କୋଣାର୍କ : କରୋନା ମହାମାରୀ ଦିନକୁଦିନ ତାର କାୟା ବିସ୍ତାର କରିଚାଲିଛି।ଏହି ରୋଗ ପାଇଁ ମେଡିସିନି ବାହାରି ନଥିବାରୁ କେବଳ ସେଚେତନ ଓ ପ୍ରତିଷେଧକ ମାନ ଗ୍ରହଣ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇ ପତିଷେଧ ସ୍ୱରୁପ ମାସ୍କ ସାନିଟାଇଜର ଓ ସମାନତା ରଖିବା ପାଇଁ କୁହାଯାଉଛି।ଏହାର ଖୀଲାପ କଲେ ସ୍ଥାନୀୟ ପ୍ରଶାଶନ ଆଇନି ଅନୁଯାଇ ସମ୍ପୁକ୍ତ ବେକ୍ତି କିମ୍ବା ଅନୁଷ୍ଠାନ ଉପରେ ଜୋରିମାନା ସହ କଯ୍ୟାନୁଷ୍ଠାନ ନେବାର କ୍ଷମତା ମଧ୍ୟ ଦିଆଯାଇଛି।କିନ୍ତୁ ଦେଖା ଯାଉଛି କୋଣାର୍କରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ପରି ଲକ୍ଷିତ ହେଉଛି।ସ୍ଥାନୀୟ ଏନ ଏ ସି ଓ ପୋଲିସର କୋହଳ ମନଭାଵ ଯୋଗୁଁ ଅଂଛଳର ଲୋକମାନେ ବିନା ମାସ୍କ ରେ ବଜାରରେ ପଇଁତରା ମାରି ବୁଲୁଛନ୍ତି।
ଏବଂ ସମାନତା ନରଖି ବିଭିନ୍ନ ଦୋକାନ ମାନଙ୍କରେ ବସି ଖୋଲମ ଖୋଲା ଖଟି କରୁଛନ୍ତି।ଯାହା ସରକାରଙ୍କ ର କୋଭିଡ଼ି ନିୟମ କୁ ପୁରା ଉଲଂଘନ କରୁଛି।ବିନା ମାସ୍କ ଓ ସମାନତା ରଖୁ ନଥିବାରୁ ଅତିସହଜରେ କରୋନା ଭୁତାଣୁ ଅନାୟସରେ ଅଂଛଳରେ ପ୍ରବେଶ କରିବାର ବାଟ ଫିଟୁଛି।ଏବଂ ସନ୍ଧ୍ୟା ହେଲେ ବିଭିନ୍ନ ଦୋକାନ ମାନଙ୍କରେ ଗହଳି ଦେଖାଯାଉଛି।ପୁରୀ ଜିଲ୍ଲାପାଳ ଜିଲ୍ଲାକୁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା କରି ଜିଲ୍ଲା ଭିତରୁ ଅନ୍ୟ ଜିଲ୍ଲାର ଲୋକଙ୍କ ପ୍ରବେଶ ପାଇଁ କଟକଣା ଲଗାଈଥିବାବେଳେ ସ୍ଥାନୀୟ ପ୍ରଶାଶନ ର ବେପାରୁଆ କୋହଳ ମନୋଭାବ ଯୋଗୁଁ କୋଣାର୍କରେ ଦିନକୁଦିନ କୋଭିଡ଼ି ଗାଇଡି ଲାଇନି ଲୋକମାନେ ଉଲ୍ଲଙ୍ଘକରୁଥିବାର ଦେଖାଯାଉଛି। ଯାହା ଭବିଷ୍ୟତ ରେ କରୋନା ଭୁତାଣୁ କୁ ସହଜରେ ଅଂଛଳରେ ପ୍ରବେଶ କରିବାର ବାଟ ଫିଟୁଛି।