୦୭ କିନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ପଂଚାୟତର ଶିରିକୁଟି ଗ୍ରାମ ନିକଟରେ ଥିବା ବଙ୍ଗେରୀ ପାହାଡ ନିକଟରେ ଆଜି ଏସ୍ଓଜି ଏବଂ ଡିଭିଏଫ୍ ଜବାନଙ୍କ କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହିତ ଗୁଳିବିନିମୟରେ ଜବାନଙ୍କ ଗୁଳିରେ ୪ ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି ।

ନିହତ ମାଓବାଦୀଙ୍କ ମଧ୍ୟରେ ୨ଜଣ ମହିଳା କ୍ୟାଡର ମଧ୍ୟ ରହିଛନ୍ତି । ସେଠାରୁ ପୋଲିସକୁ ବହୁତ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିବା ଆଜି ସଂନ୍ଧ୍ୟରେ । ରାଜ୍ୟ ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ ଜଣାଇଛନ୍ତି । ତେବେ ମୃତ ମାଓବାଦୀ ମାନଙ୍କର ପରିଚୟ ମିଳିନଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ବିଜିଏନ ମାଓ ସଂଗଠନର ରାଜ୍ୟ ସ୍ତରୀୟ ମାଓ ନେତା ଥିବା ଅନୁମାନ କରାଯାଉଛି ସେମାନଙ୍କର ଚିହ୍ନଟ ହେବାପରେ ହିଁ ତାହା ଜଣାପଡିବ ବୋଲି କହିଛନ୍ତି ଡିଜି ।

ମିଳିଥିବା ସୂଚନା ଅନୁଯାୟୀ ଘଟଣା ସ୍ଥଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଚଳପ୍ରଚଳ ନେଇ ଏସପି ପ୍ରତିକ୍ ସିଂ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କୁମ୍ବିଂ ଅପରେସନ ଜୋରଦାର କରିବାକୁ ଏସଓଜିକୁ ନିଦେ୍ର୍ଦଶ ଦେଇଥିଲେ । ଟିମ୍ ଶନିବାର ରାତିରେ କୁମ୍ବିଂ କରୁଥିବା ବେଳେ ଶିରିକୁଟି ନିକଟରେ ଭୋର ପ୍ରାୟ ୪.୩୦ରେ ହଠାତ୍ ମାଓବାଦୀଙ୍କ ଆଡୁ ପ୍ରଥମେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ହେଣ୍ଡଗ୍ରନେଡେରେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ । ପୋଲିସ ପକ୍ଷରୁ ସେମାନଙ୍କୁ ଆତ୍ମସମର୍ପଣ କରିବାପାଇଁ ଚେତାବନୀ ଦିଆଯାଥିଲା । ସେମାନେ ଏହା ନଶୁଣିବା ଫଳରେ ଏହାର ଜବାବରେ ଜବାନ ମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ । ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଧରି ସେଠାରେ ଗୁଳିବିନିମୟ ହୋଇଥିଲା ।

ତେବେ ପୁଲିସର ଜୋରଦାର ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ ଏବଂ ଘଂଚ ଜଙ୍ଗଲ ମଧ୍ୟକୁ ପଳାଇ ଥିଲେ । ପୁଲିସ୍ ପକ୍ଷରୁ ପରେ ସେଠାରେ ସର୍ଚ ଅପରେସନ କରିବାରେ ୨ଜଣ ମହିଳା ମାଓବାଦୀଙ୍କ ସମେତ ୪ ଜଣ ମାଓବାଦୀଙ୍କ ମୃତ ଶରୀର ପାଇବା ସେଠାରେ ଏକମାଓ ଶିବିର ଠାବ କରିଥିଲା । ଏହି ଶିବିରରୁ ପୁଲିସ୍ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ସମେତ ଗୋଟିଏ ୩ଟି ଏସଏଲଆର ସମେତ ମେଗାଜିନ, ୨ଟି ଇନ୍ସାସ ଓ ମାଗାଜିନ୍,୨ଟି ଦେଶୀ ବନ୍ଧୁକ,ୱାକିଟକି,ବେଟେରୀ,ସୋଲାରପ୍ଲେଟ୍,୩ଟି,ଛୋଟ ଇନଭର୍ଟର,୪ଟି ରେଡିଓ,ଏସଏଲଆର୍ ପାଉଚ୍,ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣରେ ମାଓ ଜବତ କରିଛି ପୋଲିସ । ଉକ୍ତ କ୍ୟାମ୍ପରେ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ମାଓବାଦୀ ଥିବାର ଅନୁମାନ କରାଯାଉଛି । ଫେରାର ହୋଇ ଯାଇଥିବା ଅନ୍ୟ ମାଓବାଦୀଙ୍କୁ ଧରିବାକୁ ଏସଓଜି ଟିମ୍ କୁମ୍ିଂ ଅପରେସନ ଜାରି ରଖିଥିବା ଜଣା ପଡିଛି ।

ଖବର ପାଇ ସକାଳୁ ଏସପି ପ୍ରତିକ୍ ସିଂ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିବା ସହ ୪ ମାଓବାଦୀଙ୍କ ମୃତ ଶରୀର ଫୁଲବାଣୀ ରିଜର୍ଭ କାର୍ଯ୍ୟାଳୟକୁ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଏକ ଟ୍ରକରେ ମୃତ ଶରୀର ଓ ଜବତ ମାଓ ସାମଗ୍ରୀ ରିଜର୍ଭ ପୁଲିସର ମୁଖ୍ୟାଳୟକୁ ନିଆଯାଇଛି । ସେଠାରେ ସମସ୍ତଙ୍କର ଚିହ୍ନଟ କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣା ପଡିଛି । ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ ଅଭୟ ଅପରାହ୍ନରେ ଫୁଲବାଣୀରେ ପହଂଚିଛନ୍ତି । ଏଥି ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଟୁଇଟ୍ କରି କନ୍ଧମାଳ ପୁଲିସକୁ ବୋଧେଇ ଜଣାଇଛନ୍ତି । ୫ ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏସଓଜି ଟିମ୍ ଏକ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ସେଠାରୁ ୧୫ କିଲୋ ବିସ୍ପୋରକ ଜବତ କରିଥିଲା । ଆସନ୍ତା ୨୬ ତାରିଖରୁ କେକେବିଏନ ମାଓ ସଂଗଠନ ସହିଦ୍ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ଚଳାଇ ଜିଲ୍ଲାରେ ବଡ ଧରଣର ଅଘଟଣ କରିବାର ଯୋଜନା କରୁଥିବା ଖବର କନ୍ଧମାଳ ପୁଲିସ ପାଇବା ପରେ ଜିଲ୍ଲାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ଏସପି ଶ୍ରୀ ସିଂ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୮ ମସିହାରେ ଖଜୁରିପଡା ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ନିକଟରେ ପୁଲିସର ଏନକାଉଂଟରରେ ୫ ଜଣ ମାଓବାଦୀଙ୍କର ମୃତୁ୍ୟ ହୋଇଥିଲା । ଗତ ବର୍ଷ ମଧ୍ୟ ବାଲିଗୁଡା ଦଡକିଙ୍ଗିଆ ନିକଟରେ ଅନ୍ୟ ଏକ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କର ମୃତୁ୍ୟ ହୋଇଥିଲା ।

Leave A Reply

Your email address will not be published.