Odisha news

କୋଭିଡ-୧୯ ଚିତ୍ରକଳା ପ୍ରଦର୍ଶନ କରି ଖଲ୍ଲିକୋଟ ର ୪ ଚିତ୍ରଶିଳ୍ପୀ ଲଳିତକଳା ଏକାଡେମୀ ଦ୍ୱାରା ପୁରସ୍କୃତ ।

0

ଖଲ୍ଲିକୋଟ–୫/୭–କୋଭିଡ-୧୯ ଚିତ୍ରକଳା ପ୍ରଦର୍ଶନ କରି ଖଲ୍ଲିକୋଟ ର ୪ ଚିତ୍ରଶିଳ୍ପୀ ଲଳିତକଳା ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।ଏହି ଖବର ପ୍ରଚାରିତ ହେବା ପରେ ଖଲ୍ଲିକୋଟ ରେ ଖୁସି ର ଲହରୀ ଖେଳିଯାଇଛି ।ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗତ ଅପ୍ରେଲ ମାସରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫ଶହ ଚିତ୍ରଶିଳ୍ପୀ ଅନ ଲାଇନ ଆବେଦନ ସହ ନିଜର କଳାକୃତି ର ଛବି ଲଳିତକଳା ଏକାଡେମୀ କୁ ପଠାଇଥିଲେ ।ଉକ୍ତ ପ୍ରତିଯୋଗିତାରେ ୩ଶହ ପ୍ରତିଯୋଗୀ ସେମାନଙ୍କ ସର୍ବୋତ୍କୃଷ୍ଟ କଳାକୃତି ପାଇଁ ପୁରସ୍କୃତ ହେବାକୁ ଲଳିତକଳା ଏକାଡେମୀ ଦ୍ୱାରା ମନୋନୀତ ହୋଇଥିଲେ ।

ସେଥିମଧ୍ୟରୁ ଖଲ୍ଲିକୋଟ ର ୪ ଜଣ ପ୍ରତିଯୋଗୀ ଅଛନ୍ତି ।ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ପୂର୍ବତନ ଛାତ୍ର ହରିହର ବେହେରା, ସନ୍ତୋଷ କୁମାର ବେହେରା, ଦାଶରଥି ସାହୁଙ୍କ ସହ ଜଣେ ଅଣ ତାଲିମ ପ୍ରାପ୍ତ ଚିତ୍ରକର ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ କଳାକୃତି ମନୋନୀତ ହୋଇଥିଲେ ।କୋଭିଡ-୧୯ଉପରେ ଅନୁଷ୍ଠିତ ହୋଇଥିବା ଏହି ୪ ଜଣ ଚିତ୍ରଶିଳ୍ପୀ ଙ୍କ କଳାକୃତିରାଜ୍ୟ କଳା ଓ ସଂସ୍କୃତି ର ସର୍ବଶ୍ରେଷ୍ଠ ଅନୁଷ୍ଠାନ ଲଳିତକଳା ଏକାଡେମୀ ଦ୍ୱାରା ଆଦୃତ ଓ ପୁରସ୍କୃତ ହୋଇଥିବା ରୁ ସେମାନେ ବେଶ ଆନନ୍ଦିତ ବୋଲି ପୁରସ୍କୃତ ହୋଇଥିବା ୪ ଚିତ୍ରଶିଳ୍ପୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.