Odisha news

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡ଼ାକ୍ତରଙ୍କୁ କରୋନା!

0

ରାୟଗଡା,୫ ।୭ ( Rabindra patkhandal)- ଗତ ତିନି ଦିନଧରି ରାୟଗଡ଼ା ସହର ପଢୁଛି ଉଠୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି । କେତେ ସୁରଖିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ଯିବା ଆଉ ଚିକିତ୍ସା କରାଇବାରେ ଲୋକଙ୍କ ମନରେ ଭୟଭିତ ହୋଇ ଅଛନ୍ତି । ତେବେ ତିନିଦିନ ଧରି ଚର୍ଚ୍ଚା ଜିଲ୍ଲାଟା ସାରା ଚାଲିଥିବା ବେଳେ ପ୍ରଶାସନ କୌଣସି ମୁହଁ ଖୁଲୁନଥିବା ଯୋଗୁଁ ୮ଲକ୍ଷ ଲୋକଙ୍କ ଚିକିତ୍ସା ବିପନ୍ନରେ ପଡିଛି ।

ତେବେ ରାୟଗଡା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ କରୋନା ଆକ୍ରାନ୍ତ ହୋଇଥିବା ସନେ୍ଦହ କରାଯାଉଛି । କରୋନା ଲକ୍ଷଣ ଦେଖା ଦେବା ପରେ ରାୟଗଡା ଠାରେ ତାଙ୍କର ସ୍ୱାବ ପରୀକ୍ଷଣ କରାଯାଇଥିଲା । ରିପୋର୍ଟ ତାଙ୍କର ପଜେଟିଭ ଆସିଥିଲା । ତେବେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁଣି ଥରେ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ଭୂବନେଶ୍ୱର ଆରଏମଆରସିକୁ ପଠାଯାଇଛି । ଶିଶୁ ବିଶେଷଜ୍ଞ କରୋନ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମୀଚାରୀ ଚିନ୍ତାରେ ପଡିଛନ୍ତି । ଆକ୍ରାନ୍ତ ଡାକ୍ତର ଜଣକ ବର୍ହି ବିଭାଗରେ ରୋଗୀ ଦେଖିବା ସହ ଏସଏନସିୟୁ ପରିଦର୍ଶନ କରିଛନ୍ତି ସେଠାରେ ୩୫ ଶିଶୁଙ୍କୁ ଚିକିତ୍ସା କରିଛିନ୍ତି । ୱାଡ଼ରେ ଥିବା ୫୯ ଜଣ ଶିଶୁଙ୍କ ଚିକିତ୍ସା କରିଥିଲେ ଡାକ୍ତର ଜଣକ । ଡାକ୍ତରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ୩୧ ଜଣ ଶିଶୁଙ୍କୁ ଡିସଚାର୍ଜ କରାଯାଇଥିଲା । ୪ ଜଣ ଶିଶୁ ସିକ୍ଲିନ ରୋଗରେ ପୀଡିତ ଯୋଗୁଁ ସେମାନଙ୍କୁ ଡିସଚାର୍ଜ କରାଯାଇନାହିଁ ।

ଡ଼ାକ୍ତର ଜଣକ ନିୟୁକୋଳନି ସ୍ଥିତ ଆଦିଦ୍ୟା ଡ଼କ୍ଟରସ୍‌ ପ୍ଲାଜାରେ ୧୫ ଜଣ ଶିଶୁଙ୍କୁ ଚିକିତ୍ସା କରାଯାଇଥିବା ନେଇ ସୁଚନା ରହିଛି । ବିଡ଼ମ୍ବନାର ବିଷୟ ହେଲା ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି ଜଣେ ଚତୁର୍ଥଶ୍ରେଣୀ ମହିଳା କର୍ମଚାରୀଙ୍କୁ ପଜେଟିଭ ହୋଇଥିବା ନେଇ ଚର୍ଚ୍ଚା ଚାଲିଛି । ତେବେ ମୁଖ୍ୟ ଚିକିତ୍ସାଳୟର ୩୪ ଶର୍ଯ୍ୟ ବିଶିଷ୍ଟ ଶିଶୁ ୱାଡ଼କୁ ବନ୍ଦ କରାଯାଇଛି ଏବଂ ଚିକିତ୍ସାଳୟକୁ ସେନିଟାରି କାଯାଇଛି । ଆଜି ସକାଳୁ ଠାରୁ ଏହି ଆଦିଦ୍ୟା ଡ଼କ୍ଟରସ୍‌ ପ୍ଲାଜା ଓ ସେହି ପ୍ଲାଜା ନିକଟସ୍ଥ ବାସଗୃହ ଯାଏ କଣ୍ଟେନମେଣ୍ଟ ଘୋଷଣା କାରାଯାଇ ବାଡ଼ ଦିଆଯାଇଛି । ଆକ୍ରାନ୍ତ ଡାକ୍ତର ଜଣକ କିଛି ଦିନ ତଳେ ଗଂଜାମ ଯାଇ ଫେରିଥିଲେ । ଗଂଜାମରେ ରହଣି ସମୟରେ ସେ ଘରୋଇ ସେବା ଦେଇ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଜିଲ୍ଲା ପ୍ରଶାସନ କୌଣସି ସୂଚନା ଦେଇନାହିଁ ।

Leave A Reply

Your email address will not be published.