ମାଲକାନଗିରି !ତା:୫.୭.୨୦୨୦ ( ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମାଲକାନଗିରି ବ୍ଲକର ୧୨ଟି ପଞ୍ଚାୟତକୁ ବିଦ୍ଯୁତ ସେବା ଠିକ ଭାବରେ ଯୋଗାଣ ହୋଇ ପାରୁ ନାହିଁ!ଦିନରେ ୨ ଘଣ୍ଟା ରାତିରେ ୩ ଘଣ୍ଟା ବିଦ୍ଯୁତ ଆସିଲେ ବଡ କଥା !ଲୋକେ ଗ୍ରୀଷ୍ମ ଦନେ ଅସହ୍ଯ ଗୁଳୁଗୁଳିରେ ଦିନ କାଟିଲେ !ଏବେ ଆସିଲା ବର୍ଷା ଦିନ !ଜଂଗଲ ଅଞ୍ଚଳ ଘରେ ଆଲୁଅ ନଥିଲେ ବିଷଧର ସର୍ପ ପଶିବାର ଯଥେଷ୍ଟ ସମ୍ଭାବନା ଅଛି !ତେବେ ଆଦିବାସୀ ଗ୍ରାମାଞ୍ଚଳ ହେତୁ ବିଦ୍ଯୁତ ବିଭାଗକୁ ଯେତେ ଜଣାଇଲେ ମଧ୍ଯ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ଧ୍ଯାନ ଦେଉନଥିବା ଅଭିଯୋଗ ହେଉଛି !ଏଣି କି ଲୋକମାନଂକ ମନରେ ବିଦ୍ଯୁତ ଯୋଗାଣରେ ଅବହେଳା ଯୋଗୁଁ ଅସନ୍ତୋଷର ଦାନା ବାନ୍ଧୁଛି !କେତେ ବେଳେ ଏହି ଅସନ୍ତୋଷ କି ରୁପ ନେବ କହିବା କଷ୍ଟ ସାଧ୍ଯ !
ଘଟଣାରୁ ପ୍ରକାଶ ଯେ ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ଗ୍ରାମ ଠାରେ
ସାଉଥକୋ ଦ୍ବାରା ଏକ ଫିଡର ରହିଛି !ସେହି ଫିଡରରୁ ଗଂଗଲା,ପାଣ୍ଡ୍ରିପାଣି,ପେଦାୱାଡା, କତାମେଟା,ପଦ୍ମଗିରି,ବୀରଲକ୍ଷ୍ମପୁର ଆଦି ୧୨ଟି ପଞ୍ଚାୟତକୁ ବିଦ୍ଯୁତ ଯୋଗାଣ ହୋଇଥାଏ !କିନ୍ତୁ ବାରମ୍ବାର ବ୍ରେକ୍ ଡାଉନ୍ ଯୋଗୁଁ ବିଦ୍ଯୁତ ଯୋଗାଣରେ ବିଭ୍ରାଟ ଏ ଅଞ୍ଚଳରେ ବର୍ଷ ବର୍ଷ ଧରି ଲାଗି ରହୁଥିଲେ ମଧ୍ଯ ଏହି ସମସ୍ଯାର ସମାଧାନ କରିବା ଲାଗି ସାଉଥକୋ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ଧ୍ଯାନ ଦେଉନଥିବା ଯୋଗୁଁ ୧୨ଟି ପଞ୍ଚାୟତର ଜନ ସାଧାରଣ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି !କିନ୍ତି ବିଦ୍ଯୁତ ବିଲ୍ ପୈଠରେ ଡେରି ହେଲେ ବିଦ୍ଯୁତ ବିଛେଦ ପାଇଁ କର୍ମଚାରୀମାନେ ନାଲି ଆଖି ଦେଖାଇବାରେ ଅବହେଳା କରନ୍ତି ନାହିଁ !କିନ୍ତୁ ଜନ ସାଧାରଣଂକୁ ସେବା ଯୋଗାଇବାରେ ସାଉଥକୋ କର୍ମଚାରୀମାନେ ଚରମ ଅବହେଳା କରନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି !
ଏକ ବିଦ୍ଯୁତ କର୍ମଚାରୀଂକ କହିବା ଅନୁସାରେ ୧୨ଟା ପଞ୍ଚାୟତକୁ ମାତ୍ର ୨ ଜଣ ଅସ୍ଥାୟୀ ୱାର୍କର କାମ କରୁଛନ୍ତି !ବିଦ୍ଯୁତ ବ୍ରେକ୍ ଡାଉନ୍ ହେଲେ ମରାମତି କରିବା ସହଜ ସାଧ୍ଯ ହୋଇ ପାରୁ ନାହିଁ !ପାଣ୍ଡ୍ରିପାଣି ସବ୍-ଷ୍ଟେସନରେ ଅତି କମରେ ୧୫ ଜଣ ୱାର୍କର ଆବଶ୍ଯକ ! ଦୀର୍ଘ ଦିନ ହେଲା ୨ ଜଣ ସ୍ଥାନୀୟ ଅସ୍ଥାୟୀ ୱାର୍କର କାମ କରୁଛନ୍ତି!କର୍ମଚାରୀ ଅଭାବ ହେତୁ ବିଦ୍ଯୁତ ଯୋଗାଣରେ ବର୍ଷ ବର୍ଷ ଧରି ବିଭ୍ରାଟ ଦେଖାଦେଇଛି !ତେବେ ସାଉଥକୋ କାହାରିକୁ ନିଯୁକ୍ତି ନଦେଇ କୁମ୍ଭ କର୍ଣ୍ଣ ନିଗରେ ଶୋଇଛି! ସାଉଥକୋ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଏହାର ସମାଧନ ନକଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ଯ ହେବେ ବୋଲି ଗଣ ମାଧ୍ଯମକୁ ସୂଚନା ପ୍ରଦାନ କରିଛନ୍ତି !ଏ ସଂପର୍କରେ ମାଲକାନଗିରି ସାଉଥକୋ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀଂକୁ ମୋବାଇଲ ମାଧ୍ଯମରେ ଯୋଗାଯୋଗ କଲେ ମଧ୍ଯ କୌଣସି
ଉତ୍ତର ଦେବାକୁ ପ୍ରସ୍ତୁତ ନଥିଲେ!